ଓଡିଶା

ଓୟୁଏଟିର ଘୋଷଣା: ଭବାନୀପାଟଣା, ଚିପିଲିମା କୃଷି କଲେଜରେ ଖୋଲିବ ପିଜି – bajravana

[ad_1]

ଭୁବନେଶ୍ବର: ଭବାନୀପାଟଣା ଓ ସମ୍ବଲପୁର ଜିଲ୍ଲା ଚିପିଲିମାରେ କୃଷି କଲେଜ ଏବଂ ଚିପିଲିମାସ୍ଥିତ ଉଦ୍ୟାନ ବିଜ୍ଞାନ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବ। ପ୍ରାଣୀ ଜୈବ ପ୍ରଯୁକ୍ତି ବିଦ୍ୟା, ଫରେନସିକ ବିଜ୍ଞାନ ଏବଂ ବନ୍ୟପ୍ରାଣୀ ସ୍ବାସ୍ଥ୍ୟ ପରିଚାଳନା, ମତ୍ସ୍ୟ ସମ୍ପଦ ପରିଚାଳନା, ଜଳଜ ପରିବେଶ ପରିଚାଳନା ଏବଂ ମତ୍ସ୍ୟ ପ୍ରକ୍ରିୟାକରଣ କୌଶଳ ଉପରେ ନୂତନ ବିଭାଗ ଖୋଲାଯିବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ପାଳନର ପ୍ରସ୍ତୁତି ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କୁଳପତି ପ୍ରଫେସର ପ୍ରଭାତ ରାଉଳ। ଓୟୁଏଟିର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସେ କହିଛନ୍ତି, ଏଣିକି ଏହି ବିଶ୍ବବିଦ୍ୟାଳୟର ଗବେଷଣା କେନ୍ଦ୍ର ଏବଂ ଫାର୍ମର କୌଣସି ଜମି ପଡ଼ିଆ ରହିବ ନାହିଁ।

ଏହାର ଭିତ୍ତିଭୂମିରେ ବିକାଶ, ଫସଲ ଚାଷ ଏବଂ ବୃକ୍ଷରୋପଣ ମାଧ୍ୟମରେ ବିକାଶ କରାଯିବ। ଜଳବାୟୁ ମଣ୍ଡଳରେ ସ୍ବତନ୍ତ୍ର ଗବେଷଣା ପାଇଁ ୧୬ଟି ଫସଲ ବା ଉତ୍ପାଦ ଭିତ୍ତିକ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ଜଳବାୟୁ ମଣ୍ଡଳରେ ସ୍ବତନ୍ତ୍ର ଭାବରେ ଗବେଷଣା ପାଇଁ ୧୬ ଉତ୍ପାଦ ଭିତ୍ତିକ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ଜେନୋମିକ୍ସ, ବାୟୋଇନଫରମେଟିକ୍ସ, ପ୍ରିସିସିଅନ କୃଷି ଏବଂ ପୁନଃସର୍ଜନ କୃଷି ଉପରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ବିଭିନ୍ନ ବିଭାଗର ବୈଜ୍ଞାନିକମାନଙ୍କୁ ସାମିଲ କରାଯାଇ ତ୍ବରିତ କ୍ରିୟାଶୀଳ ଗୋଷ୍ଠୀ ଗଠନ କରାଯାଇ କୃଷି ସମସ୍ୟାର ତାତ୍କାଳୀନ ସମାଧାନ, ଗ୍ରାମାଞ୍ଚଳ ବ୍ୟକ୍ତିଙ୍କ ଜ୍ଞାନ, ଦକ୍ଷତା ବିକାଶ ପାଇଁ ୩ଟି କୃଷି ବୈଷୟିକ ତାଲିମ କେନ୍ଦ୍ର ସ୍ଥାପନ, ମୋବାଇଲ ତାଲିମ କେନ୍ଦ୍ର ପ୍ରତିଷ୍ଠା, ଉଦ୍ୟମିତା ଭବନ ନିର୍ମାଣ କରାଯାଇ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ, ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଚେତନା ଭବନ, ଭୁବନେଶ୍ବରରେ ୨୦୦ କ୍ଷମତା ବିଶିଷ୍ଟ କୃଷକ ନିବାସ, ୫୦୦ କ୍ଷମତା ବିଶିଷ୍ଟ ଛାତ୍ରାବାସ ନିର୍ମାଣ, ଅତିଥି ଭବନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, କୃଷି କ୍ଷେତ୍ରରେ ବିକଳ୍ପ ଶକ୍ତି ଉତ୍ସ ବ୍ୟବହାର ବିଷୟକ ଜ୍ଞାନ କୌଶଳ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ବରରେ ଅକ୍ଷୟ ଶକ୍ତି ପାର୍କ ନିର୍ମାଣ ସମେତ ବିଭିନ୍ନ କାର୍ଯ୍ୟର ପ୍ରସ୍ତାବ ରହିଛି।

ଓୟୁଏଟି ପରିସରରେ ଆୟୋଜିତ ସାମ୍ବିଦକ ସମ୍ମିଳନୀରେ କୁଳସଚିବ ଲୋପାମୁଦ୍ରା ମହାନ୍ତି, ୪ ଜଣ ଡିନ ପ୍ରସନ୍ନଜିତ ମିଶ୍ର, ସଂଗ୍ରାମ ସ୍ବାଇଁ, ସୁଶେନ ପଣ୍ଡା, ହୃଷୀକେଶ ପାତ୍ର, ଲକ୍ଷ୍ମଣ କୁମାର ବାବୁ, ପ୍ରଫେସର ଦୟାନିଧି ମିଶ୍ର ଏବଂ ସନତ ମିଶ୍ର ଉପସ୍ଥିତ ଥିଲେ। ଦେବ ପ୍ରସାଦ ମଲ୍ଲିକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button