ଓଡିଶା

ବଉଳିଲାନି ୭୦% ଆମ୍ବଗଛ: କମିବ ଉତ୍ପାଦନ, ଚିନ୍ତାରେ ଆମ୍ବଚାଷୀ – bajravana

[ad_1]

ଫଗୁଣ ଯାଇ ଚୈତ୍ର ହେଲା

ଅନୁଗୁଳ : ‘ଆମ୍ବ ବଉଳଇ ଫଗୁ‌ଣ ମାସେ, ଦିଗ ଚହଟଇ ତା’ର ସୁବାସେ।’ ପିଢ଼ି ପ‌ରେ ପିଢ଼ି ଏହାକୁ ପଢ଼ି ଆସିଥିଲା ବେଳେ ଏବେ ଏହା ବଦଳିଯାଇଛି। ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଋତୁଚକ୍ରକୁ ପ୍ରଭାବିତ କରିଛି। ଯାହା ଫଳରେ ଫଗୁଣ ଯାଇ ଚୈତ୍ର ମାସ ଆରମ୍ଭ ହେଲା ପଛେ ଅନୁଗୁଳ ଜିଲ୍ଲାର ୭୦ ପ୍ରତିଶତ ଆମ୍ବଗଛରେ ବଉଳ ଧରିଲାନି। ଯାହାଦ୍ବାରା ଚଳିତବର୍ଷ ଆମ୍ବ ଉତ୍ପାଦନ ପ୍ରଭାବିତ ହେବା ସ୍ପଷ୍ଟ ହୋଇ ଯାଇଛି। ଆମ୍ବ ଗଛରେ ବଉଳ ନ ଆସିବା ଯୋଗୁଁ ଆମ୍ବଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମାଘ ମାସ ଅଧାରୁ ଆମ୍ବ ଗଛରେ ବଉଳ ଧରିବା ଆରମ୍ଭ ହୋଇଥାଏ। ପାଗ ଭଲ ଥିଲେ ମାଘ ଆରମ୍ଭରୁ ବଉଳ ଆସିଯାଏ। ଫାଲ୍‌ଗୁନ ମାସ ବେଳକୁ ପ୍ରାୟ ୯୦ ପ୍ରତିଶତ ଗଛ‌ରେ ବଉଳ ଆସି ସାରିଥାଏ। କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। ଏଥର ମାଘ ତ ଦୂର କଥା ଫାଲଗୁନ ମାସ ସରିଗଲା ପଛେ ୩୦ ପ୍ରତିଶତ ଗଛରେ ବଉଳ ଆସିପାରିଲା ନାହିଁ। ଉଦ୍ୟାନକୃଷି ବିଭାଗର କହିବା କଥା, ଜାନୁଆରିରୁ ମାର୍ଚ୍ଚ ମାସ ଭିତରେ ବଉଳ ଆସିଯାଏ କିନ୍ତୁ ଚଳିତବର୍ଷ ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଦେଖାଦେଇଛି। ଯାହାଦ୍ବାରା ଏ ପର୍ଯ୍ୟନ୍ତ ୭୦ପ୍ରତିଶତ ଗଛ‌ରେ ବଉଳ ନାହିଁ। ଯେଉଁ କିଛି ଗଛରେ ବଉଳ ଆସିଥିଲା, ଗତ କିଛିଦିନ ‌ତଳେ ହୋଇଥିବା ଅଦିନିଆ ବର୍ଷାରେ ତାହା ବି ପ୍ରଭାବିତ ହୋଇଛି। ୩୦ପ୍ରତିଶତ ବଉଳରୁ ଅଧା ଝଡ଼ି ପଡ଼ିଛି। ଯେତିକି ରହିଛି ସେଥିରେ ଫିମ୍ପି ଲାଗି କଳା ପଡ଼ିଯାଇଛି। ସେଗୁଡ଼ି‌କରେ ଫଳ ଆସିବା ସମ୍ଭ‌ାବନା କ୍ଷୀଣ। ଗତ ୩୦ବର୍ଷ ଭିତରେ ଏଭଳି କେବେ ହୋଇନଥିଲା ବୋଲି ଜଣେ ବରିଷ୍ଠ ଉଦ୍ୟାନକୃଷି ଅଧିକାରୀ କହିଛନ୍ତି।

ଅନ୍ୟପଟେ ଅନୁଗୁଳ ଜିଲ୍ଲାରେ ମୋଟ୍‌ ୯,୩୯୧ ହେକ୍ଟର ଜମିରେ ଆମ୍ବ ଗଛ ରହିଛି। ସେଥିମଧ୍ୟରୁ ୯,୨୮୦ଟି ଫଳନ୍ତି ଗଛ ରହିଛି। ସମଗ୍ର ଜିଲ୍ଲାରୁ ପ୍ରତିବର୍ଷ ୩୩,୭୯୧ ମେଟ୍ରିକ୍ ଟନ୍‌ ଆମ୍ବ ଉତ୍ପାଦନ ହେଉଥିଲା ବେଳେ ହେକ୍ଟର ପିଛା ୩.୬୪ ମେଟ୍ରିକ୍‌ ଟନ୍ ଆମ୍ବ ଉତ୍ପାଦିତ ହୋଇଥାଏ। ଗତ ୨ବର୍ଷ ହେବ ଅନୁଗୁଳ ଜିଲ୍ଲାରେ ଅଧିକ ପରିମାଣରେ ଆମ୍ବ ଉତ୍ପାଦନ ହୋଇ ଦିଲ୍ଲୀ, ମୁମ୍ବାଇ, ପୁଣେ, ବା‌ଙ୍ଗାଲୁରୁ ଭଳି ସହରକୁ ରତ୍ପାନି ହୋଇଥିଲା। ଏଠାରେ ଆମ୍ରପଲ୍ଲୀ, ମଲ୍ଲିକା, ଦଶରି, ଲେଙ୍ଗଡ଼ା, ଗୁଲାବଖାସ୍‌ ଓ ରତ୍ନଗିରି ଭଳି ବିଭିନ୍ନ ପ୍ରକାରର ଦେଶୀ ଆମ୍ବ ଉତ୍ପାଦିତ ହୋଇଥାଏ। ଏପରିକି ଚଳିତବର୍ଷରେ ଅନୁଗୁଳ ଜିଲ୍ଲାର ୪ଟି ସବ୍‌ଡିଭିଜନ୍‌ରେ ମୋଟ୍‌ ୨୩୦ ହେକ୍ଟର ଆମ୍ବ ଚାଷ ପାଇଁ ଉଦ୍ୟାନକୃଷି ବିଭାଗ ପ୍ରସ୍ତୁତି କରିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ, କୁହୁଡ଼ି, ଅଦିନିଆ ବର୍ଷା ଓ ପ୍ରଦୂଷଣର ପ୍ରଭାବରେ ୭୦ପ୍ରତିଶତ ଗଛରେ ଆମ୍ବ ବଉଳ ନ ଆସିବା ଆଶ୍ଚର୍ଯ୍ୟ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button