ଦେଶ ବିଦେଶ

ମହିଳା ବେଶ ଧରି ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ

ପ୍ରତିଦିନ ଲୋକଙ୍କ ମତ୍ୟୁର ଖବର ସାମ୍ନାକୁ ଆସୁଛି । କାହାର ଦୁର୍ଘଟଣାରେ ପ୍ରାଣ ଯାଉଛି ତ କିଏ ନିଜ ଜୀବନ ହାରୁଛି । କିନ୍ତୁ ଆଜି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ଯୁବକ ଶାଢ଼ୀ, ଟିକିଲି ଓ ଚୁଡ଼ି ପିନ୍ଧି ଜୀବନ ହାରିଛନ୍ତି । ଆଉ ଯୁବକଙ୍କ ମୃତଦହ ଜବତ ହେବା ପରେ ଆଲୋଚନା ଜୋର ଧରିଛି ।

ଉତ୍ତରାଖଣ୍ଡର ମୁସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (LBSNAA) ର ଷ୍ଟାଫ୍ କ୍ୱାର୍ଟରରୁ ୨୨ ବର୍ଷ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ମାମଲାର ତଦନ୍ତ ଆରମ୍ଭ ହୋଇଛି ।

ମୃତକ ହେଉଛନ୍ତି ଶ୍ରୀନଗର, ପୌଢ଼ୀ ଗଢ଼ୱାଲ ବାସିନ୍ଦା ଅନୁକୂଲ ରାୱତ । ସେ ଏକାଡେମୀରେ ମଲ୍ଟି ଟାସ୍କ ଡିପାର୍ଟମେଣ୍ଟ (ଏମଟିଏସ୍)ରେ କାର୍ଯ୍ୟରତ ଥିଲେ । ଘଟଣା ପରେ ଏକାଡେମୀରେ ଆଲେଚନା ଜୋର ଧରିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମୃତକ ଜଣଙ୍କ ମହିଳା ବେଶ ଧରି ଜୀବନ ହାରିଛନ୍ତି । ଏପରିକି ସେ ଶାଢ଼ୀ ପିନ୍ଧି, ହାତରେ ଚୁଡ଼ି, ମଥାରେ ଟିକିଲି ଏବଂ ମୁହଁରେ ମେକଅପ୍ କରିଥିଲେ । ଯାହା ପରେ ସନ୍ଦେହ ଅଧିକ ବଢ଼ିଛି ।

ପୋଲିସ କହିଛି ଯେ ମୃତକ ନିଜ ସରକାରୀ ଘରେ ଏକା ରହୁଥିଲେ । କୁହାଯାଉଛି ବିଳମ୍ବିତ ରାତିରେ ସେ ଘରକୁ ଫେରିଥିଲେ କିନ୍ତୁ ପରଦିନ କାମକୁ ଯାଇନଥିଲେ । ତାଙ୍କ ସହଯୋଗୀ କବାଟ ବାଡ଼େଇ ତାଙ୍କୁ ଡାକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଘର ଭିତରୁ କୌଣସି ଶବ୍ଦ ଶୁଭି ନଥିଲା । ଯାହା ପରେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ମୃତକ ଜଣଙ୍କ କାହିଁକି ଏମିତି ଜୀବନ ହାରିଲେ ତାକୁ ନେଇ ପୋଲିସ ବି ତାଜୁବ ରହିଛି । ପୋଲିସ ମୃତକଙ୍କ ମୋବାଇଲ ଫୋନକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button