ଅପରାଧ

ବାପାଙ୍କ ମୃତ୍ୟୁ ପରେ ଛୁଟି ନେଇଥିବା କର୍ମଚାରୀ ସେୟାର କଲେ ବୋସ ପଠାଇଥିବ‌ା ମେସେଜ – bajravana

[ad_1]

ନୂଆଦିଲ୍ଲୀ: ପ୍ରତ୍ୟେକ କମ୍ପାନି କାମ ସହିତ ନିଜ କର୍ମଚାରୀଙ୍କ ସୁବିଧା ଓ ଅସୁବିଧା ବୁଝିଥ‌ାଏ। କିନ୍ତୁ ଏମିତି କିଛି କମ୍ପାନିର ମାଲିକମାନେ ଅଛନ୍ତି ଯେଉଁମାନେ କି ସମୟସମୟରେ କାମ ପାଇଁ ସ୍ବାର୍ଥପର ପାଲଟି ଯାଇଥାଆନ୍ତି। କର୍ମଚାରୀଟିଏ କେଉଁ ପରିସ୍ଥିତି‌ରେ ଅଛି ବା ଛୁଟି ସେ କାହିଁକି ମାଗୁଛି ତାହା ବୁଝି ନଥାଆନ୍ତି।

ଏମିତି ଏକ ପରିସ୍ଥିତିର ସାମ୍ନା କରିଥିବା ଜଣେ ମହିଳା କର୍ମଚାରୀ ବୋସ ପଠାଇଥିବା ‌ମେସେଜର ସ୍କ୍ରିନସଟ ସେୟାର କରି ପୋଷ୍ଟ  କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କି, ‘ମୋର ବାପା ଜାନୁଆରି ୧୦ ତାରିଖ‌ରୁ ଫେବ୍ରୁଆରି ୧୦ ତାରିଖ ପର୍ଯ୍ୟନ୍ତ ଆଇସିୟୁରେ ଥିଲେ। ଧୀରେଧୀରେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ ତାଙ୍କ ଶରୀର ଆଉ କୌଣସି ପ୍ରତିକ୍ରିୟା ଦେଖାଇ ନଥିଲା। ଶେଷରେ ସେ ଆମ ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଆଖିବୁଜି ଦେଇଥିଲେ।

ଏତେ ବଡ଼ ଦୁଃଖ ସହିତ ମୁଁ କାମ କରିବା ଅବସ୍ଥାରେ ନଥିଲି। ତେଣୁ ମୁଁ କାମ କରୁଥିବା କମ୍ପାନିର ବୋସଙ୍କୁ ଫୋନ କରି ଏକସପ୍ତାହ ପାଇଁ ଛୁଟି ମାଗିଥିଲି। ବାପାଙ୍କ ଅନ୍ତିମ ସଂସ୍କାର ସାରି ଅଫିସରେ ଯୋଗ ଦେଲାବେଳକୁ ୧୫ଦିନ ହୋଇଯାଇଥିଲା।

ଏହାକୁ ନେଇ ମୋର ବୋସ ‌ମୋତେ ମେସେଜ କରି କହିଥିଲେ,‘ମୁଁ ଜାଣିଛି ତୁମେ ଏବେ ଦୁଃଖରେ ଅଛି। ତେବେ ଆମ ସମସ୍ତଙ୍କ ଜୀବନରେ ଦୁଃଖ ଅଛି, ଅସୁବିଧା ଅଛି ତା’ମାନେ ନୁହେଁ ଯେ ଆମେ କାମରୁ ଛୁଟି ନେଇ ଘରେ ବସିଯିବା। କାମକୁ ଆସିବା ଜରୁରି ହୋଇଥ‌ାଏ। ତେବେ ଏସବୁ ମୁଁ ମେସେଜରେ ତୁମକୁ ଜଣାଇ ପାରିବି ନାହିଁ। ଯେତେଶୀଘ୍ର ହେଉଛି ଅଫିସରେ ଯୋଗ ଦିଅ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button