ଦେଶ ବିଦେଶ

ଘୁଙ୍ଗୁଡ଼ିର ସଠିକ ଉପଚାର , ପୁରାପୁରି ସହଜ ଉପାୟ , ଗ୍ୟାରେଣ୍ଟି ସହିତ ଉପଶମ ମିଳିବ

ଜୀବନସାଥୀ ପାଇଁ ଆପଣଙ୍କର ଭଲପାଇବା ସେତେବେଳେ ନଷ୍ଟ ହୋଇଯାଏ , ଯେତେବେଳେ ସେ ଶୋଇବା ସମୟରେ ଜୋରରେ ଘୁଙ୍ଗୁଡ଼ି ମାରିବାକୁ ଲାଗନ୍ତି। ଦିନ ସାରାର ଥକାପଣ , ଖରାପ ଖାଦ୍ୟପେୟ , ମେଦବହୁଳତା , ରକ୍ତଚାପ , ମଦ୍ୟପାନ ଆଦି ଘୁଙ୍ଗୁଡ଼ିର କାରଣ ହୋଇଥାଏ। ସମସ୍ୟାଟି ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତିଙ୍କ ପାଇଁ ଅସୁବିଧା ନୁହେଁ , ବରଂ ତାଙ୍କ ସହିତ ଶୋଇଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଅଟେ। ଘୁଙ୍ଗୁଡ଼ି ହଟାଇବା ପାଇଁ କିଛି ଘରୋଇ ଉପଚାର ରହିଛି , ଯାହାକୁ ଆପଣ ବ୍ୟବହାର କରି ଏଥିରୁ ମୁକ୍ତି ପାଇପାରିବେ।

ମହୁ:-

ରାତିରେ ଶୋଇବା ପୂର୍ବରୁ ଗୋଟିଏ ବଡ଼ ଚାମଚରେ ମହୁ ସେବନ କରନ୍ତୁ , ଏହାକୁ ସେବନ କରିବା ଦ୍ୱାରା ଗଳାର ସ୍ନାୟୁକୁ ଆରାମ ମିଳିବ ଏବଂ ନିଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ। ଘୁଙ୍ଗୁଡ଼ି ମାରିବାର କାରଣ ଶ୍ୱାସ ନଳୀରେ ବାଧା ମଧ୍ୟ ହୋଇଥାଏ। ମହୁ ଦ୍ୱାରା ଏହି ସମସ୍ୟାକୁ ହ୍ରାସ କରାଯାଇପାରେ।

ବାମ ପାର୍ଶ୍ଵରେ ଶୁଅନ୍ତୁ:-

ଯେଉଁମାନଙ୍କର ଘୁଙ୍ଗୁଡ଼ି ପାଇଁ ସମଗ୍ର ଘର ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ସେମାନେ ସେମାନଙ୍କର ଶୋଇବା ସ୍ଥିତିକୁ ପରିବର୍ତ୍ତନ କରନ୍ତୁ। ସିଧା ଶୋଇବା କିମ୍ବା ଓଲଟା ଶୋଇବା ପରିବର୍ତ୍ତେ ଆପଣ ବାମକୁ ବୁଲି ଶୋଇ ପଡନ୍ତୁ। ଘୁଙ୍ଗୁଡ଼ି କମ୍ ଆସିବ।

Google

ନାକ ସଫା କରନ୍ତୁ:-

ଶୋଇବା ପୂର୍ବରୁ ନାକ ସଫା କରନ୍ତୁ। ଦିନସାରା ପ୍ରଦୂଷଣ ହେତୁ ବାୟୁରେ ଥିବା ଧୂଳି କଣିକା ନାକରେ ଜମା ହୋଇଯାଏ , ଏହାଦ୍ୱାରା ମଧ୍ୟ ଆପଣଙ୍କୁ ଶୋଇବାରେ ଅସୁବିଧା ହୋଇପାରେ।

ଧୂମପାନ କରନ୍ତୁ ନାହିଁ:-

ଆପଣ ଧୂମପାନ କରୁଥିଲେ ନିଶ୍ଚିତ ଭାବରେ ଘୁଙ୍ଗୁଡ଼ି ଆସିବ। ଘୁଙ୍ଗୁଡ଼ିରୁ ଦୂରେଇ ରହିବାକୁ ଚାହୁଁଥିଲେ , ଧୂମପାନ କରିବା ବନ୍ଦ କରିଦିଅନ୍ତୁ। ଏହା ଆପଣଙ୍କ ଫୁସଫୁସକୁ ଦୁର୍ବଳ କରିଥାଏ ଏବଂ ଆପଣଙ୍କ ବୟସକୁ ମଧ୍ୟ ହ୍ରାସ କରିଥାଏ।

ଉଷୁମ ପାଣି ପିଅନ୍ତୁ:-

ଶୋଇବା ପୂର୍ବରୁ ପ୍ରତିଦିନ ଏକ ଗ୍ଲାସ ଗରମ ପାଣି ପିଅନ୍ତୁ।ଏହାଦ୍ୱାରା ଶ୍ୱାସନଳୀରେ କୌଣସି ସମସ୍ୟା ରହିଥିଲେ , ତାହା ଠିକ୍ ହୋଇଯାଏ। ରାତିରେ ଘୁଙ୍ଗୁଡ଼ି ମଧ୍ୟ ଆସେ ନାହିଁ।ଶୋଇବା ପୂର୍ବରୁ ଲୁଣ ପାଣିରେ ମଧ୍ୟ କୁଳୁକୁଳି କରନ୍ତୁ। ଯଦି ଗଳାରେ କୌଣସି ଫୁଲା କିମ୍ବା ଅସୁବିଧା ଥାଏ , ତେବେ କୁଳୁକୁଳି କରିବା ଦ୍ୱାରା ଆରାମ ମିଳିଥାଏ।

ଗରମ ତେଲର ମାଲିସ:-

ଛାତିରେ କଫ ଜମା ହୋଇଥିଲେ ମଧ୍ୟ ଘୁଙ୍ଗୁଡ଼ି ଆସିଥାଏ। ଉଷୁମ ତେଲ କରି ତାହାକୁ ଛାତିରେ ମାଲିସ କରନ୍ତୁ। ଶ୍ୱାସକ୍ରିୟାରେ ହେଉଥିବା ସମସ୍ୟା ଦୂର ହୋଇଯିବ। ଏଗୁଡିକ କେତେକ ଘରୋଇ ଉପାୟ ଅଟେ , ଯାହା ଦ୍ୱାରା ଆପଣ ଘୁଙ୍ଗୁଡ଼ିରୁ ମୁକ୍ତି ପାଇପାରିବେ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button