ମନୋରଞ୍ଜନ

ଭାଇରାଲ ଭିଡିଓରେ ସଲମାନଙ୍କ କଥା ଶୁଣି କମେଣ୍ଟରେ ତାଙ୍କୁ ମିଛୁଆ କହିଲେ ଚନ୍ଦ୍ରଚୂଡ – bajravana

[ad_1]

ମୁମ୍ବାଇ: ଚଳଚ୍ଚିତ୍ର ‘କୁଛ କୁଛ ହୋତା ହେ’ ରିଲିଜକୁ ନିକଟରେ ୨୫ବର୍ଷ ପୂରଣ ହୋଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ କରଣ ଜୋହର। ଏହା ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଶାହରୁଖ ଖାନ, କାଜୋଲ, ରାନୀ ମୁଖାର୍ଜୀ ଏବଂ ସଲମାନ ଖାନ। ସଲମାନ ଖାନ ଏହି ଚଳଚ୍ଚିତ୍ରରେ କାମିଓ କରିଥିଲେ। ଫିଲ୍ମରେ ସେ ଅମନ ଚରିତ୍ରରେ ନଜର ଆସିଥିବା ବେଳେ ଦ୍ବିତୀୟ ଭାଗରେ ତାଙ୍କର ଏଣ୍ଟ୍ରି ହୋଇଥିଲା। ତେବେ ଏହି ଚରିତ୍ର ପାଇଁ କଳାକାର ଖୋଜିବାକୁ କରଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିବା ବେଳେ କେହି ଏହି ଚରିତ୍ର କରିବାକୁ ରାଜି ନଥିଲେ।

ନିଜର ସୋ’ କଫି ଉଇଥ୍ କରଣରେ ଏହି ଖୁଲାସା କରିଥିଲେ କରଣ, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। କରଣ ଖୁଲାସା କରିଥିଲେ ଯେ, ଅମନ ଚରିତ୍ର ପାଇଁ କେହି ରାଜି ନଥିବା ବେ‌ଳେ ଆପଣ ଏହି ଚରିତ୍ର କରିବାକୁ ରାଜି ହୋଇଥିଲେ। ଏହାର ଜବାବରେ ସଲମାନ କହୁଛନ୍ତି, ‘କୁଛ କୁଛ ହୋତା ହେ’ରେ ଶାହାରୁଖ ଖାନଙ୍କୁ କାଷ୍ଟ କରିବା ତୁମ ପାଇଁ କଷ୍ଟସାଧ୍ୟ ନଥିଲା। କିନ୍ତୁ ଅମନ ଚରିତ୍ର ପାଇଁ କାଷ୍ଟିଂ କରିବା ତୁମ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କାରଣ ସୈଫ ଓ ଚନ୍ଦ୍ରଚୂଡଙ୍କ ପାଖରେ କୌଣସି କାମ ନଥାଇ ବି ସେମାନେ ତୁମ ଫିଲ୍ମର ଏହି ଚରିତ୍ର କରିବାକୁ ମନା କରିଦେଇଥିଲେ। ହେଲେ ତୁମର ଦକ୍ଷତା ଅଛି ବୋଲି ଅନୁଭବ କରି ମୁଁ ଅମନ ଚରିତ୍ର କରିବାକୁ ରାଜି ହୋଇଥିଲି। ‌ହେଲେ ଏହି ଫିଲ୍ମ ପରେ ତୁମେ ମୋ ସହିତ ଆଉ କେବେ ବି କାମ କଲନାହଁ।

ଦୁହିଁଙ୍କ ଏହି ଭାଇରାଲ ଭିଡିଓର କମେଣ୍ଟରେ ଚନ୍ଦ୍ରଚୂଡ଼ ସଲମାନଙ୍କୁ ମିଛୁଆ କହିଥିବା ଦେଖାଯାଇଛି। କମେଣ୍ଟ ଦେଇ ଚନ୍ଦ୍ରଚୂଡ଼ ଲେଖିଛନ୍ତି, ସଲମାନଙ୍କ ମିଛ। ଏହା ଦେଖି ସଲମାନ କେଉଁ କଥା ମିଛ କହିଛନ୍ତି ବୋଲି ଲୋକେ ପଚାରିବା ପରେ, ତାଙ୍କ ପାଖରେ କାମ ଥିଲା ଏବଂ ସେ କେଉଁ ସବୁ ଫିଲ୍ମ କରୁଥିଲେ ତାହା ଲେଖିଛନ୍ତି ଚନ୍ଦ୍ରଚୂଡ଼।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button