ମନୋରଞ୍ଜନ

ଟିଆର୍‌ପି ଦୌଡ଼ରେ ‘ବିଗ୍‌ବସ୍‌’କୁ ପଛରେ ଛାଡ଼ିଲେ ‘ଅନୁପମା’ ସମେତ ଏହି ସବୁ ଧାରାବାହିକ – bajravana

[ad_1]

ମୁମ୍ବାଇ: ସୁପର୍‌ଷ୍ଟାର୍‌ ସଲମାନ ଖାନଙ୍କ ରିଆଲିଟି ସୋ ‘ବିଗ୍ ବସ୍ ୧୭’ ଆରମ୍ଭ ହୋଇସାରିଛି। ପ୍ରତିଯୋଗୀମାନେ ଦର୍ଶକଙ୍କୁ କେତେ ବିରକ୍ତ କରୁଛନ୍ତି ତାହା ଟିଆର୍‌ପି ତାଲିକା ଦେଖିବା ପରେ ସ୍ପଷ୍ଟ ହୋଇଯାଇଛି। କାରଣ ଦେଶର ସବୁଠାରୁ ବଡ଼ ରିଆଲିଟି ସୋ’ ହୋଇ ମଧ୍ୟ ଟିଆର୍‌ପି ତାଲିକାର ଶ୍ରେଷ୍ଠ ୧୦ ମଧ୍ୟ‌ରେ ସ୍ଥାନ ପାଇ ପାରିନାହିଁ ‘ବିଗ୍‌ବସ୍‌ ୧୭’।

୧. ଅନୁପମା

ଟିଆରପି ତାଲିକାରେ ରୁପାଲି ଗାଙ୍ଗୁଲି ଏବଂ ଗୌରବ ଖାନ୍ନାଙ୍କ ଟିଭି ସୋ ‘ଅନୁପମା’ ଏକ ନମ୍ବର ସ୍ଥାନରେ ରହିଛି। ଏହି ସୋ’ ୭୩ ରେଟିଂ ପାଇ ୧ ନମ୍ବର ସ୍ଥାନରେ ପହଞ୍ଚିଛି।

୨. ତାରକ ମେହେଟ୍ଟା କା ଓଲଟା ଚଷମା

ଏହି ସପ୍ତାହରେ, ‘ତାରକ ମେହେଟ୍ଟା କା ଓଲଟା ଚଷମା’ ଓରମାକ୍ସ ଟିଆରପି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି କମେଡି ସିରିଏଲରେ ମୋଟ ୭୦ ଟି ରେଟିଂ ପାଇଛି।

୩. ତେରି ମେରି ଡୋରିୟାଁ

ଟିଆରପି ତାଲିକାରେ ହିମାଂଶୀ ପରାସର ଏବଂ ବିଜୟନ୍ଦ୍ର କୁମେରିଆଙ୍କ ଟିଭି ସୋ ‘ତେରି ମେରି ଡୋରିୟାଁ’ ତୃତୀୟ ସ୍ଥାନରେ ରହିଛି। ଏହାକୁ ମଧ୍ୟ ମୋଟ ୭୦ଟି ରେଟିଂ ମିଳିଛି।
୪. ଗୁମ୍‌ ହେ କିସି କେ ପ୍ୟାର୍‌ ମେ

ଟିଭି ସିରିଏଲ୍ ‘ଗୁମ୍‌ ହେ କିସି କେ ପ୍ୟାର୍‌ ମେ’ ଏହି ଟିଆରପି ତାଲିକାରେ ଶ୍ରେଷ୍ଠ ୪ ନମ୍ବରରେ ରହିଛି। ଏହି ଟିଭି ସୋ ୬୯ଟି ରେଟିଂ ପାଇଛି।

୫. ଭାଗ୍ୟ ଲକ୍ଷ୍ମୀ

ଏହି ସପ୍ତାହର ଓରମାକ୍ସ ଇଣ୍ଡିଆ ଟିଆରପି ତାଲିକାରେ ‘ଭାଗ୍ୟ ଲକ୍ଷ୍ମୀ’ ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ଏହାକୁ ବି ୬୯ଟି ରେଟିଂ ମିଳିଛି।

୬. ୟେ ରିସ୍ତା କ୍ୟାୟା କେହଲାତା ‌ହେ

ଏହି ସପ୍ତାହର ଟିଆରପି ତାଲିକାରେ ‘ୟେ ରିସ୍ତା କ୍ୟାୟା କେହଲାତା ‌ହେ’ ଷଷ୍ଠ ସ୍ଥାନରେ ପହଞ୍ଚିଛି। ଏହାର ରେଟିଂ ରହିଛି ୬୭।

୭. କୁଣ୍ଡଲି ଭାଗ୍ୟ

ଏହି ସପ୍ତାହରେ ଓରମାକ୍ସ ଟିଆରପି ତାଲିକାରେ ‘କୁଣ୍ଡଲି ଭାଗ୍ୟ’ ବି ୬୭ ରେଟିଂ ପାଇଥିବା ବେଳେ ସପ୍ତମ ସ୍ଥାନରେ ରହିଛି।

୮. ୟେ ହେ ଚାହତେଁ

୬୫ଟି ରେଟିଂ ପାଇଥିବା ବେଳେ ଏ ସପ୍ତାହରେ ଅଷ୍ଟମ ସ୍ଥାନରେ ରହିଛି ଧାରାବାହିକ ‘ୟେ ହେ ଚାହତେଁ’।

୯. ଇଣ୍ଡିଆନ ଆଇଡଲ୍‌

ଗୀତ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍’ର ଟିଆରପିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ସପ୍ତାହ ପରି, ଏଥର ମଧ୍ୟ ସୋ’ ୬୪ ରେଟିଂ ସହିତ ୯ ନମ୍ବରରେ ରହିଛି।

10. ଶିବ ଶକ୍ତି ତପ ତ୍ୟାଗ ତାଣ୍ଡବ

ଟିଭି ସିରିଏଲ୍ ‘ଶିବ ଶକ୍ତି ତପ ତ୍ୟାଗ ତାଣ୍ଡବ’ଟିଆରପି ତାଲିକାର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛି। ଏହି ସପ୍ତାହରେ ସୋ’ ୬୩ ରେଟିଂ ପାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button