ଓଡିଶା

ବିଜେଡିରେ ମିଶିଲେ ସୁରେନ୍ଦ୍ର ସିଂ ଭୋଇ – bajravana

[ad_1]

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସଭାପତି ସୁରେନ୍ଦ୍ର ସିଂହ ଭୋଇ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ। କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବଲାଙ୍ଗୀର ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀମତୀ ସାହୁ ଓ ଶ୍ରୀ ପାତ୍ର କହିଥିଲେ। ନିଜ ପ୍ରତିକ୍ରିୟାରେ ଶ୍ରୀ ଭୋଇ କହିଥିଲେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି। ନୂଆ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ତାହାକୁ ସୁଚାରୁରୂପେ ତୁଲାଇବି। ଏହି ମିଶ୍ରଣ ପର୍ବରେ ସଇଁତଳା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଓ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଟିଟିଲାଗଡ଼ ବ୍ଲକ କଂଗ୍ରେସ ସଭାପତି ବିକାଶ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ବ୍ଲକ କାର୍ଯ୍ୟକାରୀ ସଭାପତି ଅସୀମ ପଟ୍ଟନାୟକ, ଟାଉନ କଂଗ୍ରେସ ସଭାପତି ସୁଦାମ ସାହୁଙ୍କ ସମେତ ଶତାଧିକ ନିର୍ବାଚିତ ପ୍ରତିନିଧି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଓ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button