ଦେଶ ବିଦେଶ

ଦାନ୍ତକୁ ସଫା ରଖିବାର ଏହି ସହଜ ଟ୍ରିକ୍ସ ଆପଣାଇ ଦେଖନ୍ତୁ, ଜୀବନରେ କେବେବି ଦାନ୍ତ ସମସ୍ଯାର ଶିକାର ହେବେ ନାହିଁ

ସମସ୍ତଙ୍କୁ ଧଳା ଓ ସୁନ୍ଦର ଦାନ୍ତ ବହୁତ ପସନ୍ଦ ହୋଇଥାଏ । ହେଲେ ଦାନ୍ତକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ହେଲେ ପ୍ରତିଦିନ ଭଲ ଭାବେ ବ୍ରସ କରିବାକୁ ପଡିବ । ଭଲ ଭାବରେ ବ୍ରଷ ନକଲେ ଦାନ୍ତ ଅପରିଷ୍କାର ହୋଇଯାଏ । ଯାହାଫଳରେ ଦାନ୍ତରେ ବହୁତ ପ୍ରକାର ପ୍ରୋବ୍ଲେମ ସୃଷ୍ଟି ହୋଇଥାଏ । ତେବେ ଦାନ୍ତ ଘଷିବା ପାଇଁ ଏକ ଭଲ ବ୍ରସର ମଧ୍ୟ ଦରକାର ହୋଇଥାଏ । କାରଣ ଅସନା ଟୁଥବ୍ରଷ ଦ୍ଵାରା ଡାଇରିଆ ବା ସ୍କିନ ଇନଫେକସନ ମଧ୍ୟ ହୋଇଥାଏ ।

ତେବେ ଦାନ୍ତ ସଫା ରଖୁଥିବା ଟୁଥବ୍ରଷର ମଧ୍ୟ ଧ୍ୟାନ ରଖିବା ଉଚିତ ଏହାକୁ ସଫା ରଖିବା ଉଚିତ ଅଟେ । ନଚେତ ଅନେକ ପ୍ରକାରର ରୋଗ ମଧ୍ୟ ହୋଇପାରେ, ସେଥି ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ପ୍ରାୟତଃ ଲୋକ ବ୍ରଷ କରିବା ଆଗରୁ ଟୁଥବ୍ରଷ ପାଣିରେ ଭେଦେଇ ଛାଡି ଦିଅନ୍ତି, ଯେତେବେଳେ ଆମେ ବ୍ରଷ କରିବା ଆଗରୁ ଟୁଥବ୍ରଷ ଓଦା କରିଥାଉ ସେତେବେଳେ ବ୍ରଷ ନରମ ହୋଇଥାଏ ଓ ଏହା ଦ୍ଵାରା ଦାନ୍ତ ସଫା କରିବା କ୍ଷମତା କମିଯାଇଥାଏ ।

ଡକ୍ଟର କହିବା ମୁତାବିକ ଏହା କରିବା ଉଚିତ ନୁହେଁ, କାରଣ ଏହା ଦ୍ଵାରା ଟୁଥବ୍ରଷ ମଧ୍ୟ ଖରାପ ହୋଇଥାଏ ଓ ଦାନ୍ତ ମଧ୍ୟ ଏହା ଦ୍ଵାରା ସଠିକ ଭାବରେ ସଫା ହୋଇନଥାଏ । ଓଦା ଟୁଥବ୍ରଷ ଉପରେ ପେଷ୍ଟ ଲଗେଇଲେ ପେଷ୍ଟ ଡାଇଲୁଟ ହୋଇଥାଏ, ଯାହା ଦ୍ଵାରା ପେଷ୍ଟର ପ୍ରଭାବ କମ ହୋଇଯାଏ ସେଥିପାଇଁ ଦାନ୍ତ ସଫା କରିବା ଆଗରୁ ଟୁଥବ୍ରଷ ଓଦା କରନ୍ତୁ ନାହିଁ ।

ଯଦିଓ ବ୍ରଷ ଓଦା କରିବା ଆବଶ୍ୟକ ତେବେ ଗୋଟେ ସେକେଣ୍ଡରୁ ଅଧିକ ସମୟ ଏହାକୁ ପାଣିରେ ରଖନ୍ତୁ ନାହିଁ । ଦାନ୍ତ ସଫା କଲା ସମୟରେ ଭଲଭାବେ ପୁରା ୨ ରୁ ୫ ମିନିଟ ମୁହଁର ଚାରିପଟେ ବ୍ରଷକୁ ବୁଲାଇ ସବୁ ଦାନ୍ତ ମୂଳକୁ ସଫା କରନ୍ତୁ ।

ଦାନ୍ତ ବ୍ରଷ କରିବା ପରେ ମାଉଥ ଫ୍ରେଶନର ଦ୍ଵାରା କୁଳି କରନ୍ତୁ ଦେଖିବେ ଆପଣଙ୍କୁ ପୁରା ଫ୍ରେଶ ଲାଗିବ । ଏହା ସହ ଦିନରେ ଦୁଇ ଥର ବ୍ରଷ ମଧ୍ୟ କରିବା ନିହାତି ଜରୁରୀ । ରାତ୍ରିର ଭୋଜନ ପରେ ଯଦି ଆମେ ବ୍ରଷ ନ କରି ଶୋଇପଡିବା ତେବେ ଏହା ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button