ଦେଶ ବିଦେଶ

ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ମ୍ଯୁନିଟି ପାୱାର କିପରି ବଢିବ ?

କିଭଳି ବଢିବ ରୋଗପ୍ରତିରୋଧକ ଶକ୍ତି ? ବନ୍ଧୁଗଣ ସ୍ଵାସ୍ଥ ହିଁ ହେଉଛି ଆମ ସମ୍ପଦ । କାରଣ ଆମ ଶରୀର ସୁସ୍ଥ ରହିଲେ ହିଁ ଆମେ ଶାରୀରିକ ଓ ମାନସିକ ଉଭୟ କ୍ଷେତ୍ରରେ ସୁସ୍ଥ ରହିପାରିବା । ତେବେ ଯଦି ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍ ରହିଥାଏ । ଆମକୁ ବିଭିନ୍ନ ପ୍ରକାର ରୋଗବେମାରୀର ସାମ୍ନା କରିବାକୁ ପଡିଥାଏ । ତେବେ ବଡିରେ ରୋଗ ପ୍ରତିରୋଧକ ଶକ୍ତି କିଭଳି ଭାବେ ବଢାଇ ହେବ ସେହି ସମ୍ପର୍କରେ ଚାଲନ୍ତୁ ଏଠାରେ ଆଲୋଚନା କରିବା ।

ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆମର ଦୈନଦିନ ଖାଦ୍ୟପାନୀୟ ଉପରେ ବିଶେଷ ଭାବେ ଧ୍ୟାନ ଦେବା ଉଚିତ । ଯେପରି ଶରୀରରେ ରୋଗପ୍ରତିରୋଧକ ଶକ୍ତି ବା ଇମ୍ମ୍ଯୁନିଟି ପାୱାରକୁ ବଢାଇବା ପାଇଁ କେତେକ ଭିଟାମିନର ଠିକ ପରିମାଣର ଖାଇବାର ଆବଶ୍ୟକତା ରହିଛି । ଯେପରି ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଆନ୍ତୁ । ସପ୍ତାହକୁ 60 ହଜାର ୟୁନିଟ ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଦିନକୁ 50 ରୁ 100 ମିଲିଗ୍ରାମ ଜିଙ୍କ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ଦିନକୁ 500 ରୁ 1000 ମିଲିଗ୍ରାମ ଭିଟାମିନ-ସି ଯୁକ୍ତ ଥିବା ଖାଦ୍ୟ ସେବନ କରନ୍ତୁ । ଫ୍ଲାଭୋନଏଡସ୍ ପନିପରିବା ଯେପରି ବିଭିନ୍ନ ପ୍ରକାରର ରଙ୍ଗୀନ ପରିବା ଖାଆନ୍ତୁ । ଭିଟାମିନ-ଏ ଯୁକ୍ତ ଖାଦ୍ୟ ଦିନକୁ 19 ହଜାର ରୁ 20 ହଜାର ୟୁନିଟ ଖାଇବାକୁ ଚେଷ୍ଟା କରନ୍ତୁ । ଦୈନିକ 400 ରୁ 800 ୟୁନିଟ ଭିଟାମିନ-ଏ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଦୈନିକ 20 ରୁ 40 ମିଲିଗ୍ରାମ ଭିଟାମିନ ବି6 ଯୁକ୍ତ ଖାଦ୍ୟର ସେବନ କରନ୍ତୁ ।

ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ବୃଦ୍ଧି ପାଇଥାଏ । ଦିନକୁ ବଡି ପାଇଁ ଯେତିକି ସମୟ ରେସ୍ଟ କରିବା ଉଚିତ ନିହାତି ଭାବେ ବିଶ୍ରାମ କରନ୍ତୁ । ରାତିରେ 6 ରୁ 7 ଘଣ୍ଟା ଭଲ ନିଦ୍ରାରେ ଶୁଅନ୍ତୁ । ଏହାଛଡା ଶରୀରରେ ଇମ୍ମ୍ଯୁନିଟି ପାୱାର ବଢାଇବା ପାଇଁ ହଳଦୀ ମଧ୍ୟ ବହୁତ ହେଲ୍ପ କରିଥାଏ । ଉଷୁମ ପାଣିରେ ଅଳ୍ପ ହଳଦୀ ଗୁଣ୍ଡ ଅର୍ଥାତ ଛୋଟ ଚାମଚରେ ହଳଦୀ ଗୁଣ୍ଡ ଆଣି ପାଣିରେ ମିଶାନ୍ତୁ ।

ସେହି ଉଷୁମ ପାଣିରେ ଅଧ ଚାମଚ ଗୋଲମରୀଚ ଗୁଣ୍ଡକୁ ମିଶାଇ 4 ରୁ 5 ମିନିଟ ପରେ ସେହି ଡ୍ରିଂକର ଖାଲି ପେଟରେ ସେବନ କରନ୍ତୁ । ତେବେ ଏହି ସବୁ କରିବା ଦ୍ଵାରା ବଡିରେ ରୋଗପ୍ରତିରୋଧକ ଶକ୍ତି ବଢିବାରେ ଲାଗିଥାଏ । ଯାହାଫଳରେ ବ୍ୟକ୍ତିର ଶରୀରକୁ ଅତି ସହଜରେ କୌଣସି ବେମାରୀ ଆସିପାରିନଥାଏ । ବ୍ୟକ୍ତି ସୁସ୍ଥ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button