ଅପରାଧ

ନିର୍ବାଚନ ପୂର୍ବରୁ ସୁପାରି କିଲର୍‌ଙ୍କ ସହ ଡିଲ୍‌ ମାମଲା: ରିମାଣ୍ଡ୍‌ରେ ଆସିବେ ୨ ବନ୍ଧୁକ ମାଫିଆ – bajravana

[ad_1]

ଗୋଲ୍ଡେନ୍‌ ସିଂଙ୍କୁ ସ୍ପେସାଲ୍‌ ସ୍କ୍ବାଡ୍‌ର ୬ଘଣ୍ଟା ଜେରା, ଚିନ୍ତା ବଢ଼ାଇଛି ବବୁଲ୍‌

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ବନ୍ଧୁକ ମାଫିଆ ସକ୍ରିୟ ହେବା ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ସୁପାରି କିଲର୍‌ଙ୍କ ସହ ବନ୍ଧୁକ କାରବାର ଡିଲ୍‌ ମାମଲାରେ ଗିରଫ ହୋଇଥିବା ଖଣ୍ଡଗିରି ଥାନା ସରକନ୍ତରା ଅଞ୍ଚଳର ସୂରଜ ପରିଡ଼ା ଓ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ତପୁଧର ନାୟକକୁ ୩ ଦିନିଆ ରିମାଣ୍ଡ୍‌ରେ ଆଣିବାକୁ କମିସନରେଟ୍‌ ପୁଲିସ ଆବେଦନ କରିଛି। ଅନ୍ୟପକ୍ଷରେ କଟକ ଜଗତପୁର ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା ବିହାର ମୁଙ୍ଗେରର ବନ୍ଧୁକ ମାଫିଆ ଗୋଲେ୍‌ଡେନ୍‌ ସିଂକୁ ରିମାଣ୍ଡରେ ଆଣି ସ୍ପେସାଲ୍‌ ସ୍କ୍ବାଡ୍‌ ଘନଘନ ଜେରା କରିଛି। ତାକୁ ଆଜି ପ୍ରାୟ ୬ ଘଣ୍ଟା ଜେରା କରିଛି ସ୍ପେସାଲ୍‌ ସ୍କ୍ବାଡ୍‌। ଜେଲ୍‌ରେ ଥିବା ସଞ୍ଜୟ ଖୁଣ୍ଟିଆ ଓ ବାହାରେ ରହି କାରବାର ଚଳାଇଥିବା ତା’ ସାନ ଭାଇ ବବୁଲ୍‌ ଖୁଣ୍ଟିଆ ବିଷୟରେ ଜାଣିବାକୁ ଗୋ‌ଲ୍‌ଡେନ୍‌ ସିଂହକୁ ପଚରାଉଚରା କରାଯାଇଛି।

