ଖେଳ ଖବର

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍‌: ଓଡ଼ିଶା ଜଗରନଟ୍ସ-ରାଜସ୍ଥାନ ୱାରିୟର୍ସ ଉଦ୍‌ଘାଟନୀ ମୁକାବିଲା – bajravana

[ad_1]

ଭୁବନେଶ୍ବର: ରବିବାରଠୁ କଟକର ଜେଏନ୍ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ଅଲ୍‌ଟିମେଟ୍ ଖୋଖୋ ଲିଗ୍‌ର ଦ୍ବିତୀୟ ସଂସ୍କରଣର ପ୍ରଥମ ଟିକେଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ପ୍ରଥମ ମ୍ୟାଚ୍‌ରେ ରବିବାର ବିଜେତା ଓଡ଼ିଶା ଜଗରନଟ୍ସ ସହ ରାଜସ୍ଥାନ ୱାରିୟର୍ସର ମୁକାବିଲା ହେବେ। ମୁଖ୍ୟମନ୍ତ୍ରୀଙ୍କୁ ଅଲଟିମେଟ୍‌ ଖୋଖୋର ସିଇଓ ତଥା ଲିଗ୍ କମିସନର୍‌ ତେନଜିଂ ନିୟୋଗୀ ଏହି ଟିକେଟ୍ ପ୍ରଦାନ କରିଛନ୍ତି। ‘ଭାରତର ପାରମ୍ପରିକ ଖେଳ ଖୋଖୋର ବିକାଶ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ।

ଏହି ଖେଳର ଉଲ୍ଲାସ ନେବା ଅନେକଙ୍କ ପାଇଁ ସୁଯୋଗ ଆଣିଛି। ଓଡ଼ିଶାରୁ ସବୁ ଦଳ ଅଭୁଲା ସ୍ମୃତି ନିଅନ୍ତୁ, ସମସ୍ତୁ ଶୁଭେଚ୍ଛା ଜଣାଉଛି’ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଓ ପ୍ରଥମ ଟିକେଟ୍ ପ୍ରଦାନ କରିବାର ସୁଯୋଗ ମୋ ପାଇଁ ସୌଭାଗ୍ୟ ବୋଲି ଲିଗ୍ କମିସନର୍ ତେନଜିଂ ନିୟୋଗୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅଲଟିମେଟ୍ ଖୋଖୋ ଲିଗ୍‌ର ଦ୍ବିତୀୟ ସଂସ୍କରଣରେ ଦେଶର ଶୀର୍ଷ ୧୪୫ ଜଣ ଅଂଶଗ୍ରହଣ କରୁଛନ୍ତି। ଏହା ମଧ୍ୟରେ ୧୬ରୁ ୧୮ ବର୍ଷ ବୟସର ୩୩ ଜଣ ଖେଳାଳି ମଧ୍ୟ ସାମିଲ ଅଛନ୍ତି। ପ୍ରଥମ ସଂସ୍କରଣ ପୁନେରେ ଖେଳାଯାଇଥିବା ବେଳେ ଓଡ଼ିଶା ଜଗରନଟ୍ସ ବିଜେତା ହୋଇଥିଲା। ଚେନ୍ନାଇ କୁଇକ୍‌ ଗନ୍ସ, ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଖିଲାଡିସ୍‌, ରାଜସ୍ଥାନ ୱାରିୟର୍ସ ଓ ତେଲଗୁ ଯୋଦ୍ଧାସ୍‌ ଆଦି ୬ ଦଳ ଦ୍ବିତୀୟ ସଂସ୍କରଣରେ ଭାଗ ନେଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button