ଓଡିଶା

ଗଙ୍ଗଦାହାଟରେ ମା’ଦୁର୍ଗାଙ୍କ ଭଷାଣୀ ଯାତ୍ରା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଡେରିକି ପଂଚାୟତସ୍ଥିତ ଗଂଗଦାହାଟ ଦୁର୍ଗାପୂଜା କମିଟି ପକ୍ଷରୁ ଜଗତଜନନୀ ମା’ଦୁର୍ଗାଙ୍କର ଭଷାଣୀ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା କମିଟି ପକ୍ଷରୁ ମା’ଦୁର୍ଗାଙ୍କ ମୃଣ୍ମୟ ମୃର୍ତିକୁ ପୂଜା ମଣ୍ଡପ ନିକଟରୁ ଡେରିକି ମେଡିକାଲ ଛକ ପର୍ଯ୍ୟନ୍ତ ନିଆଯାଇଥିଲା ।

ସେଠାରୁ ମା’ଦୁର୍ଗାଙ୍କୁ ବିରାଟ ଶୋଭାଯାତ୍ରାରେ ଗଂଗଦାହାଟ, କୋରୁଅ, ଧୁଆଁପଦା ଆଦି ପରିକ୍ରମା କରାଯାଇଥିଲା । ପରେ ଗୋବରୀ ନଦୀର ଧୂଆଁପଦା ନିକଟସ୍ଥ ନୂଆକୂଳରେ ଜଗତଜନନୀ ମା’ଦୁର୍ଗାଙ୍କର ମୃଣ୍ମୟ ମୃର୍ତିକୁ ବିସର୍ଜନ କରାଯାଇଥିଲା । କମିଟିର ସଭାପତି ନରେଶ ସେଠୀ, ବିବେକାନନ୍ଦ ବାରିକ, ନିତ୍ୟାନନ୍ଦ ବିଶ୍ୱାଳ, ରଶ୍ମୀରଂଜନ ତ୍ରିପାଠୀ, ପବିତ୍ର ପଣ୍ଡା, ଆଶିଷ ନାୟକ, ଅର୍ଜୁନ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button