ଦେଶ ବିଦେଶ

ନିଦ ଯୋଗୁ ପଢାରେ ବାଧା ଆସୁଛି କି ? ଏହି କାମ କରନ୍ତୁ ନିଦ ଭୁଲି ପାଠ ପଢାରେ ମନ ଦେବେ…

ବନ୍ଧୁଗଣ ପ୍ରତ୍ଯେକଟି ପ୍ରାଣୀ ପାଇଁ ଶୋଇବା ନିତାନ୍ତ ଜରୁରୀ ହୋଇଥାଏ । ନଚେତ ତାଙ୍କ ସ୍ଵାସ୍ଥ ଉପରେ କୁ-ପ୍ରଭାବ ପଡିଥାଏ । ଡକ୍ଟରଙ୍କ କହିବା ମୁତବାକ ପ୍ରତ୍ଯେକ ମନୁଷ୍ୟ ଦୈନିକ 7 ରୁ 8 ଘଣ୍ଟା ନିହାତି ଶୋଇବା ଉଚିତ । ତେବେ ଯଦି ଆପଣ ଠିକ ଭାବେ ଶୋଇ ମଧ୍ୟ ପାଠ ପଢିବ କୁ ବସିବା ବେଳକୁ ଆପଣଙ୍କୁ ସବୁବେଳେ ନିଦ ଆସିଯାଉଥାଏ । ତେବେ ଏଥିପାଇଁ ଆପଣ ଙ୍କୁ କଣ ସବୁ କରିବାକୁ ପଡିବ ଆସନ୍ତୁ ଜାଣିବା । ତେବେ ଫିଜିକାଲ, ମେଣ୍ଟଲ ଓ ମୋଟିଭେସନଲ ଏହି ୩ଟି କଥା ଉପରେ ଆପଣଙ୍କୁ ଧାନ ଦେବାର ଆବଶ୍ୟକତା ରହିଛି ।

ଫିଜିକାଲ;- ଯଦି ଆପଣ ସଠିକ ଜାଗାରେ ବା ସଠିକ ପୋଜିସନରେ ବସି ପାଠ ପଢୁ ନାହାନ୍ତି ବା ଆପଣ ଭୁଲ ପୋଜିସନରେ ବସି ପାଠ ପଢୁଛନ୍ତି । ତେବେ ଆପଣଙ୍କୁ ଅଧା ପାଠ ମନେ ରହିବନି ଓ ଆପଣଙ୍କୁ ନିଦ ମଧ୍ୟ ଲାଗିବ । ଯଦି ଆପଣଙ୍କ ପାଠ ପଢିବା ଜାଗାରେ ଲାଇଟ ଭଲରେ ନାହିଁ ଓ ଆପଣଙ୍କୁ ପଢିବାରେ ଅସୁବିଧା ହେଉଛି ଓ ଆପଣଙ୍କୁ ଫ୍ରେସ ଏୟର ମିଳୁ ନାହିଁ । ତେବେ ମଧ୍ୟ ଆପଣଙ୍କୁ ଅସୁବିଧା ହୋଇପାରେ ଓ ଆପଣଙ୍କୁ କେବଳ ନିଦ ଲାଗିବ।

ଠିକ ଭାବରେ ଶୋଇ ନାହାନ୍ତି ତେବେ ଆପଣଙ୍କୁ ନିଦ ଲାଗିବା ସ୍ଵାଭାବିକ ଅଟେ ଓ ଏହି କଥା ଆପଣଙ୍କ ମନରେ ମଧ୍ୟ ଚାଲିଥାଏ, ଯେ ମୁଁ ଶୋଇନି ମତେ ନିଦ ଲାଗିପାରେ, ତେବେ ଏହି ଭାବନା ଦ୍ଵାରା ତମକୁ ନିଦ ଲାଗିଥାଏ ।

ତେବେ ବହୁତ ଲୋକଙ୍କ ମନରେ ଥାଏ ଯେ ମୁଁ ଭଲ ଚାକିରୀଟେ କରିବି । ନିଜ ପରିଶ୍ରମ ଦ୍ଵାରା କିଛି ବଡ କରିବି କିନ୍ତୁ ସେ ନିଜ ମନ ଦ୍ଵାରା ହାରିଯାଇଥାନ୍ତି । ତାଙ୍କ ମନରେ କେତେ ପ୍ରଶ୍ନ ଆସିଥାଏ । ତେବେ ଯଦି ଆପଣ ନିଜ ମନରେ ସକାରାତ୍ମକ ଭାବ ରଖିବେ ତେବେ ଆପଣ ଭଲ ପଢି ପାରିବେ ।

ମୋଟିଭେସନାଲ;- ଯଦି ଆପଣଙ୍କ ଭଲ ପାଠ ପଢା ପାଇଁ ବା କୌଣସି କାର୍ଯ୍ୟ କରିବା ପାଇଁ ନେଇଥିବା ନିଷ୍ପତ୍ତିରେ ସମସ୍ତେ ଖୁସି ହୋଇଥାନ୍ତି କିମ୍ବା ଆପଣଙ୍କୁ କୌଣସି ପ୍ରାଇଜ ମିଳିଥାଏ।  ତେବେ ଆପଣଙ୍କ ଆଗ୍ରହ ବଢିଥାଏ ଯାହା ଦ୍ଵାରା ନ ହେବା କାମ ମଧ୍ୟ ଆପଣଙ୍କ ଦ୍ଵାରା ହୋଇଯାଇଥାଏ । ତେଣୁ ପାଠ ହେଉ ଅବା କୌଣସି ଭଲ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ମୋଟିଭେସନର ଦରକାର ହୋଇଥାଏ । ଯାହାଦ୍ୱାରା ସେମାନେ ସେହି କାମକୁ କରିବା ପାଇଁ ଆଗ୍ରହୀ ହେବେ ।

ତାଙ୍କୁ ତାଙ୍କ ଲକ୍ଷସ୍ତଳରେ ପହଞ୍ଚିବାରେ କୌଣସି ବାଧାବିଘ୍ନ ଅଟକାଇ ପାରିବ ନାହିଁ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button