ଜ୍ୟୋତିଷ

ଗୁରୁବାର ଦିନ ଜନ୍ମ ବ୍ୟକ୍ତିର ବ୍ୟକ୍ତିତ୍ବ ! ବ୍ୟବହାର, କ୍ଯାରିଅର ଓ ଦାମ୍ପତ୍ୟ ଜୀବନ ବିଷୟରେ ଜାଣନ୍ତୁ…

ବନ୍ଧୁଗଣ ପ୍ରତ୍ଯେକ ବାରର କିଛି ନା କିଛି ମହତ୍ଵ ରହିଥାଏ । ଯେଉଁ ବାରରେ ଯେଉଁ ପିଲା ଜନ୍ମ ହୋଇଥିବ । ସେହି ବାରର ପ୍ରଭାବ ସେହି ପିଲାଙ୍କ ଉପରେ ପଡିଥାଏ । ତେବେ ଗୁରୁବାରକୁ ମାତା ଲକ୍ଷ୍ମୀଙ୍କର ବାର ବୋଲି ମାନା ଯାଇଥାଏ । ତେଣୁ ଯେଉଁ ପିଲା ଗୁରୁବାରକୁ ଜନ୍ମ ହୋଇଥାନ୍ତି । ସେମାନଙ୍କ ବିଷୟରେ ଆଜି ଏଠାରେ ବିସ୍ତୃତ ଭାବେ ଆଲୋଚନା କରିବା ।

ଗୁରୁବାରକୁ ଜନ୍ମିତ ପିଲାଙ୍କର ଶୁଭ ନମ୍ବର 4, ଶୁଭ ରଙ୍ଗ ହେଉଛି ହଳଦିଆ, ଶୁଭ ବାର ହେଉଛି ମଙ୍ଗଳବାର ଓ ଗୁରୁବାର । ତେବେ ଏହି ବାରରେ ଜନ୍ମିତ ଲୋକଙ୍କ ସ୍ଵଭାବ, କ୍ଯାରିଅର, ସ୍ଵାସ୍ଥ ଓ ଦାମ୍ପତ୍ୟ ଜୀବନ ଉପରେ ଆଲୋଚନା କରିବା ।

ଗୁରୁବାରକୁ ଜନ୍ମିତ ଲୋକ ଦେଖିବାକୁ ଗୋରା, ସୁନ୍ଦର ଓ ହାଇଟରେ ଅନେକ ଲମ୍ବା ହୋଇଥାନ୍ତି । ପ୍ରାୟ ପ୍ରଥମ ଦେଖାରେ ଏହି ଲୋକ ମାନଙ୍କୁ ସମସ୍ତେ ପସନ୍ଦ କରିଦେଇଥାନ୍ତି । ଏମାନଙ୍କ ସ୍ଵଭାବ ମଧ୍ୟ ଖୁବ ଭଲ ହୋଇଥାଏ । ତେଣୁ ଏହି ଲୋକ ମାନଙ୍କର ଭଲ ଭଲ ସାଙ୍ଗ ମଧ୍ୟ ରହିଥାନ୍ତି । ଏହି ବାରରେ ଜନ୍ମିତ ଲୋକଙ୍କର ସବୁଠାରୁ ଭଲ କଥା ହେଉଛି । ଏମାନେ ଖୁବ ଶୀଘ୍ର କୌଣସି କଥା କି ପରିସ୍ଥିତି ଦେଖି ବିଚଳିତ ହୋଇଯାଇନଥାନ୍ତି ।

ଏମାନେ ସବୁ କଥାକୁ ଭଲ ଭାବେ ଦେଖି ବୁଝି କିଛି ନିଷ୍ପତ୍ତି ନେଇଥାନ୍ତି । ତେଣୁ ଏମାନଙ୍କର ଏହି ଗୁଣ ପ୍ରାୟ ସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ । ଏମାନେ ନିଜର ଅତୀତକୁ ଭୁଲି ବର୍ତ୍ତମାନରେ ବଞ୍ଚିବାକୁ ଭଲ ପାଇଥାନ୍ତି । କାରଣ ଏମାନଙ୍କ ଭାବନା ଏହା ଥାଏ । ଯେ ବର୍ତ୍ତମାନକୁ ଭଲ ଭାବେ ବଞ୍ଚିବା ଦ୍ଵାରା ତାଙ୍କର ଆସୁଥିବା ଭବିଷ୍ୟତ ମଧ୍ୟ ଉଜ୍ଜଳ ହୋଇଥାଏ । ଗୁରୁବାରକୁ ଜନ୍ମିତ ଲୋକ ଇଶ୍ଵର ବିଶ୍ଵାସୀ ଓ ପରୋପକାରୀ ହୋଇଥାନ୍ତି ।

ଏମାନେ ଅନେକ କାର୍ଯ୍ୟରେ ଦକ୍ଷ ହେବା ସହ ନିଜର ସବୁ କାର୍ଯ୍ୟକୁ ବେଷ୍ଟ ଦେଇ କରିବା ପାଇଁ ଲାଗିଥାନ୍ତି । ତେଣୁ ଏମାନଙ୍କର ନିଜ କାମ ପ୍ରତି ଥିବା ସଚ୍ଚୋଟତା ଯୋଗୁ ଏମାନେ ଲାଇଫରେ ଖୁବ ଶୀଘ୍ର ଧନୀ ମଧ୍ୟ ବନିପାରନ୍ତି । ଗୁରୁବାରକୁ ଜନ୍ମିତ ଲୋକଙ୍କୁ ଶାରୀରିକ ଦୁର୍ବଳତା, ବ୍ଲଡ଼ର ଅଭାବ, ହାର୍ଟ ଓ ମୋଟାପା ଆଦି ଏହିଭଳି ସମସ୍ଯା ଦେଖାଦେଇଥାଏ । ଏହି ଗୁରୁବାରକୁ ଜନ୍ମିତ ବ୍ୟକ୍ତିଙ୍କୁ ଭଲ ଜୀବନସାଥିଟିଏ ମିଳିଥାଏ ।

ହେଲେ ଏମାନେ କାହାକୁ ଭଲ ପାଇବା ପୂର୍ବରୁ ବହୁତ ଥର ଭାବିଚିନ୍ତି ଏଥିରେ କୌଣସି ନିଷ୍ପତ୍ତି ନେବାକୁ ପସନ୍ଦ କରିଥାନ୍ତି । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଯଦି ଭଲ ଲାଗିଥାଏ । ତେବେ ପେଜକୁ ଗୋଟେ ଲାଇକ୍ କରିବା ସହ ମଧ୍ୟ ଏହାକୁ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button