ଓଡିଶା

ସୁନାରେ ନିବେଶ ଏକ ଉତ୍ତମ ନିବେଶର ବିକଳ୍ପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତରେ ନିବେଶ କ୍ଷେତ୍ରରେ ଉର୍ଦ୍ଧ୍ୱମୁଖୀ ବୃଦ୍ଧି ଦେଖିବାକୁ ମିଳିଛି । ପର୍ଯ୍ୟାୟକ୍ରମେ ଆମେ ଏକ ସଂଚୟ ଅର୍ଥନୀତିରୁ ନିବେଶକଙ୍କ ଅର୍ଥନୀତି ଆଡ଼କୁ ଗତି କରୁଛୁ । ଷ୍ଟକ୍‌, ମ୍ୟୁଚୁଆଲ୍ ଫଣ୍ଡ, ଆଇପିଓ, ସୁନା ଓ ଫିକ୍ସଡ୍ ଇନ୍‌କମ୍ ଉତ୍ପାଦ ଭଳି ବ୍ୟାପକ ନିବେଶ ବିକଳ୍ପ ସହିତ ସଠିକ୍ ତଥ୍ୟ ନିବେଶକମାନଙ୍କୁ ସେମାନଙ୍କ ପୋର୍ଟଫୋଲିଓକୁ ବ୍ୟାପକ କରିବା ଏବଂ ସଠିକ୍ ନିବେଶ କରିବାରେ ସହାୟକ ହୋଇଛି ।ବହୁ ନିବେଶ ଉପକରଣ ଥିବା ସତ୍ୱେ ଭାରତୀୟମାନଙ୍କ ଲାଗି ସୁନା ଅନ୍ୟତମ ସର୍ବ ପୁରାତନ ଓ ସବୁଠୁ ପସନ୍ଦର ନିବେଶ ବିକଳ୍ପ ହୋଇ ରହିଛି ଯାହାର ଦୃଢ଼ ସାଂସ୍କୃତିକ ଇତିହାସ ରହିଛି ।

ଗତ କିଛି ବର୍ଷ ମଧ୍ୟରେ ସୁନା ଦରରେ ବ୍ୟାପକ ବୃଦ୍ଧି ହୋଇଥିଲା । ୨୦୨୩ରେ ସେଥିରେ ୨୫ ପ୍ରତିଶତ ଏବଂ ୨୦୨୪ରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି । ସେଥିପାଇଁ ସୁନାରେ ନିବେଶକୁ ନେଇ ହଠାତ୍ ଆଗ୍ରହ ବଢ଼ିଛି । ସୁନାରେ ନିବେଶ କାହିଁକି ଭଲ ତାହାର ଅନେକ କାରଣ ରହିଛି ।ଚା ମୁଦ୍ରାସ୍ଫୀତି ବିରୋଧରେ ସୁରକ୍ଷା ଭାବେ ବ୍ୟବହାର କରିହେବ: ମୁଦ୍ରାସ୍ଫୀତି ବଢ଼ିଲେ ମୁଦ୍ରାର କ୍ରୟ ଶକ୍ତି ହ୍ରାସ ପାଏ ।

ସମଗ୍ର ଇତିହାସରେ ଦୀର୍ଘକାଳୀନ ଭିତିରେ ଅଧିକ ପ୍ରମୁଖ ମୁଦ୍ରା ସୁନା ବଦଳରେ ହ୍ରାସ ପାଇଛି । ଚା ତୁଳନାତ୍ମକ ଭାବେ କମ୍ ବିପଦ: ସୁନାରେ ନିବେଶ ହେଉଛି ଏକ ଉପାୟଯାହା ବଜାରରେ ଅସ୍ଥିରତା ସମୟରେ ଆପଣଙ୍କ ପୋର୍ଟଫୋଲିଓକୁ ଅଧିକ ଦୃଢ଼ ଓ ଅପେକ୍ଷାକୃତ ଭାବେ ବିପଦ ମୁକ୍ତ କରିଥାଏ । ସୁନା ପୋର୍ଟଫୋଲିଓର ଅସ୍ଥିରତାକୁ କମ୍ ରହିଥାଏ, କାରଣ ସୁନାର ମୂଲ୍ୟ ତୁଳନାରେ ଅନ୍ୟ ସଂପତିଗୁଡ଼ିକର ପ୍ରଭାବିତ ହୋଇଥାଏ । ତେଣୁ, ପୋର୍ଟଫୋଲିଓରେ ଅନ୍ୟ ସଂପତିର ମୂଲ୍ୟ କିମ୍ବା ଦାମ୍ ଅସ୍ଥିର ହେଲେ ସୁନା ରକ୍ଷକ ଭାବେ କାର୍ଯ୍ୟ କରି ପୋର୍ଟଫୋଲିଓ ମୂଲ୍ୟକୁ ଗୁରୁତର ପ୍ରଭାବିତ ହେବାରୁ ରୋକିଥାଏ ।ଚା ସୁନା ହେଉଛି ଏକ ଅତ୍ୟନ୍ତ ନଗଦ ସଂପତି: ନଗଦ ଦ୍ୱାରା ବିଭିନ୍ନ ପ୍ରକାରର କିଣାବିକା ସହଜ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button