ଦେଶ ବିଦେଶ

ସ୍ତ୍ରୀମାନଙ୍କର ଏହିସବୁ କାମ ସ୍ଵାମୀକୁ କରାଇ ଥାଏ ଧନବାନ୍! ପ୍ରତ୍ୟେକ ସ୍ତ୍ରୀ ନିଶ୍ଚିତ ଜାଣି ରଖିବା ଉଚିତ

ମହିଳାମାନଙ୍କୁ ସାଧାରଣତଃ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ହିନ୍ଦୁ ଧର୍ମର ଅନେକ ଧାର୍ମିକ ଗ୍ରନ୍ଥ ଅନୁସାରେ ମହିଳା ମାନଙ୍କୁ ଏକ ଶ୍ରେଷ୍ଠ ମାନ୍ୟତା ଦିଆ ଯାଇଛି। କୁହାଯାଏ ମହିଳା ମାନଙ୍କ ପ୍ରବୃତ୍ତି ଉପରେ ପରିବାରର ସମୃଦ୍ଧି ନିର୍ଭର କରେ। ସ୍ୱାମୀର ଉନ୍ନତି ପଛରେ ସ୍ତ୍ରୀର ଏକ ଲୁକାୟିତ ଅବଦାନ ରହିଥାଏ। ଜଣେ ମହିଳାଙ୍କର ଅଭ୍ୟାସ ଓ ନିତିଦିନ ଜୀବନ ଶୈଳୀ ଉପରେ ପରିବାରର ସୁଖ ଶାନ୍ତି ନିର୍ଭର କରେ ଏପରିକି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଲକ୍ଷ୍ମୀ ପୁରାଣରେ ମଧ୍ୟ ନାରୀ ମାନଙ୍କର ବିଭିନ୍ନ ସୁଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।

ତେବେ ଆସନ୍ତୁ ଜାଣିବା ମହିଳା ମାନଙ୍କର ଏଭଳି କିଛି ଅଭ୍ୟାସ ବିଷୟରେ ଯାହା ତାଙ୍କ ସ୍ବାମୀଙ୍କୁ ଧନବାନ କରାଇଥାଏ।

– ପ୍ରଭାତର ନୀତି ନିୟମ :

ମହିଳା ମାନେ ଶୀଘ୍ର ଉଠିବା, ଗାଧୋଇବା ଏବଂ ଭଗବାନଙ୍କୁ ଉପାସନା କରି ଦିନର ଆରମ୍ଭ କରିବା ଉଚିତ୍।

୨- ରୋଷେଇ ଘରର ପବିତ୍ରତା :

କେବଳ ସକାଳୁ ଉଠି ଗାଧୋଇବା ପରେ ରୋଷେଇ ଘରକୁ ଜିବା ଉଚିତ୍ ଏବଂ ପ୍ରଥମ ଖାଦ୍ୟ ଅଗ୍ନିକୁ ଉତ୍ସର୍ଗ କରିବା ଉଚିତ୍।

୩- ପରିଷ୍କାର ପରିଚ୍ଛନ୍ନତା :

ଲକ୍ଷ୍ମୀ ପରିଷ୍କାର ପରିଚ୍ଛନ୍ନତାକୁ ପସନ୍ଦ କରିଥାନ୍ତି। ବାହ୍ୟ ପରିଷ୍କାର ପରିଚ୍ଛନ୍ନତା ସହ ମନର ପରିଷ୍କାର ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।

୪- ଗୁରୁଜନମାନଙ୍କ ପ୍ରତି ସମ୍ମାନ :

ଯେଉଁ ମହିଳାମାନେ ଗୁରୁଜନମାନଙ୍କର ସମ୍ମାନ ଓ ସେବା କରନ୍ତି ମାତା ସରସ୍ୱତୀଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button