ଓଡିଶା

୫-ଟି ସଚିବଙ୍କ ଗସ୍ତ ଲାଗି ଷ୍ଟାଡିୟ୍‌ମ ଖୋଳାଯିବା ଘଟଣା: ଖେଳପଡ଼ିଆର ସଂପୂର୍ଣ୍ଣ ମରାମତି ଦାବି – bajravana

[ad_1]

ଖୋର୍ଦ୍ଧା: ୨୨ ତାରିଖରେ ଖୋର୍ଦ୍ଧାକୁ ୫-ଟି ସଚିବଙ୍କ ଗସ୍ତ ପାଇଁ ଖୋର୍ଦ୍ଧା ଷ୍ଟାଡିୟମ୍‌ରେ ହେଲିପ୍ୟାଡ୍‌ ନିର୍ମାଣ କରାଯାଉଥିଲା। ବିଭିନ୍ନ ମହଲରୁ ଏହାକୁ ବିରୋଧ ପରେ ହେଲିପ୍ୟାଡ୍‌ ନିର୍ମାଣକୁ ବନ୍ଦ କରିଦିଆଯାଇ ସାମୟିକ ମରାମତି କରାଯାଇଥିଲା। ବର୍ତ୍ତମାନ ଏହାକୁ ପୁଣିଥରେ ସଂପୂର୍ଣ୍ଣ ରୂପେ ମରାମତି କରି ଖେଳ ଉପଯୋଗୀ କରିବାକୁ ଦାବି ହେଉଛି। ଏହା ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୫ଟି ସଚିବଙ୍କ ଗସ୍ତ ପାଇଁ ଖୋର୍ଦ୍ଧା ଷ୍ଟାଡିୟମ୍‌ଠାରେ ହେଲିପ୍ୟାଡ୍‌ ନିର୍ମାଣ ୧୬ ତାରିଖଠାରୁ ଆରମ୍ଭ ହୋଇଥିଲା। ଖୋର୍ଦ୍ଧା ଷ୍ଟାଡିୟମ ସହରର ଏକ ପ୍ରମୁଖ କ୍ରୀଡ଼ାକେନ୍ଦ୍ର। ଏଠାରେ ଅତୀତରେ ବହୁ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ହୋଇଛି। ତା’ ସହ ପ୍ରତିଦିନ ସକାଳୁ ଓ ସଂଧ୍ୟାରେ ସହରର ବରିଷ୍ଠନାଗରିକ ଓ ସ୍ବାସ୍ଥ୍ୟସଚେତନ ନାଗରିକ ଚାଲିବା ଓ ଦୌଡ଼ିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି। ଏଭଳି ସ୍ଥିତିରେ ହେଲିପ୍ୟାଡ୍ ନିର୍ମାଣ ପାଇଁ ଷ୍ଟାଡିୟମ୍ ଖୋଳାଯିବା ଘଟଣାକୁ କ୍ରୀଡ଼ାବିତ୍‌ ମହଲ ସହ ସାଧାରଣ ଜନତା ତୀବ୍ର ନିନ୍ଦା କରିଛନ୍ତି। ଅବଶ୍ୟ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ଖୋଳାଯାଇଥିବା ସ୍ଥାନରେ ପୁଣିଥରେ ମାଟି ଭର୍ତି କରି ସମତୁଲ କରିଦିଆଯାଇଛି। ତଥାପି ପଡ଼ିଆଟିର ଘାସ ଆଦି ନଷ୍ଟ ହୋଇ ବର୍ଷାଯୋଗୁ କାଦୁଅଭର୍ତ୍ତି ହୋଇଯାଇଛି।

ଏଣୁ ଏଠାରେ ଅଭ୍ୟାସ କରୁଥିବା ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ଖେଳାଖେଳି କରିବାରେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ କର ଅର୍ଥକୁ ଏଭଳି ଅପଚୟ କରାଯିବାକୁ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ‌ ଖୋର୍ଦ୍ଧା ଓକିଲ ସଂଘର ସଭାପତି ଅଜିତ ପଟ୍ଟନାୟକ ଦୃଢ଼ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଖୋଳାଯାଇ ପୁଣି ମାଟି ଓ ଘାସ ପକାଗଲା। ଏଥିରେ ପାଣି ଦେବାକୁ ଦମକଳ ଗାଡ଼ିକୁ ବ୍ୟବହାର କରାଗଲା। ଏଭଳି ସରକାରୀ କଳର ବ୍ୟବହାର ସଂପୂର୍ଣ୍ଣ ଭାବେ ଅସମ୍ବିଧାନିକ। ସେହିଭଳି ପ୍ରଦେଶ କଂଗ୍ରେସର ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶିଶିର ପରିଡ଼ା କହିଛନ୍ତି ଯେ ମରାମତି ତ କରାଯାଇଛି, କିନ୍ତୁ ଏହା ଯଥେଷ୍ଟ ନୁହେଁ। ୫–ଟି ସଚିବ ଲୋକଙ୍କ ଅର୍ଥରେ ମରାମତି ନକରି ନିଜ ଅର୍ଥରେ ସଂପୂର୍ଣ୍ଣ ପଡ଼ିଆଟିକୁ ସଜାଡ଼ନ୍ତୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button