ମନୋରଞ୍ଜନ

୩ ଘଣ୍ଟା ବିଳମ୍ବରେ ସୁଟିଂ ଆରମ୍ଭ କଲେ ସଲମାନ, ‘ବିଗ୍ ବସ୍ ୧୮’ ସେଟ୍ ରେ ଅଛନ୍ତି ୬୦ ସିକ୍ୟୁରିଟି ଗାର୍ଡ

ଲିଉଡର ଦବଙ୍ଗ ଭାବେ ଜଣାଶୁଣା ସଲମାନ ଖାନ ଦୀର୍ଘ ଦିନ ଧରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ରହିଛନ୍ତି । ସଲମାନ ଖାନଙ୍କ ଜୀବନ ବର୍ତ୍ତମାନ ବିପଦରେ ପଡ଼ିଛି । ଲଗାତାର ତାଙ୍କୁ ଧମକ ମିଳୁଛି । ତେବେ ସଲମାନ ଖାନଙ୍କ କାର୍ଯ୍ୟ ଉପରେ ଏହି ସବୁ ଜିନିଷର ପ୍ରଭାବ ପଡି ନାହିଁ । କାରଣ ସୁପରଷ୍ଟାର ନିକଟରେ କଡା ସୁରକ୍ଷା ମଧ୍ୟରେ ‘ବିଗ୍ ବସ୍ ୧୮’ ସେଟ୍ ରେ ପହଞ୍ଚିଥିଲେ ।

ଯେଉଁଠାରେ ସେ ‘ୱିକେଣ୍ଡ୍ କା ୱାର୍’ର ସୁଟିଂ ଶେଷ କରିଛନ୍ତି । ଏହି ସୁଟ୍ ପାଇଁ ସଲମାନ୍ ମୁମ୍ବାଇର ଫିଲ୍ମସିଟିରେ ପହଞ୍ଚିଥିଲେ । ୩ ଘଣ୍ଟା ବିଳମ୍ବରରେ ହେଉ ପଛକେ ସେ ନିଜ ସୁଟିଂକୁ ଶେଷ କରିଛନ୍ତି । ସଲମାନ ଦିପହର ଭୋଜନ ପରେ ପାଖାପାଖି ୪ଟା ସମୟରେ ହିଁ ସୁଟିଂ କରନ୍ତି କିନ୍ତୁ ବର୍ତ୍ତମାନ ୩ଘଣ୍ଟା ବିଳମ୍ବରେ ସେ ସୁଟିଂ ଆରମ୍ବ କରିଥିବା ସୂଚନା ମିଳିଛି ।

କୁହାଯାଉଛି ଯେ ‘ ଲାଫ୍ଟର ସେଫ୍’ କୃଷ୍ଣା ଅଭିଷେକ ଓ ସୁଦେଶ ଲହରୀ ଏହି ସପ୍ତାହରେ ଆସିବେ । ବିଗ୍ ବସର ଘର ଭିତରେ ମଜାଦାର କଥାବାର୍ତ୍ତା ସାଙ୍ଗକୁ ପ୍ରତିଯୋଗୀଙ୍କ ସହ ମସ୍ତି କରିବେ । ଏଠାରେ କିଛି ଗେମ୍ସ ଖେଳାଯିବ । ସଲମାନଙ୍କ କମ୍ପାଉଣ୍ଡର ମଧ୍ୟକୁ କୌଣସି ଆଉଟ ସାଇଡରଙ୍କୁ ଆସିବାକୁ ଅନୁମତି ମିଳିନାହିଁ । ଯଦି ବି କେହି ଆସନ୍ତି ତେବେ ତାଙ୍କ ଉପରେ କଡ଼ା ନଜର ରଖାଯିବ ଏବଂ ଆଧାର କାର୍ଡ ଭେରିଫିକେସନ୍ କରାଯିବା ପରେ ହି ତାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।

ଏହା ବ୍ୟତୀତ ବିଗ୍ ବସ୍ କ୍ରୁ ମେମ୍ବରଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ ସୁଟିଂ ଶେଷ ହେବା ପୂର୍ବରୁ କେହି ସେଟ୍ ଛାଡ଼ିବେ ନାହିଁ । ସୁରକ୍ଷା ବ୍ୟବସ୍ଥା ବିଷୟରେ କହିବାକୁ ଗଲେ ସଲମାନଙ୍କ ସହ ସେଟରେ ତାଙ୍କର ସିକ୍ୟୁରିଟି ଟିମ୍ ର ୬୦ରୁ ଅଧିକ ଲୋକ ରହିଛନ୍ତି ।

ସୂଚନା ଥାଉ କି ସଲମାନ ଖାନ ତାଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗଭୀର ଆଗାତ ପାଇଛନ୍ତି । ନିଜ ବନ୍ଧୁଙ୍କୁ ବିଦାୟ ଦେବାବେଳେ ସଲମାନଙ୍କ ଆଖିରୁ ଲୁହ ଆସିଯାଇଥିଲା । ତାଙ୍କ ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ସେ ବାବା ସିଦ୍ଦିକିଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button