ଓଡିଶା

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖର ଡ୍ରେନ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧିନସ୍ତ ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଜାତୀୟ ରାଜପଥ ପାର୍ଶ୍ବର ଡ୍ରେନର ଅବସ୍ଥା କେତେବେଳେ ଘଟିପାରେ ଅଘଟଣ ଏକଥାକୁ ଏଡାଇ ଯାଇନପାରେ। ଏହି ଡ୍ରେନର ଏହିପରି ଅବସ୍ଥା ରହିଛି ଯାହା ଦେଖିଲେ ଜଣା ପଡୁଛି ବିପଦକୁ ଆମନ୍ତ୍ରଣ କରୁଛି।

କୌଣସି ସମୟରେ ମଧ୍ୟ ଦୁର୍ଘଟଣାର ଆଶଙ୍କା ରହିଛି। ସୂଚନା ପ୍ରକାରେ ଏହି ଡ୍ରେନ୍ ର ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଏଆର୍ ଏସ୍ଏସ୍ ଠିକା ସଂସ୍ଥା ନେଇଥିଲା ଠିକା ସଂସ୍ଥା ଡ୍ରେନ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ସମ୍ପାଦନା କରିନଥିବା ପରିଲକ୍ଷିତ ହୋଇଛି। ଏଭଳି ବହୁ ଦିନ ଧରି ଡ୍ରେନ୍ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ କେମିତି ସ୍ଥାନୀୟ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ନଜର ପଡୁ ନାହିଁ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ, କେତେବେଳେ ଯେ କୌଣସି ସମୟରେ ବିପଦ ଘଟିବ ତାହା କେହି ଜାଣିନଥିବା ବେଳେ ଏହାର ସ୍ଥାୟୀ ସମାଧାନ ଲାଗି ପ୍ରଶାସନ ତତ୍ପରତା ଦେଖାଉନଥିବା ବେଳେ ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ପ୍ରଶାସନିକ ଅବହେଳା ଯୋଗୁଁ ଏହି ସମସ୍ୟା ଦେଖିବାକୁ ମିଳୁଛି ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ଯେ, ପ୍ରଶାସନ ଏହି ସମସ୍ୟାକୁ ଅତି ଗମ୍ଭୀରତାର ସହ ବିଚାର କରି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଅବିଳମ୍ବେ ଏହି ଡ୍ରେନ୍ କାର୍ଯ୍ୟ ନିର୍ମାଣ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button