ଜ୍ୟୋତିଷ

ପ୍ରଭୁ ଶ୍ରୀକୃଷ୍ଣଙ୍କ ଶରୀରରେ ଥିବା ଶୁଭ ଚିହ୍ନ ଭଳି କିଛି ଲୋକଙ୍କ ଶରୀରରେ ମଧ୍ୟ ଥାଏ ଏଭଳି ଚିହ୍ନ। ଆପଣଙ୍କ ଶରୀରରେ ଅଛି କି ଏହିଭଳି ଭାଗ୍ୟଶାଳୀ ଚିହ୍ନ?

ଧର୍ମ ଶାସ୍ତ୍ର ଅନୁଯାୟୀ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଶରୀରରେ ଅନେକ ଚିହ୍ନ ରହିଥିଲା। ଯାହାକୁ ବହୁତ ଶୁଭ ବୋଲି କୁହାଯାଏ। ତେବେ ଶ୍ରୀକୃଷ୍ଣଙ୍କ ଶରୀରରେ ଥିବା ଚିହ୍ନ ସହ ଜଡିତ ଚିହ୍ନ ଖୁବ୍ କମ୍ ଲୋକଙ୍କ ଶରୀରରେ ରହିଥାଏ । ଯାହା ସେମାନଙ୍କୁ ଭାଗ୍ୟଶାଳୀ କରିବା ସହ ସର୍ବଦା ସୁଖ ସମୃଦ୍ଧି ଆଣି ଦେଇଥାଏ । ଏହି ଶୁଭ ଚିହ୍ନ ଥିବା ବ୍ୟକ୍ତିମାନେ ଧନବାନ ହୋଇଥାନ୍ତି । ଏଥିସହିତ ସରା ଦୁନିଆରେ ସେ ଅନେକ ଖ୍ୟାତି ଅର୍ଜନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଶରୀରରେ ଥିବା ଏହି ଶୁଭ ଚିହ୍ନ ବିଷୟରେ ।

ଶଙ୍ଖ ଚିହ୍ନ :

ହିନ୍ଦୁ ଧର୍ମ ଅନୁସାରେ ଶଙ୍ଖକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହା ମା ଲକ୍ଷ୍ମୀଙ୍କର ଅତି ପ୍ରୀୟ ବସ୍ତୁ ହୋଇଥାଏ । ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣଙ୍କ ପାଦ ତଳେ ଶଙ୍ଖର ଚିହ୍ନ ରହିଥିଲା ବୋଲି କୁହାଯାଏ । ତେଣୁ ଯେଉଁ ବ୍ୟକ୍ତିଙ୍କ ହାତ କିମ୍ବା ପାଦ ତଳେ ଏହି ଶଙ୍ଖ ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏଥିସହିତ ସେମାନେ ତାଙ୍କ ଜୀବନରେ ବହୁତ ଧନଶାଳୀ ହେବା ସହ ଅନେକ ମାନସମ୍ମାନ ପାଇଥାନ୍ତି ।

ଅର୍ଦ୍ଧ ଚନ୍ଦ୍ର ଚିହ୍ନ :

ଶାସ୍ତ୍ର ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପାଦ ତଳେ ଶଙ୍ଖ ପରି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ମଧ୍ୟ ରହିଥିଲା । ତେବେ ଭଗବାନ ଶିବ ମଧ୍ୟ ଅର୍ଦ୍ଧ ଚନ୍ଦ୍ର ଧାରଣ କରିଥାନ୍ତି । ତେଣୁ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଏହି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ରହିଥାଏ ସେମାନେ ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି।

ମାଛ ଚିହ୍ନ :

ଶ୍ରୀକୃଷ୍ଣଙ୍କର ଅନେକ ଅବତାରରୁ ଗୋଟିଏ ଅବତାର ହେଉଛି ମତ୍ସ୍ୟ ଅବତାର । ଏଥି ସହିତ ଶ୍ରୀ କୃଷ୍ଣଙ୍କ ହାତରେ ମଧ୍ୟ ମାଛ ପରି ଚିହ୍ନ ଥଲା । ତେଣୁ ଯେଉଁ ବ୍ୟକ୍ତିଙ୍କ ଶରୀରରେ କିମ୍ବା ହାତରେ ମାଛ ପରି ଚିହ୍ନ ରହିଥାଏ ସେମାନଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କ କୃପା ରହିଥାଏ । ଏହି ବ୍ୟକ୍ତିମାନେ ବହୁତ ଧନବାନ ହେବା ସହ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ବିବେଚନା ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button