ଖେଳ ଖବର

ଭାରତୀୟ ବାସ୍କେଟ୍‌ବଲ୍ ଦଳରେ ଅମରେନ୍ଦ୍ର – bajravana

[ad_1]

ଭୁବନେଶ୍ବର: ଭାରତୀୟ ବରିଷ୍ଠ ବାସ୍କେଟ୍‌ବଲ୍ ଦଳରେ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଆ ପୁଅ ଅମରେନ୍ଦ୍ର ନାୟକ। ଫେବ୍ରୁଆରି ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ କାଜାକସ୍ଥାନ ଓ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଫିବା ଏସିଆ କପ୍‌ ୨୦୨୫ ଯୋଗ୍ୟତା ପର୍ଯ୍ୟାୟ (ୱିଣ୍ଡୋ-୧) ଲାଗି ଘୋଷିତ ଭାରତୀୟ ଦଳରେ ଅମରେନ୍ଦ୍ର ସ୍ଥାନ ପାଇଛନ୍ତି। ଓଡ଼ିଶା ବାସ୍କେଟ୍‌ବଲ୍ ସଂଘର ସମ୍ପାଦକ ଅଶୋକ ସାହୁଙ୍କୁ ଏହି ଦଳର ପ୍ରବଂଧକ ନିଯୁକ୍ତ କରାଯାଇଥିବାରୁ ଓଡ଼ିଶା ପାଇଁ ଖୁସି ଦ୍ବିଗୁଣିତ ହୋଇଛି। ଓଡ଼ିଶା ପାଇଁ ଖେଳି ନଥିଲେ ମଧ୍ୟ କୋଲ୍‌କାତା ଓ ଚଣ୍ଡୀଗଡ଼ର ପାଣି ପବନରେ ବଢ଼ିଥିବା ଅମରେନ୍ଦ୍ର ୨୦୨୨ ମସିହାରେ ଇଣ୍ଡୋନେସିଆର ଜାକର୍ତାରେ ଅନୁଷ୍ଠିତ ଫିବା ଏସିଆ କପ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହିବର୍ଷ ମାନିଲାରେ ଅନୁଷ୍ଠିତ ଫିବା ଏସିଆ କପ୍ କ୍ବାଲିଫାୟର୍ (ୱିଣ୍ଡୋ-୩)ରେ ମଧ୍ୟ ଖେଳିଥିଲେ।

ଏହା ପୂର୍ବରୁ ଅବଶ୍ୟ ୨୦୧୯ରେ ୧୬ ବର୍ଷରୁ କମ୍ ଫିବା ଏସିଆନ୍ ଚାମ୍ପିୟନସିପ୍‌ ସାବା କ୍ବାଲିଫାୟାରରେ ଖେଳିବାର ସୌଭାଗ୍ୟ ପାଇଥିଲେ। ୨୦୨୨ରେ ‌ଇନ୍ଦୋରରେ ଅନୁଷ୍ଠିତ ୭୧ତମ ଜାତୀୟ ଜୁନିୟର୍‌ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ଚଣ୍ଡୀଗଡ଼ ଦଳର ନେତୃତ୍ବ ନେଇ ରୌପ୍ୟ ପଦକ ବିଜେତା କରାଇଥିଲେ। ଏବେ ଭାରତୀୟ ରେଳବାଇରେ ନିଯୁକ୍ତ ଥିବାରୁ ଅମରେନ୍ଦ୍ର ଆଗକୁ ବଢ଼ିବାର ସୁଯୋଗ ପାଇଛନ୍ତି। ତାଙ୍କ ପିତା ଦେବବ୍ରତ ନାୟକ ଏବଂ ମା’ ସ୍ବର୍ଣ୍ଣଲତା ଖେଳ ପୃଷ୍ଠଭୂମିରୁ ଆସିଥିବାରୁ ଅମରେନ୍ଦ୍ର ପିଲାଟି ଦିନରୁ ଖେଳପ୍ରତି ଆକୃଷ୍ଟ ହୋଇଥିଲେ। ଅନ୍ୟପକ୍ଷରେ ଭାରତୀୟ ଦଳର ପ୍ରବଂଧକ ନିଯୁକ୍ତ ହୋଇଥିବାରୁ ଅଶୋକଙ୍କୁ ରାଜ୍ୟ ବାସ୍କେଟବଲ୍‌ ସଂଘର କର୍ମକର୍ତ୍ତା ସଭାପତି ଜ୍ଞାନରଂଜନ ପରିଡ଼ା, କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀରଂଜନ ସାମନ୍ତରାୟ, ନୀରଜ ବନ୍ଧୁ ଯାଦବ, ରାଜେନ୍ଦ୍ର ଖୁଣ୍ଟିଆ, ଦ୍ବାରିକା ଶେଖର ମହାନ୍ତି, ଅମିତାନ୍ଦ୍ର ମହାପାତ୍ର, ଅଶୋକ କୁମାର ସାହୁ, ପ୍ରଦୀପ କୁମାର ବେହେରା, ସତୀଶ ସାହୁ, ମହେଶ କୁମାର ସାହୁ, ତବୁସୁମ ବାହାର, ଗୌତମ ଗଜପତି, ବିନୋଦ କୁମାର ସାହୁ, ପ୍ରଶାନ୍ତ କୁମାର ନାୟକ ଶୁଭେଚ୍ଛା ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button