ଓଡିଶା

ଓରେରା ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗରେ ଶୁଣାଣି ଶେଷ – bajravana

[ad_1]

କଟକ: ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗରେ ରହିଥିବା ସମସ୍ୟା ପ୍ରସଂଗକୁ ନେଇ ବିଚାରାଧୀନ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ନିଜ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଓରେରାର ଆଇନ ଅନୁସାରେ କ୍ଷମତା ରହିଛି। କିନ୍ତୁ ଏହି କ୍ଷମତା ଓରେରା ପ୍ରୟୋଗ କରୁ ନାହାନ୍ତି। ଏପରି ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗକୁ ସିଭିଲ କୋର୍ଟକୁ ପଠାଇ ଦିଆଯାଉଛି। ଫଳରେ ଓରେରାରେ ବିବାଦ ଫଏସଲା ହେବା ପରେ ମଧ୍ୟ ପକ୍ଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଡ଼ିଶା ରିୟଲ ଇଷ୍ଟେଟ (ରେଗୁଲେସନ୍ ଆଣ୍ଡ ଡେଭେଲପମେଣ୍ଟ) ରୁଲ୍ସର ନିୟମ ୨୬(୨) ଅନୁସାରେ ଓରେରାର ନିଜ ନିର୍ଦ୍ଦେଶ ନିଜେ କାର୍ଯ୍ୟକାରୀ ପାଇଁ କ୍ଷମତା ରହିଛି।

ଅନ୍ୟପକ୍ଷରେ ଓରେରା ତରଫରୁ ଦର୍ଶାଯାଇଥିଲା ଯେ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସିଭିଲ କୋର୍ଟକୁ ପଠାଯାଉଛି। ଯେଉଁ ମାମଲାରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଓରେରା ପକ୍ଷରେ ସମ୍ଭବ ନୁହେଁ ସେହି କ୍ଷେତ୍ରରେ ସିଭିଲ କୋର୍ଟକୁ ପଠାଯାଉଛି। ଅନ୍ୟ କେତେକ ରାଜ୍ୟ ଗୁଡ଼ିକରେ ମଧ୍ୟ ସମାନ ବ୍ୟବସ୍ଥା ରହିଥିବା ଓରେରା ତରଫରୁ ଦର୍ଶାଯାଇଥିଲା। ଓରୋରାକୁ ନିଜ ନିର୍ଦ୍ଦେଶ ନିଜେ କାର୍ଯ୍ୟକାରୀ ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ରାଜ୍ୟ ସରକାର ପ୍ରଦାନ କରିବା ଉପରେ ହାଇକୋର୍ଟ ଶୁଣାଣି ସମୟରେ ଗୁରୁତ୍ବାରୋପ କରିଛନ୍ତି। ଅ‌ାବେଦନକାରୀଙ୍କ ତରଫରୁ ଆଇନଜୀବୀ ମୋହିତ ଅଗ୍ରୱାଲ ଓ ଓରେରା ତରଫରୁ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button