ଓଡିଶା

କ୍ରିକେଟ୍‌ ନେଲା ଜୀବନ: ପଡ଼ିଆରେ ଯୁବ କ୍ରିକେଟ ଖେଳଳିଙ୍କ ମୃତ୍ୟୁ – bajravana

[ad_1]

ବେତନଟୀ ସଦର/ମାଣତ୍ରୀ: ଏମିତି ବି ମୃତ୍ୟୁ ଆସେ, ଯାହାକି ବିଶ୍ବସା କରି ହୁଏ ନାହିଁ। କିନ୍ତୁ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ମିନି ଷ୍ଟାଡିୟମରେ କ୍ରିକେଟ ଖେଳୁ ଥିବା ଜଣେ ଖେଳାଳିଙ୍କ ଅବିଶ୍ବସନୀୟ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି। ମୃତ ଖେଳାଳି ଜଣଙ୍କ ହେଲେ ମାଣତ୍ରୀର ବୈଦନାଥ କରଙ୍କ ଏକ ମାତ୍ର ପୁଅ ବିକାଶ(୨୮)।

ସୂଚନା ଅନୁସାରେ ରବିବାର ସାଙ୍ଗ ମାନଙ୍କ ସହିତ କ୍ରିକେଟ ଅଭ୍ୟାସ ମ୍ୟାଚ ଖେଳୁଥିବା ବେଳେ ବିକାଶ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ। ସାଥି ଖେଳାଳି ତାଙ୍କୁ ସଙ୍ଗେ ସଙ୍ଗେ ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ। ତେବେ ବିକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ଶୋକାକୂଳ ପରୀବେଶ ସୃଷ୍ଟି ହୋଇଛି। ବୈଶିଙ୍ଗା ଥାନା ତଥା ମାଣତ୍ରୀ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି।

ସୂଚନାଯୋଗ୍ୟ, ଖେଳ ଚାଲିଥିଲା ବେଳେ ପୂର୍ବରୁ ମଧ୍ୟ ପଡ଼ିଆରେ ଅଘଟଣ ଘଟିଛି। ମୟୂରଭଂଜ ଜିଲ୍ଲାରେ ଏହିପରି ସମାନ ଅଘଟଣ ପୂର୍ବରୁ ମଧ୍ୟ ଘଟିଛି। କିନ୍ତୁ ପୂର୍ବରୁ ଯେଉଁ ଅଘଟଣ ଘଟିଛି ପ୍ରାକୃତିକ। ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ।। ମୟୂରଭଂଜ ଜିଲ୍ଲା ଲକ୍ଷ୍ମୀପ‌ୋଷିସ୍ଥିତ ରଜାବସାସ୍ଥିତ ଖେଳପଡ଼ିଆରେ ଏହି ଅଘଟଣ ଘଟିଥିଲା, ଯେଉଁଥିରେ କି ବାରିପଦା ବ୍ଲକ ଶାଳବଣୀ ଗାଁର ଅଶୋକ ମୁର୍ମୁ  (୩୦) ପ୍ରାଣ ହରାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button