ଅପରାଧ

ପୁଲିସ କର୍ମଚାରୀଙ୍କ ସହିତ ଲିଭଇନରେ ରହୁଥିବା ନର୍ସଙ୍କ ମୃତ୍ୟୁ – bajravana

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ମହିଳାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନାଯୋଗ୍ୟ, ଗତ ବୁଧବାର ବସେରା କୋଠାର ତୃତୀୟ ମହଲାରୁ ଜଣେ ମହିଳା ତଳକୁ ଖସି ପଡ଼ିଥିଲେ। ‌ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖି ସ୍ଥାନୀୟଲୋକେ ଦୌଡ଼ି ଆସିଥିଲେ। ଆଉ ମହିଳାଙ୍କୁ ଘଟଣାସ୍ଥଳରୁ ଉଠାଇବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କର ‌ସେତେବେଳକୁ ମୃତ୍ୟୁ ହୋଇଯାଇଥିଲା।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପଚରାଉଚରା ପରେ ଜଣାପଡ଼ିଛି କି, ମୃତ ମହିଳାଙ୍କ ବୟସ ୩୫ବର୍ଷ ଥିବା ବେଳେ ସେ ନର୍ସ ଚାକିରି କରୁଥିଲେ। ସ୍ବାମୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ତ‌ାଙ୍କର ଏକ ପୁତ୍ର ସନ୍ତାନ ବି ଅଛି। ସ୍ବାମୀଙ୍କ ସହ ବିବାହ ବିଚ୍ଛେଦ ହେବାପରେ ସେ ଏହି କୋଠାରେ ଜଣେ ପୁଲିସ କର୍ମଚାରୀଙ୍କ ସହିତ ଲିଭଇନରେ ରହୁଥିଲେ। ଉକ୍ତ ପୁଲିସ କର୍ମଚାରୀ ଜଣକ ମଧ୍ୟ ପୂର୍ବରୁ ବିବାହିତ ।

ତେବେ ଏହି ଘଟଣା ପରେ ପୁଲିସ ନର୍ସଙ୍କ ସହିତ ଲିଭଇନରେ ରହୁଥିବା ପୁଲିସ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହା ଜାଣିବାକୁ ପୁଲିସ ଯାଞ୍ଚ କରୁଛି କି, ନର୍ସ ଅଜଣା‌ତରେ ଖସି ପଡ଼ିଲେ, ନା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଧକ୍କା ଦେଇ ତଳକୁ ପକାଇ ଦେଇଛନ୍ତି।

ଯାଞ୍ଚ ପରେ ଯାଇ ଏହି ଘଟଣାର ସତ୍ୟତା ଜଣାପଡ଼ିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button