ଓଡିଶା

ବନାଗ୍ନି: ଜୟପୁର ବନଖଣ୍ଡର ୨୩ଟି ସ୍ଥାନରେ ଲାଗିଛି ନିଆଁ – bajravana

[ad_1]

ଜୟପୁର: ଖରାର ପ୍ରକୋପ ବଢ଼ି ଚାଲିଛି। ଅନେକ ଦିନ ହେଲା ବର୍ଷା ନାହିଁ। ଫଳରେ ଜଙ୍ଗଲରେ ଡାଳପତ୍ର ଶୁଖିଲା ପଡ଼ିଥିବାରୁ କେଉଁଠି ଟିକେ ନିଆଁ ଲାଗିଗଲେ ଏହା ବ୍ୟାପକ ରୂପ ନେଉଛି। ଚଳିତବର୍ଷ ଜୟପୁର ବନଖଣ୍ଡରେ ୩ମାସରେ  ୧୩୫ଟି ସ୍ଥାନରେ ନିଆଁ ଲାଗି ସାରିଲାଣି। ବର୍ଷା ଅଭାବରୁ ବନାଗ୍ନି ଚିନ୍ତା ବଢ଼ାଇବାରେ ଲାଗିଛି। ତେବେ ଆଜି ଦିନକରେ ୨୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଗୁପ୍ତେଶ୍ବର ରେଞ୍ଜରେ  ରେ ୧୨ଟି ସ୍ଥାନ, ବୋରିଗୁମ୍ମା ରେଞ୍ଜରେ ୬ଟି, କୁନ୍ଦ୍ରା ରେଞ୍ଜରେ ୩ଟି ଓ ବୈପାରୀଗୁଡା ରେଞ୍ଜରେ ୨ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍ ଚିତ୍ର ଉତ୍ତୋଳନ କରିଛି। ଜୟପୁର ବନଖଣ୍ଡର ୬ଟି ରେଞ୍ଜରେ କୋଟପାଡ ରେଞ୍ଜରେ ସର୍ବାଧିକ ୩୨ଟି  ଓ ଜୟପୁର ରେଞ୍ଜରେ ସର୍ବନିମ୍ନ ୧୫ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ସାଟେଲାଇଟରେ ସୂଚନା ମିଳିଥିଲା।

ସେଭଳି  କୁନ୍ଦ୍ରା ରେଞ୍ଜରେ ୨୭ଟି, ଗୁପ୍ତେଶ୍ବର ରେଞ୍ଜରେ  ୨୭ଟି, ବୋରିଗୁମ୍ମା ରେଞ୍ଜରେ ୧୮ଟି ଓ ବୈପାରୀଗୁଡା ରେଞ୍ଜରେ ୧୬ଟି ସ୍ଥାନରେ ନିଆଁ ଲାଗିବା ସହ ଲିଭାଇ ଦିଆଯାଇଛି ବୋଲି ଜୟପୁର ବନଖଣ୍ଡ ଅଧିକାରୀ ପିକେ ବେହେରା ସୂଚନା ଦେଇଛନ୍ତି। ଏହି ୬ଟି ରେଂଜର ୬୮ଟି ବିଟରେ ୬୮ଟି ନିଆଁ ଲିଭା ଯନ୍ତ୍ର ସହ ଗୋଟିଏ ବଲୋର ସହ ୧୦ଜଣ ସ୍ବତନ୍ତ୍ର ନିଆଁଲିଭାକାରୀ ଦଳ ସହ ସମସ୍ତ ବିଟରେ କର୍ମଚାରୀ, ୨୧୫ଟି ବନସୁରକ୍ଷା ସମିତି ନିୟୋଜିତ କରାଯାଇଛି।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button