ମନୋରଞ୍ଜନ

ମୋଦୀଙ୍କ ପ୍ରଶଂସାର ପ୍ରତିକ୍ରିୟା ଦେଇ ଏଭଳି କଥା କହିଲେ ବିବେକ ଅଗ୍ନିହୋତ୍ରୀ – bajravana

[ad_1]

ମୁମ୍ବାଇ: ସାରା ଭାରତରେ ‘ଦ କାଶ୍ମୀର ଫାଇଲ୍ସ’ ସିନେମା ବେଶ ଚର୍ଚ୍ଚାରେ ଥିଲା। ସିନେମା ସଫଳତା ପାଇବା ପରେ ବିବେକ ଅଗ୍ନିହୋତ୍ରୀ ବେଶ ଖୁସି ହୋଇଯାଇଥିଲେ । ସେ ଏହି ସିନେମା ପାଇଁ ନିଜ ଘର ବି ବନ୍ଧା ପକେଇ ଦେଇଥିବା କଥା କହିଥିଲେ।

ତେବେ ‘ଦ କାଶ୍ମୀର ଫାଇଲ୍ସ’ ରିଲିଜକୁ ବର୍ଷେ ବିତି ଯାଇଥି‌ବା ବେଳେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ସିନେମା  ଦ ଭ୍ୟାକସିନ ବାର’ର ରିଲିଜ ହୋଇସାରିଛି। ଏହି ସିନେମା ସିନେମାଘରେ ଏତେଟା ପସରା ମେଲାଇ ପାରିଲା ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦ ଭ୍ୟାକସିନ ବାର’ର ପ୍ରଶଂସା କରିଛନ୍ତି।

 

ନିକଟରେ ରାଜସ୍ଥାନର ଯୋଦ୍ଧପୁରରେ ଏକ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦ ଭ୍ୟାକସିନ ବାର’ର ପ୍ରଶଂସା କରି କହିଛନ୍ତି,‘ମୁଁ ଶୁଣିଛି କି ଏକ ସିନେମା ଆସିଛି। ଯାହାର ଶୀର୍ଷକ ରହିଛି‘‘ଦ ଭ୍ୟାକସିନ ବାର’। ଗର୍ବର କଥା ଆମ ଦେଶର ବୈଜ୍ଞାନିକମାନେ କୋଭିଡ଼ ଯୁଦ୍ଧ ଲଢ଼ିବା ପାଇଁ ଦିନରାତି ପରିଶ୍ରମ କରିଥିଲେ। ନିଜ ଲ୍ୟାବରେ ଋଷିଙ୍କ ଭଳି ସାଧନା କରିବା ସହିତ ମହିଳା ବୈଜ୍ଞାନିକମାନଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଥିଲା। ଏସବୁ ଦିଗକୁ ‘‘ଦ ଭ୍ୟାକସିନ ବାର’ରେ ଖବୁ ସୁନ୍ଦର ଭାବେ ଉଲ୍ଲେଖ କରାଯାଇଛି। ଏହି ସିନେମା ଦେଖିବା ପରେ ଗର୍ବ ଅନୁଭବ ହେଉଛି କି ଆମର ବୈଜ୍ଞାନିକମ‌ାନେ ଏଭଳି କାମ କରିଛନ୍ତି। ମୁଁ ଏହି ସି‌ନେମାକୁ ତିଆରି କରିଥିବା ନିର୍ମାତାଙ୍କୁ ବି ଧନ୍ୟବାଦ ଦେଉଛି। ସେ ଏଭଳି ସିନେମା ନିର୍ମାଣ କରି ଦେଶର ବିଜ୍ଞାନ ଓ ବୈଜ୍ଞାନିକମାନଙ୍କୁ ଗୁରୁତ୍ବ ଦେଇଛନ୍ତି।

ମୋଦୀଙ୍କ ଠାରୁ ସିନେମାର ପ୍ରଶଂସା ଶୁଣିବା ପରେ ସିନେ-ନିର୍ମାତା ବିବେକ ଅଗ୍ନିହୋତ୍ରୀ ଖୁବ ଖୁସି ହୋଇଯାଇଛନ୍ତି। ନିର୍ଦ୍ଦେଶକ ମୋଦୀଙ୍କ ଭିଡିଓ ସେୟାର କରି ଧନ୍ୟବାଦ ଜଣାଇଛନ୍ତି। ନିର୍ଦ୍ଦେଶକ ବିବେକ ଲେଖିଛନ୍ତି, ‘ମୋଦୀଙ୍କ ଠାରୁ ସିନେମ‌ାର ପ୍ରଶଂସା ଶୁଣି ମୁଁ ଖୁବ ଖୁସି ହୋଇଯାଇଛି।  ମୋଦୀ ସିନେମାକୁ ପ୍ରଶଂସା କରିବା ପରେ ମହିଳା ବୈଜ୍ଞାନିକ ଫୋନ କରି ଭାବବିହ୍ବଳ ହୋଇଯାଇଥିଲେ।

ତେବେ ବକ୍ସଅଫିସରେ ସେପ୍ଟେମ୍ବର ୨୮ ତାରିଖରେ ରିଲିଜ ହୋଇଥିବା ‘ଦ ଭ୍ୟାକସିନ ବାର’ ୭ଦିନ ମଧ୍ୟରେ କେବଳ ୮.୧୫ କୋଟି ହିଁ ବ୍ୟବସାୟ କରି ପାରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button