ଓଡିଶା

ପଟଣାଗଡ଼ରେ ଜବରଦଖଲ ଉଚ୍ଛେଦ – bajravana

[ad_1]

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପର୍ଶୁରାମ ଛକ ନିକଟ (ବ୍ରହ୍ମପୁରା) ଓ ଧୁମାଭଟା ରାସ୍ତାର ବିଭିନ୍ନ ସ୍ଥାନରେ ସୋମବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏଥିରେ ସମୁଦାୟ ୧୮ଟି ଘରକୁ ଉଚ୍ଛେଦ କରାଯିବା ନେଇ ନୋଟିସ ଦିଆଯାଇଥିଲା। ସେଥିମଧ୍ୟରୁ ୪ଜଣ ହାଇକୋର୍ଟରୁ ରହିତାଦେଶ ଆଣିଥିବା ବେଳେ ସେଗୁଡ଼ିକୁ ଉଚ୍ଛେଦ କରାଯାଇ ନାହିଁ। ଏହି କ୍ରମରେ ଧୁମାଭଟା ରାସ୍ତାରେ ୮ଟି, କେନ୍ଦୁଲିଫ୍ ଅଫିସ ନିକଟରେ ଗୋଟିଏ ଓ ପର୍ଶୁରାମ ଛକ ନିକଟରେ ଥିବା ୫ଟି ଜବରଦଖଲ ଉଚ୍ଛେଦ କରାଯାଇଥିବା ସଂପର୍କରେ ଏନ୍‌ଏସି ଇଓ ଦାୟିତ୍ବରେ ଥିବା ବିଡିଓ ସୁମନ୍ତ କୁମ୍ଭାର ପ୍ରକାଶ କରିଛନ୍ତି। ଏହି ଜବରଦଖଲ ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ଲକ୍ଷ୍ମଣ ମାଝୀ, ଏନ୍‌ଏସି ଇଓ ଦାୟିତ୍ବରେ ଥିବା ବିଡିଓ ଶ୍ରୀ କୁମ୍ଭାର, ଥାନାଧିକାରୀ ଅନନ୍ତ ପଧାନଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ପର୍ଶୁରାମ ଛକଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ବସାଯିବାକୁ ନେଇ ବହୁ ଦିନ ଧରି ଆନ୍ଦୋଳନ କରାଯାଇଥିଲା। ଶେଷରେ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳକୁ ଡକାଇ ଆଲୋଚନା କରିଥିଲେ। ସେତେବେଳେ ଛକ ସଂଲଗ୍ନ ଜବରଦଖଲ ଉଚ୍ଛେଦ କରାଯିବା ନେଇ ସ୍ଥିର କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button