କଟକ ଜଗତପୁର ଥାନା ପୁଲିସ ମୁଙ୍ଗେରର ବନ୍ଧୁକ ମାଫିଆ ଗୋଲ୍‌ଡେନ୍‌ ସିଂହକୁ ଗତ ୨୫ ତାରିଖରେ ବିହାରରୁ ଗିରଫ କରିଥିଲା। ତା’ ନିକଟରୁ ୩ ବନ୍ଧୁକ ଓ ୧୨ ଗୁଳି ଜବତ କରାଯାଇଥିଲା। ପୂର୍ବରୁ ଗିରଫ ହୋଇଥିବା ଜଗତପୁରର ୩ ବନ୍ଧୁକ ବେପାରୀଙ୍କ ସୂଚନା ଆଧାରରେ ଗୋଲ୍‌ଡେନ୍‌କୁ ଗିରଫ କରାଯାଇଥିଲା। ଏହାର ୨ ଦିନ ପରେ ଅର୍ଥାତ୍ ଗତ ୨୭ ତାରିଖ ରାତିରେ ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ୍‌ ତମାଣ୍ଡୋ ଥାନା କଳିଙ୍ଗବିହାରସ୍ଥିତ ବବୁଲ୍‌ ଖୁଣ୍ଟିଆ ଘରୁ ୩ଟି ଓ ତା’ର ୨ ସହଯୋଗୀ ସୂରଜ ଓ ତପୁଧରଠାରୁ ୨ଟି ଏମିତି ମୋଟ ୫ଟି ବନ୍ଧୁକ ଓ ୨୪ ରାଉଣ୍ଡ ଗୁଳି ଜବତ କରିଥିଲା। କିନ୍ତୁ ବବୁଲ୍‌ ଫେରାର୍ ହୋଇଯାଇଥିଲା। ତାକୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଶନିବାର ଦିନ ସୂରଜ ଓ ତପୁଧରକୁ ରିମାଣ୍ଡରେ ଅଣାଯାଇପାରେ ବୋଲି ପୁଲିସ ସୂଚନା ଦେଇଛି। ରିମାଣ୍ଡ ବେଳେ ସେମାନଙ୍କଠାରୁ ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ଆଶାରେ ରହିଛି। ସେମାନେ କାହା ସହିତ ବନ୍ଧୁକ କାରବାର କରୁଛନ୍ତି, କାହାକୁ ଯୋଗାଉଛନ୍ତି, ପୂର୍ବରୁ କେତେ ବନ୍ଧୁକ ଚାଲାଣ କରିସାରିଛନ୍ତି ଏବଂ ସେମାନଙ୍କ ଡିଲ୍‌ ରାଜ୍ୟର କେଉଁ କେଉଁ ଜିଲ୍ଲାକୁ ବ୍ୟାପିଛି, ସେସବୁ ବିଷୟରେ ତଥ୍ୟ ହାସଲ କରିବାକୁ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣୁଛି। ବିଶେଷକରି ଜେଲ୍‌ରେ ଥିବା ସଞ୍ଜୟ ଓ ଫେରାର୍ ଥିବା ବବୁଲ୍‌ର ନେଟ୍‌ୱର୍କ ବାବଦରେ ବହୁ ତଥ୍ୟ ମିଳିବ ବୋଲି ପୁଲିସ ଆଶାବାଦୀ ରହିଛି। ନିର୍ବାଚନ ପୂର୍ବରୁ ବବୁଲ୍‌କୁ ଗିରଫ କରିପାରିଲେ ପୁଲିସକୁ ବଡ଼ ଆଶ୍ବସ୍ତି ମିଳିବ ବୋଲି କୁହାଯାଉଛି। ସମ୍ପ୍ରତି ନିର୍ବାଚନମଣ୍ଡଳୀଗୁଡ଼ିକରେ ରାଜନୈତିକ ମାହୋଲ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ସମୟରେ ଅଘଟଣ, ହିଂସା ଘଟିବାର ବହୁ ଆଶଙ୍କା ରହିଛି। ତେଣୁ ରାଜନୈତିକ ହିଂସା ନିୟନ୍ତ୍ରଣ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିବ। ତେଣୁ ଏଭଳି ସମୟରେ ବନ୍ଧୁକ ମାଫିଆ ସକ୍ରିୟ ହେବା, ରାଜନୈତିକ ଲିଙ୍କ୍‌ ନେଇ ସୁପାରି କିଲର୍‌ ଓ ବନ୍ଧୁକ ମାଫିଆଙ୍କ ମଧ୍ୟରେ ଡିଲ୍‌ ହେବା ଭଳି ମାମଲାକୁ ପୁଲିସ ଗୁରୁତ୍ବ ଦେଇଛି। ବବୁଲ୍‌ ଗୋଷ୍ଠୀ କାହାକୁ ଟାର୍ଗେଟ୍‌ କରିଥିଲେ, ସୁପାରି ନେଇ କେଉଁ ନେତା ବା କର୍ମୀଙ୍କୁ ଟାର୍ଗେଟ୍‌ କରିଥିଲେ କି ବୋଲି ପ୍ରଶ୍ନ ଏବେ ବି ରହସ୍ୟରେ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button