ଓଡିଶା

ହୃଦ୍‌ରୋଗରେ ଆକ୍ରାନ୍ତ କରିବ କି ଏସି ? ଜାଣନ୍ତୁ..

ଭୁବନେଶ୍ୱର,୧୮/୧୦: ଆଜିକାଲି ଅଫିସ୍, ଘର, ମଲ୍ ଆଦିରେ ଏୟାର୍ କଣ୍ଡିସନର ସୁବିଧା ଲୋକଙ୍କୁ ମିଳୁଛି । ଏବେ ଯେମିତି ପ୍ରବଳ ଗରମ ଅନୁଭୂତ ହେଉଛି ଲୋକେ ଏସି ଘରୁ ବାହାରିବାକୁ ଚାହୁଁ ନାହାନ୍ତି । ଅଫିସ୍ରେ ଲୋକଙ୍କୁ ନିତିଦିନ ଏସିରେ ଦୀର୍ଘ ସମୟ ବସି ରହି କାମ କରିବାକୁ ପଡ଼ିଥାଏ । ତେବେ ଏସି କିନ୍ତୁ ଶରୀର ପାଇଁ ଭଲ ନୁହେଁ ।

ଏସିରେ ଘଣ୍ଟାଏ ବସି ରହିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ । ବିଏମ୍ସି ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଯେ, ଏୟାର୍ କଣ୍ଡିସନର ଶରୀର ଉପରେ ପ୍ରଭାବ ପକାଇଥାଏ । ଏହାଦ୍ୱାରା ହୃଦୟ ଏବଂ କିଡ୍ନୀ ଜନିତ ରୋଗ ହୋଇପାରେ।

ଏହାସତ୍ତ୍ୱେ ଶ୍ବାସକ୍ରିୟାରେ ସମସ୍ୟା ଭୋଗିବାକୁ ପଡ଼ିଥାଏ । କେବଳ ସେତିକି ନୁହେଁ, ଶ୍ୱାସନଳୀରେ ଯନ୍ତ୍ରଣା ଏବଂ ସଂକ୍ରମଣ ଆଶଙ୍କା ଅଧିକ ଅଛି । ସେହିପରି ଏସିରେ ଅଧିକ ସମୟ ବସି ରହିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ । ଏପରିକି ତ୍ୱଚାର ଆର୍ଦ୍ରତା ମଧ୍ୟ ହ୍ରାସ ପାଇଥାଏ । ବେଶି ସମୟ ଏସିରେ ବସି ରହିଲେ ମୁଣ୍ଡବିନ୍ଧା, ଅସ୍ଥିରେ ଯନ୍ତ୍ରଣା ମଧ୍ୟ ଆରମ୍ଭ ହୋଇଥାଏ । ଏହା ସହ ଥଣ୍ଡା ଘରୁ ବାହାରକୁ ବାହାରିଲେ ଥଣ୍ଡା-ଜ୍ୱର ବି ହୋଇଥାଏ । ତେବେ ଅଧିକ ସମୟ ଏସିରେ ରହିବା ଦ୍ୱାରା ଡିହାଇଡ୍ରେସନ, ଆଲର୍ଜି, ଆଜମା ସମସ୍ୟା ମଧ୍ୟ ଦେଖା ଦେଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button