ଓଡିଶା

ପର୍ଣ୍ଣ ୱେବସାଇଟ ବନ୍ଦ ଉପରେ ନିରବ ପ୍ରତିବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମ୍ପ୍ରତିକ ସ୍ଥିତିରେ ଧର୍ଷଣ, ନାରୀ ଯୌନ ନିର୍ଯାତନା ଓ ଶିଶୁ ମାନଙ୍କୁ ସେକ୍ସୁଆଲ ହାରାସମେଣ୍ଟ ବଢି ବଢି ଚାଲିଛି । ଏହାର ସବୁଠାରୁ ମୁଖ୍ୟ କାରଣ ସାଜିଛି ପର୍ଣ୍ଣ ୱେବସାଇଟ । ଯାହା ଗୁଗଲ ଓ କ୍ରୋମ ରେ ଅତି ସହଜରେ ମିଳିଯାଉଛି । କେନ୍ଦ୍ର ସରକାର ଏହା ଉପରେ ପ୍ରତିବନ୍ଦକ ଲଗାଇବ ଥିବାର ଦେଣ୍ଡୁରା ପିଟୁଥିବା ବେଳେ ଏହା ଧର୍ମକୁ ଆଖିଛାଡ଼ ପାଲଟିଛି ।

ମୋବାଇଲ ରେ ପର୍ଣ୍ଣ ୱେବସାଇଟ ଖୋଲିବା ଉପରେ କୌଣସି ପ୍ରତିବନ୍ଦକ ନଥିବାରୁ ପିଲାମାନଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡୁଛି । ମହିଳା ଯୌନ ନିର୍ଯାତନା, ରେପ, ହତ୍ୟା ଓ ଶିଶୁ ବଳତ୍କାର ଆମ ଦେଶରେ ବଢିବାର ଲାଗିଛି । ପର୍ଣ୍ଣ ୱେବସାଇଟ ଓ ୱେବ ସିରିଜ, ୟୁଟ୍ୟୁବ,ଫେସବୁକ ଆଦିରୁ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଦକ ଲାଗିଲେ ସମାଜରେ ରେପ, ହତ୍ୟା ଓ ଶିଶୁ ଯୌନ ନିର୍ଯ୍ୟାତନା ଉପରେ ରୋକ ଲାଗିପାରିବ । ମାଷ୍ଟର କ୍ୟାଁଟିଂ ଠାରେ ସମାଜସେବୀ ବିନ୍ଦୁଜା ଉପାଧ୍ୟାୟଙ୍କ ନେତୃତ୍ୱରେ ନିରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଓଡିଶା ସମାଜସେବୀ ମହାସଂଘ ସଭାପତି ବାପୁ ଓଝା, ବରିଷ୍ଠ ସମାଜସେବୀ ଲିପିକା ରାୟ, ସମାଜସେବୀ ମୀର ମହମ୍ମଦ ଅଲ୍ଲୀ, ସାମ୍ବାଦିକ ସମୀର ସାହୁ, ମନୋଜ କୁମାର ସାହୁ, ତାପସ ଦେ, ଗଙ୍ଗାଧର ବେହେରା, ଆଲୋକ ମଲ୍ଲିକ, ସନ୍ଦୀପ ପ୍ରମୁଖ ଯୋଗଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button