ଖେଳ ଖବର

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ସରଫରାଜଙ୍କ ପ୍ରଥମ ଟେଷ୍ଟ ଶତକ, ଝୁମିଲେ ରୋହିତ-କୋହଲି

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବେଙ୍ଗାଲୁରୁରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳ ଚାଲିଛି । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ କମାଲ କରିଛନ୍ତି ସରଫରାଜ ଖାନ । ଟେଷ୍ଟ କ୍ୟାରିଅରରେ ପ୍ରଥମ ଇଣ୍ଟରନ୍ୟାସନାଲ ଶତକ ମାରିଛନ୍ତି । ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ୧୧୦ ବଲରେ ଶତକ ମାରିଛନ୍ତି ସରଫରାଜ । ପ୍ରଥମ ପାଳିରେ ଶୂନରେ ଆଉଟ ହୋଇଥିବା ସରଫରାଜ ଦ୍ୱିତୀୟ ଇନିଂସରେ ଶତକ ମାରିଛନ୍ତି ।

ତେବେ ସରଫରାଜଙ୍କ ଶତକ ସେଲିବ୍ରେସନ ଦେଖି ଭାରତ ଡ୍ରେସିଂ ରୁମରେ ମଧ୍ୟ ସେଲିବ୍ରେସନ ଦେଖିବାକୁ ମିଳିଛି । ସରଫରାଜଙ୍କ ଶତକରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମା ଡ୍ରେସିଂ ରୁମରେ ଠିଆ ହୋଇ କରତାଳି ମାରିଥିଲେ ।

୨୬ ବର୍ଷୀୟ ସରଫରାଜ ଟିମ ସାଉଥୀଙ୍କ ବଲରେ ଚଉକା ମାରି ୧୦୦ ରନ ପୂରଣ କରିଥିଲେ । ଏହାପରେ ସରଫରାଜ ହେଲମେଟ କାଢି ସେଲିବ୍ରେସନ କରିଥିଲେ । କ୍ରିଜରେ ସରଫରାଜଙ୍କ ସହିତ ରିଷଭ ପନ୍ତ ରହିଥିଲେ । ରିଷଭ ପନ୍ତ ସରଫରାଜଙ୍କୁ ଆଲିଙ୍ଗନ କରିଥିଲେ । ସେହିପରି ଡ୍ରେସିଂ ରୁମରେ ବିରାଟ-ରୋହିତ ସମେତ ଅନ୍ୟ ଖେଳାଳି ଠିଆ ହୋଇ ତାଳି ମାରି ସରଫରାଜଙ୍କୁ ଉତ୍ସାହିତ କରିଥିଲେ । ଏହି ସମୟରେ ବିରାଟ-ରୋହିତଙ୍କ ମୁହଁରେ ହସ ଭିଡିଓ ଭାଇରଲ ହେବାରେ ଲାଗିଛି ।

ସରଫରାଜଙ୍କ ଟେଷ୍ଟ କ୍ୟାରିଅରରେ ପ୍ରଥମ ଶତକ ମାରିଛନ୍ତି । ସରଫରାଜଙ୍କ ଶତକରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । ୟୁଜର୍ସ ସରଫରାଜଙ୍କ ଶତକରେ ପ୍ରଶଂସା କରିଛନ୍ତି । ବିସିସିଆଇ ନିଜ ଅଫିସିଆଲ ପେଜରେ ଏହାର ଭିଡିଓ ସେୟାର କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button