ଓଡିଶା

ସମବାୟ ବ୍ୟାଙ୍କଗୁଡ଼ିକରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ୧୭୩୩.୯୬ ଲକ୍ଷ ଟଙ୍କା : ମନ୍ତ୍ରୀ – bajravana

[ad_1]

ଭୁବନେଶ୍ବର: ୨୦୧୮ ମସିହା ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ଗୁଡ଼ିକରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ୪୨୨୫.୧୭ ଲକ୍ଷ ଟଙ୍କା ଅଟେ। ୨୦୧୮ ମସିହାଠାରୁ ଅଦ୍ୟାବଧି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ୧୭୩୩.୯୬ ଲକ୍ଷ ଟଙ୍କା ପରିଲିଖିତ ହୋଇଛି। ସେହିପରି ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକରେ ଋଣ ଓ ଅନ୍ୟାନ୍ୟ ଅନିୟମିତତାର ପରିମାଣ ୧୮୪୫.୮୫ ଲକ୍ଷ ଟଙ୍କା ପରିଲଖିତ ହୋଇଛି ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୁଧବାର ବିଧାନସଭାରେ କହିଛନ୍ତି।

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ଓଡ଼ିଶା ସମବାୟ ସମିତି ଅଧିନୟମ, ୧୯୬୨ରେ ଥିବା ପ୍ରାବଧାନ ଅନୁସାରେ ସମବାୟ ସମିତି/ବ୍ୟାଙ୍କଗୁଡ଼ିକର ବାର୍ଷିକ ଓ ସ୍ବତନ୍ତ୍ର ସମୀକ୍ଷା କରାଯାଇଥାଏ। ଏହି ଆଧାରରେ ସମିତିରେ କୌଣସି ଆର୍ଥିକ ଅନିୟମିତା ହୋଇଥିବାର ନିର୍ଦ୍ଦିଷ୍ଟ ତଥ୍ୟ ଓ ତହିଁର ପରିମାଣ ବିଷୟରେ ଆଲୋକପାତ ହୋଇଥାଏ। ଏଥିରେ ଯେଉଁମାନେ ସଂପୃକ୍ତ ଥାନ୍ତି ସେମାନଙ୍କର ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ଓଡ଼ିଶା ସମବାୟ ସମିତି ଅଧିନିୟମ, ୧୯୬୨ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଆବଶ୍ୟକ ସ୍ଥଳେ ଫୌଜଦାରୀ କାର୍ଯ୍ୟବିଧି ଆଇନ୍‌ ଅନୁସାରେ ମାମଲା ଦାୟର କରାଯାଇଥାଏ।

ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ ବିଧାନସଭାରେ ଶ୍ରୀ ନାୟକଙ୍କୁ ପଚାରିଥିଲେ ଯେ, ୨୦୧୮ ମସିହା ସୁଦ୍ଧା ରାଜ୍ୟରେ ୩୭୦ କୋଟି ୬୯ ଲକ୍ଷ ଟଙ୍କାର ସମବାୟ ବ୍ୟାଙ୍କ ଦୁର୍ନୀତି ହୋଇଥିବା ସରକାର ଅବଗତ ଅଛନ୍ତି କି ଏବଂ ପରବର୍ତ୍ତୀ ବର୍ଷ ଗୁଡ଼ିକରେ ଆଉ କେତେ ଟଙ୍କାର ସମବାୟ ଦୁର୍ନୀତି ଠାବ କରାଯାଛି ଏବଂ ସେ ସବୁ ଦୁର୍ନୀତିର ଦଦନ୍ତ ତଥା କାର୍ଯ୍ୟାନୁଷ୍ଠାନର ଅଗ୍ରଗତି କ’ଣ ରହିଛି?

ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଆଉ ଏକ ଅଣତାରକା ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟରେ ୧୦୯୪ ଅଧ୍ୟାପକ ପଦବି ଖାଲି ପଡ଼ିଛି। ସେହିପରି ସରକାରୀ କଲେଜରେ ୩୮୫ ଓ ଅନୁଦାନପ୍ରାପ୍ତ କଲେଜରେ ୧୦୬୫ ଅଧ୍ୟାପକ ପଦବି ଖାଲି ପଡ଼ିଛି। ଏହି ଖାଲି ଥିବା ପଦବିରେ ନିଯୁକ୍ତି ଲାଗି ସରକାର ବିଧି ଅନୁସାରେ ଓଡ଼ିଶା ଲୋକସେବା ଆୟୋଗ ଏବଂ ରାଜ୍ୟ କର୍ମଚାରୀ ଚୟନ ବୋର୍ଡକୁ ସୁପାରିସ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button