ଓଡିଶା

ବିପଦରେ ଆର୍ଯ୍ୟପ୍ଲଲୀ ପଚାଂୟତବାସୀ, ମେଳି ବାନ୍ଧିଲେ ତିନିଖଣ୍ଡ ଗ୍ରାମ

ତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜଳବାୟୁ ପରିବର୍ତନ ହେତୁ ଦିନକୁ ଦିନ କୂଳ ଲଙ୍ଘିବାରେ ଲାଗିଛି ସମୁଦ୍ର । ସମୁଦ୍ର କୂଳ ଦିନକୁ ଦିନ ଲଙ୍ଗୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତୀ ଅଚଂଳାବସୀଙ୍କ ଭୟଭିତ । ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ।

ସମୁଦ୍ର ଏପଟେ ଥିବା ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳରେ ରହିଥିବା ଯୋଗୁଁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଆର୍ଯ୍ୟପଲ୍ଲୀ ପଂଚାୟତ ବାସି । ଗୁରୁବାର ଉଚ୍ଚ ଜୁଆର ହେତୁ କେ.ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ମତ୍ସ୍ୟଜିବୀଙ୍କା ପାଇଁ ନିର୍ମାଣ ହୋଇଥିବା ଏକ ସେଡ(ମତ୍ସ୍ୟଜୀବି ଆଶ୍ରୟସ୍ଥଳି) ଭାଙ୍ଗି ସମୁଦ୍ରରେ ଲିନ ହୋଇଯାଇଛି । ଏପରିକି ଅତି ନିକଟରେ କିଛି ଘର ଥିବାରୁ ସେମାନେ ଏବେ ଭୟଭିତ ଅବସ୍ଥାରେ ରହିଛନ୍ତି । ଏନେଇଶୁକ୍ରବାର ଆର୍ଯ୍ୟପଲ୍ଲୀ ପଚାଂୟତର କେ.ଆର୍ଯ୍ୟପଲ୍ଲୀ,ସାନ ଆର୍ଯ୍ୟପଲ୍ଲୀ ଓ ବଡଆର୍ଯ୍ୟପଲ୍ଲୀ ଏହି ତିନିଖଣ୍ଡ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଶ୍ରୀ ଶ୍ରୀ ଓଁକାରେଶ୍ୱର ମନ୍ଦିର ପରିସରରେ ଏକ ବୈଠକ କରିଥିଲେ ।

ଏହାର ସ୍ଥାୟୀ ପ୍ରତିକାର ହେବା ସହ ଜିଲାପ୍ରଶାସନ ବିହିତ ପଦକ୍ଷେପ ନେବାପାଇଁ ଆଲୋଚନା ହୋଇଥିଲା । ଏନେଇ ସେମାନେ ଖୁବଶ୍ରୀଘ ଗଞ୍ଜାମ ଜିଲାପାଳଙ୍କୁ ଭେଟି ଏହି ଘଟଣା ସଂପର୍କରେ ଅବଗତ କରାଇବା ସହ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତି ହୋଇଥିବା ଶ୍ରମିକ ନେତା ପ୍ରଶାନ୍ତ କର ସୂଚନା ଦେଇଛନ୍ତି ଏବଂ ପୁଣି ଏକ ବୈଠକ ପଚାଂୟତ ସ୍ତରରେ ହେବବୋଲି କହିଥିଲେ । ଏହି ଆଲୋଚନା ବୈଠକରେ ଏମ.ଗୁମାଲି, ଏମ.ଦିଲ୍ଲିପ,ଡବୁଲୁ ରାମେୟା,କାହ୍ନଚରଣ ବେହେରା ଙ୍କମତ୍ସ୍ୟଜୀବି ମାନେ ଉପସ୍ଥିତ ଥିଲେ । ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟିନଦେବେ ତେବେ ମାନଚିତ୍ରରୁ ଆର୍ଯ୍ୟପଲ୍ଲୀ ଲିଭିଯିବ ବୋଲି କହିଥିଲେ ।

ଏବେବି ଗ୍ରାମବାସୀ ଭୟଭିତ ରହିଛନ୍ତି, ପୁର୍ଣିମା ପାଇଁ ଅତି ବଡ ବଡ ଜୁଆର ଆସି ସବୁ ନଷ୍ଟ କରିଦେଇଛି । ଏବେ ସେଠାରେ ଥିବା ଛୋଟ ଚୋଟ ମନ୍ଦିର ମଧ୍ୟ ସମୁଦ୍ରରେ ମିଶିଯିବ । ଏହା ଆଉ କିଛି ମିଟର ଦୁରରେ ଗାଁ ରହିଛି ସେ ଭିତରକୁ ମଧ୍ୟ ସମୁଦ୍ରପାଣି ଆସିଯିବ ବୋଲି କେ.ଆର୍ଯ୍ୟପଲ୍ଲୀ ଗ୍ରାମବାସୀ କହିଛନ୍ତି । ଏପରିକି ଜୁଆର ମାଡରେ ରାସ୍ତାବି ନଷ୍ଟ ହୋଇଗଲାଣି ।

ସେମାନେ କହିବା ମୁତାବକ ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୨ କି.ମି ଦୂରରେ ଥିବା ବେଳେ ସମୁଦ୍ର ଏବେ ଆଉ ଏକ ଶହରୁ ଦୁଇ ଶହ ମିଟର ଦୁରରେ । ଏବେ ଦୈନିକ ଜଳବାୟୁ ପରିବର୍ତନ ସମେତ ବାରମ୍ବାର ଳଘୁଚାପଜନିତ ସାମୁଦ୍ରିକ ବାତ୍ୟା ଯୋଗୁଁ ସମୁଦ୍ରର ଜଳରାଶି ଦିନକୁ ଦିନ ଗ୍ରାମ ମୁହାଁ ହେଉଛି ଯାହାଫଲରେ ବହୁ ଗ୍ରାମ ଏବେ ବିପଦରେ ରହିବା ସହ ଆଗାମୀ ଦିନ ମାନଙ୍କରେ ବହୁ ଗ୍ରାମ ସମୁଦ୍ରରେ ଲୀନ ହୋଇଯିବାର ଆଶଙ୍କା ରହିଛି । ଏପରିକି ଜୁଆର ମାଡରେ ବହୁ ଡଙ୍ଗା ମଧ୍ୟ ନଷ୍ଟ ହେଉଛି,ଯେହେତୁ ଡଙ୍ଗା ରଖିବା ପାଇଁ ଆବଶ୍ୟକୀୟ ସ୍ଥାନ ନଥିବାରୁ ସେମାନେ ଗୋଟିଏ ସ୍ଥାନରେ ରଖୁଛନ୍ତି,ଯାହାଫଳରେ ଡଙ୍ଗାକୁ ଡଙ୍ଗା ମାଡ ହୋଇ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଏଯାବତ କୈାଣସି ପ୍ରଶାସନିକ ଅଧିକାରୀ ଉକ୍ତ ଅଚଂଳ ପରିଦର୍ଶନକୁ ଯାଇନଥିବା ଗ୍ରାମାବାସୀମାନେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button