ଅପରାଧ

ଜ୍ୟୋତି ମୌର୍ଯ୍ୟଙ୍କ ଶାଶୁଘର ଲୋକଙ୍କୁ ଆଶ୍ବସ୍ତି ଦେଲେ ଆଲହାବାଦ ହାଇକୋର୍ଟ – bajravana

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ବଡ଼ ଯା’ ଶୁଭ୍ରା ମୌର୍ଯ୍ୟଙ୍କ ଶାଶୁଘର ଲୋକଙ୍କୁ ଆଶ୍ବସ୍ତି ମିଳିଛି। ଆଲହାବାଦ ହାଇକୋର୍ଟ ଏହି ଆଶ୍ବସ୍ତି ପ୍ରଦାନ କରି, ଶୁଭ୍ରା ମୌର୍ଯ୍ୟ ଶାଶୁଘରଲୋକଙ୍କ ବିରୋଧରେ କରିଥିବା ଅଭିଯୋଗର ଯାଞ୍ଚକୁ ଅଟକାଇ ଦେଇଛନ୍ତି।

ଜ୍ୟୋତି ମୌର୍ଯ୍ୟଙ୍କ ବଡ଼ ଜା’ ଶୁଭ୍ରା ମୌର୍ଯ୍ୟ ତାଙ୍କ ସ୍ବାମୀ ବିନୋଦ ମୌର୍ଯ୍ୟଙ୍କ ସମେତ ଶାଶୁଘରର ୬ଜଣ ଲୋକଙ୍କ ବିରୋଧରେ  ଘରୋଇ ହିଂସା ଓ ‌ଯୌତୁକ ନିର୍ଯାତନା ଦେବାର ଅଭିଯୋଗ  ପ୍ରୟାଗରାଜର ଧୁମନଗଞ୍ଜ ଥାନା‌ରେ  କରିଥିଲେ।

ସୂଚନାଯୋଗ୍ୟ, ଶୁଭ୍ରା ମୌର୍ଯ୍ୟ ୨୦୦୯ ନଭେମ୍ବର ୧୯ ତାରିଖରେ ବିନୋଦ ମୌର୍ଯ୍ୟଙ୍କୁ ବିବାହ କରିଥିଲେ। ସେ ପେସାରେ ଜଣେ ଶିକ୍ଷୟିତ୍ରୀ ବି ରହିଛନ୍ତି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଜ୍ୟୋତି ମୌର୍ଯ୍ୟ ଓ ଆଲୋକ ମୌର୍ଯ୍ୟଙ୍କ ଘଟଣା ସାମ୍ନାକୁ ଆସିବା ପରେ ଶୁଭ୍ରା ମୌର୍ଯ୍ୟ ତାଙ୍କ ଶାଶୁଘର ଲୋକଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରିଥିଲେ।

କିଛିଦିନ ତଳେ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ‌ଯେତେବେଳେ ତାଙ୍କ ସ୍ବାମୀ ଆଲୋକ ଅଭିଯୋଗ ଆଣି କହିଥିଲେ କି,‘ଜ୍ୟୋତି ମୋ ସହ ପ୍ରତାରଣା କରିଛି। ଏଥିସହିତ ସେ ମୋତେ ହତ୍ୟା କରିବାକୁ ଯୋଜନା ବି କରୁଛି। ଯାହାର ଅଡିଓ ରେକର୍ଡ ମୋ ପାଖରେ ରହିଛି।’

ଜ୍ୟୋତି ଓ ଆଲୋକଙ୍କ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଛି। ଦୁହେଁ ପରସ୍ପର ବିରୋଧରେ ଅନେକ ଅଭିଯୋଗ ବି କରିଛନ୍ତି। ଯାହାର ପ୍ରମାଣ ଦୁହିଁଙ୍କ ପାଖରେ ଥିବା କଥା ବି ଜ୍ୟୋତି ଓ ଆଲୋକ ଗଣମାଧ୍ୟମକୁ କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button