ଓଡିଶା

କରୋନା ଚିନ୍ତା ବଢ଼ିଲା: ଟେଷ୍ଟିଂ ଓ ସର୍ଭେଲାନ୍‌ସ ବଢ଼ାଇବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ – bajravana

[ad_1]

ସବୁ ମେଡିକାଲ କଲେଜ ଓ ସିଡିଏମ୍‌ଓଙ୍କୁ ପତ୍ର

ଭୁବନେଶ୍ବର: ଦେଶରେ ଲଗାତାରଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କଲାଣି। ଏହାକୁ ନଜରରେ ରଖି ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ଟେଷ୍ଟିଂ, ସର୍ଭେଲାନ୍‌ସ ଓ ପ୍ରସ୍ତୁତ ରହିବାକୁ ସବୁ ମେଡିକାଲ କଲେଜ ଓ ସିଡିଏମ୍‌ଓଙ୍କୁ ପତ୍ର ଜାରି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ର ଉର୍ଦ୍ଧ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ଆଇଏଲଆଇ-ଏସ୍‌ଏଆରଆଇ ସର୍ଭେଲାନ୍‌ସ ବଢ଼ାଯାଉ। ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନେ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ। ଯଦି କୌଣସି ସଂକ୍ରମିତ ହସ୍ପିଟାଲରେ ଆଡମିଟ୍‌ ହୁଅନ୍ତି ସେମାନଙ୍କୁ ଆବଶ୍ୟକ ଶଯ୍ୟା ଓ ଅକ୍ସିଜେନ୍‌ ସଂଯୋଗ ଥିବା ଶଯ୍ୟା ଯୋଗାଇ ଦିଆଯାଉ। ଆବଶ୍ୟକ ନ ଥିଲେ ରେଫରାଲ ନ କରିବାକୁ କୁହାଯାଇଛି। ଟେଷ୍ଟିଂ ଓ ଚିକିତ୍ସା ସୁବିଧାକୁ ଯେପରି ସୁନିଶ୍ଚିତ ହେବ ସେଥିପାଇଁ ବନ୍ଦୋବସ୍ତ କରାଯାଉ। ବୟସ୍କ ଓ ସମ୍ବେଦନଶୀଳ ଲୋକମାନେ କୋଭିଡ୍‌କୁ ନେଇ ଯେପରି ସଚେତନତା ଅବଲମ୍ବନ କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନର ସମନ୍ବୟରେ ସଚେତନ କାର୍ଯ୍ୟକ୍ରମ ଜାରି ରଖିବେ। ଏହାସହ ସ୍ବାସ୍ଥ୍ୟକର୍ମୀ ଓ ଲାବୋରେଟାରି ଟେକ୍‌ନିସିଆନଙ୍କୁ ତାଲିମ୍ ପ୍ରଦାନ କରିବା ସହିତ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସମସ୍ତ କରୋନା ଆକ୍ରାନ୍ତ ଏବେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ବେଳେ କେହି ଗୁରୁତର ହୋଇନାହାନ୍ତି। ତେଣୁ କରୋନାକୁ ନେଇ ସେଭଳି ବ୍ୟସ୍ତ ହେବା ଉଚିତ୍ ନୁହେଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button