ମନୋରଞ୍ଜନ

ସଲମାନ, ସୋନାକ୍ଷୀ ଓ ଅନିଲ୍ କପୁରଙ୍କ ସହ ପାଦରେ ପାଦ ମିଳାଇ ନାଚିଲେ ମୁଖ୍ୟମନ୍ତ୍ରୀ ମମତା – bajravana

[ad_1]

ନୂଆଦିଲ୍ଲୀ: ପ୍ରତିବର୍ଷ କୋଲକାତା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ (କିଫ୍)କୁ ଅପେକ୍ଷା କରିଥାଆନ୍ତି ସିନେପ୍ରେମୀ। ଏହାର ଶୁଭାରମ୍ଭ ଡିସେମ୍ବର ୫ ତାରିଖରେ ହୋଇଯାଇଛି। ଫିଲ୍ମ ଫେଷ୍ଟିଭାଲର ଉଦଘାଟନୀ କାର୍ଯ୍ୟକ୍ରମରେ ସଲମାନ ଖାନ, ମହେଶ ଭଟ୍ଟ, ଅନିଲ କପୁର, ସୋନାକ୍ଷୀ ସିହ୍ନା ଓ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ଷ୍ଟାରମାନେ ଯୋଗ ଦେଇଛନ୍ତି। ଏହି ସମୟରେ ସଲମାନଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ନୃତ୍ୟ କରୁଥିବା ବି ଦେଖିବାକୁ ମିଳିଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ମମତା ବାନାର୍ଜୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସଲମାନ୍ ଖାନ୍ ମମତା ଦିଦିଙ୍କୁ ହାତ ଧରି ନାଚିବା ଲାଗି ଅନୁରୋଧ କରୁଛନ୍ତି। ଏହାପରେ ନିର୍ମାତା ମହେଶ ଭଟ୍ଟ ମଧ୍ୟ ମମତାଙ୍କୁ ଆମନ୍ତ୍ରଣ କରୁଛନ୍ତି। ସଲମାନ ମୁଖ୍ୟମନ୍ତ୍ରୀ ମମତାଙ୍କୁ ନୃତ୍ୟ କରିବାକୁ ନେଇ ଉତ୍ସାହିତ କରୁଥିବା ନଜର ଆସୁଛନ୍ତି। ଏହାପରେ ସଲମାନ୍, ସୋନାକ୍ଷୀ, ଶତୃଘ୍ନ ସିହ୍ନା, ଅନିଲ୍ କପୁର ଓ ମହେଶ ଭଟ୍ଟଙ୍କ ସହ ମିଶି ନୃତ୍ୟ କରିଛନ୍ତି ମମତା ବାନାର୍ଜୀ।

ଏହି କ୍ରମରେ ସଲମାନଙ୍କ ସହିତ ମମତା ପାଦରେ ପାଦ ମିଳାଇ ନାଚୁଥିବା ଦେଖିବାକୁ ମିଳୁଛି। ଦୁହିଁଙ୍କୁ ସାଥୀରେ ନୃତ୍ୟ କରିବାର ଭିଡିଓ ଦେଖିବା ପରେ ଲୋକେ ଏହାକୁ ଖୁବ ପସନ୍ଦ ବି କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button