ମନୋରଞ୍ଜନ

ଫ୍ରାଇଡେ ରିଲିଜ୍: ଗୋଟିଏ ଦିନରେ ‘ଦେବରା’ର ୬୪ ସୋ’ କଟକ-ଭୁବନେଶ୍ବରରେ ‘ଅତିଥି

ଭୁବନେଶ୍ବର: ‘ଡର୍‌ କୋ ପାର୍‌ କର୍‌ନା ହୈ ତୋ ଦେବୋଁ କା କହାନୀ ଶୁନୋ, ଡର୍‌ କୋ ସମଝନା ହୈ ତୋ ଦେବରା କି କହାନୀ ଶୁନୋ’। ଟ୍ରେଲରରେ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଦମ୍‌ଦାର ଡାଏଲଗ୍‌ ଉଚ୍ଚକୋଟିର ସ୍ରିନ୍‌ ପ୍ଲେ, ଆକ୍ସନ, ଇମୋସନ ସହ ରୋମାନ୍ସ ସାରାଦେଶରେ ଦର୍ଶକଙ୍କ ମନରେ ଉତ୍ସାହ ଭରି ଦେଇଛି। ଏକାସାଙ୍ଗରେ ତେଲୁଗୁ, କନ୍ନଡ଼, ହିନ୍ଦୀ, ମାଲାୟଲମ ଓ ତାମିଲ ଭାଷାରେ ଶୁକ୍ରବାର ‘ଦେବରା’ ରିଲିଜ୍‌ ହେବ। ରିଲିଜ୍‌ ପୂର୍ବରୁ ଅଧିକାଂଶ ସୋ’ର ୮୦ ପ୍ରତିଶରୁ ଅଧିକ ଟିକେଟ୍‌ ବିକ୍ରି ସରିଛି।

କୋରତାଲା ଶିବାଙ୍କ ନିର୍ଦ୍ଦେଶିତ ‘ଦେବରା’ରେ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ସହ ଜାହ୍ନବୀ କପୁର, ସୈଫ୍‌ ଅଲ୍ଲୀ ଖାଁ, ମେକା ଶ୍ରୀନାଥ, ପ୍ରକାଶ ରାଜ୍ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଭୁବନେଶ୍ବରରେ ଗୋଟିଏ ଦିନରେ ଏହି ଫିଲ୍ମର ୬୪ଟି ସୋ’ ଲାଗିଛି। ସେଥିରେ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ରେ ଦିନ ୧୦ଟାରୁ ରାତି ୧୦ଟା ୨୦ ଭିତରେ ୧୨ଟି ସୋ’, ବିଏମ୍‌ସି ଭବାନୀ ମଲ୍‌ରେ ଦିନ ୧୦ଟା ୪୫ରୁ ରାତି ୧୦ଟା ୩୦ ଯାଏ ୭ଟି, ଡିଏନ୍‌ ରେଗାଲିଆରେ ସକାଳ ସାଢ଼େ ୯ଟାରୁ ରାତି ୧୦ଟା ୧୫ ଯାଏ ୭ଟି, ସିମ୍ଫୋନି ମଲ୍‌ରେ ସକାଳ ୧୦ଟା ୪୫ରୁ ରାତି ସାଢ଼େ ୯ଟା ଯାଏ ୬ଟି ସୋ’, କେଶରୀ ଟକିଜ୍‌ରେ ସକାଳ ୮ଟା ୧୫ରୁ ରାତି ସାଢ଼େ ୯ଟା ଯାଏ ୫ଟି ସୋ’, ମହାରାଜାରେ ସକାଳ ୮ଟା ୪୦ରୁ ରାତି ୧୦ଟା ୧୦ ଯାଏ ୫ଟି ସୋ’, ଉତ୍କଳ କନିକା ଗ୍ୟାଲେରିଆରେ ଦିନ ୧୧ଟା ୪୫ରୁ ରାତି ସାଢ଼େ ୧୦ଟା ଯାଏ ୬ଟି ସୋ’, ଜଟଣୀ ବୀଣା ଥିଏଟରରେ ସକାଳ ୮ଟା ୪୫ରୁ ରାତି ୧୦ଟା ଯାଏ ୫ଟି, ଶ୍ରୀୟା-ସ୍ବାତୀ-ସ୍ତୁତି ସିନେ କମ୍ପ୍ଲେକ୍ସରେ ସକାଳ ୮ଟା ୫୦ରୁ ରାତି ୧୦ଟା ୪୦ ଯାଏ ୧୦ଟି ସୋ’ ପଡ଼ିଛି। ଟିକେଟ୍‌ ମୂଲ୍ୟ ୯୦ରୁ ଆରମ୍ଭ କରି ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସେହିପରି ଓଡ଼ିଆ ଫିଲ୍ମ ‘ଅତିଥି’ ଶୁକ୍ରବାର ରିଲିଜ୍‌ ହେଉଛି। ପ୍ରଥମେ ଭୁବନେଶ୍ବର ଓ କଟକରେ ଫିଲ୍ମକୁ ରିଲିଜ୍‌ କରାଯାଉଛି। ଉତ୍କଳ କନିକା ଗ୍ୟାଲେରିଆ ଓ ବିଏମ୍‌ସି ଭବାନୀ ମଲ୍‌ରେ ୨ଟି ସୋ’ ଓ କଟକରେ ଗୋଟିଏ ସୋ’ ଲାଗିଛି। ଫିଲ୍ମରେ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଅନୁ‌ ଚୌଧୁରୀ, ସାୟଲ୍‌ ମୁଖାର୍ଜୀ, ଅଭିନେତା ମନୋଜ ମିଶ୍ର, ଦୀପନ୍ବିତ ଦାଶମହାପାତ୍ର, ସୁକାନ୍ତ ରଥ, ଚିନ୍ମୟ ମିଶ୍ର,‌ ଅଭିଷେକ ଗିରି ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଫିଲ୍ମର ପ୍ରଯୋଜନା ଦାୟିତ୍ବ ନେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ। ସୋମେଶ ଶତପଥୀ ଓ ବୁନି ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button