ବନମାଳୀପୁର ଅଖୁ ହତ୍ୟା ମାମଲା: ୧୦ ଗିରଫ, ମୁଖ୍ୟ ଅଭିଯୁକ୍ତ ଦିଲୁ ଫେରାର୍ – bajravana
[ad_1]
ବାଳକାଟି ରାଗରୁ ଗାଁରେ ବଳି
ବାଲିପାଟଣା: ବନମାଳୀପୁର ଅକ୍ଷୟ ମାଝୀ ଓରଫ୍ ଅଖୁ ହତ୍ୟା ମାମଲାରେ ସମ୍ପୃକ୍ତ ୧୦ ଜଣଙ୍କୁ ଆଜି ବାଲିପାଟଣା ଥାନା ପୁଲିସ ଗିରଫ କରିଛି। ଜଣେ ନାବାଳକକୁ ଖୋର୍ଦ୍ଧା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି ଏବଂ ୨ ମହିଳାଙ୍କ ସମେତ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ବନମାଳୀପୁର ଦଣ୍ଡାସାହିର ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇର ବାପା କାଳନ୍ଦୀ ଭୋଇ(୪୮), ମହଲାସାହିର ବଳରାମ ପଲେଇ(୪୫), ସୁନିଲ ପଲେଇ ଓରଫ୍ ଗେଡ଼(୨୫), କେଦାରନାଥ ପଲେଇ ଓରଫ୍ ଗୋଲେଇ(୬୧), ବିଦେଶୀ ପଲେଇ ଓରଫ୍ ନନ୍ଦ(୩୦), ନବ କିଶୋର ପଲେଇ ଓରଫ୍ ଗାଣ୍ଡୁ ଗୋଲେଇ(୨୧), କାଳନ୍ଦୀ ପଲେଇ(୩୫), ସଂଯୁକ୍ତା ଦେଇ(୩୦), ରାମାମଣୀ ପଲେଇ(୫୦)। ଅନ୍ୟ ୯ ଜଣଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତ ଯିବାକୁ ପଡ଼ିଛି। କିନ୍ତୁ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଦିଲୁ ଭୋଇ ଫେରାର୍ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଗଣମାଧ୍ୟମକୁ ଦେଇଥିବା ସୂଚନାନୁସାରେ ଏକତରଫା ପ୍ରେମଜନିତ ବିବାଦକୁ ନେଇ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ କିଛି ସିଧାସଳଖ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବେଳେ ଅନ୍ୟ କିଛି ଷଡ଼୍ଯନ୍ତ୍ରରେ ସାମିଲ୍ ଥିବା ପ୍ରମାଣ ମିଳିଛି। ଗତ ୪ ତାରିଖରେ ବାଳକାଟି ବଜାରରେ ଦିଲୁ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତମାନେ ଅଖୁଙ୍କୁ ପିଛା କରିକରି ଏକୁଟିଆ ପାଇବା ପରେ ହତ୍ୟା କରିଛନ୍ତି। ବନମାଳୀପୁର ଦଣ୍ଡାସାହିର ଦିଲୁ ଓ ମହଲାସାହିର ଅଖୁଙ୍କ ମଧ୍ୟରେ ଗତ କିଛି ଦିନ ହେଲା ଗଣ୍ଡଗୋଳ ଘଟିଥିଲା। ଅଭିଯୁକ୍ତ ଦିଲୁ ତା’ ମୋବାଇଲ୍ରୁ ଅଖୁଙ୍କ ସ୍ତ୍ରୀ ଶ୍ରାବଣୀଙ୍କୁ ଖରାପ ମେସେଜ୍ ପଠାଉଥିଲା। ଶ୍ରାବଣୀଙ୍କଠାରୁ ଏହା ଶୁଣିବା ପରେ ଅଖୁ ସ୍ବାଭାବିକ ଭାବେ ରାଗି ଯାଇଥିଲେ ଏବଂ ଦିଲୁକୁ ତାଗିଦ କରିଥିଲେ। କିନ୍ତୁ ଦିଲୁ ଏଭଳି କଦର୍ଯ୍ୟ କାମରୁ ନିବୃତ୍ତ ହୋଇନଥିଲା। ତେଣୁ ଗତ ୪ ତାରିଖ ଦିନ ଅଖୁ ବାଳକାଟି ବଜାରରେ ଦିଲୁକୁ ପ୍ରବଳ ମାଡ଼ ମାରିଥିଲା। ଏହାକୁ ନେଇ ଦିଲୁ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଥିଲେ ହେଁ ପରେ ଆପୋସ ସମାଧାନ ହୋଇଯାଇଥିଲା। କିନ୍ତୁ ଆପୋସ ସମାଧାନ ପଛରେ ଥିଲା ଗଭୀର ଷଡ଼୍ଯନ୍ତ୍ର। ପ୍ରେମରେ ବିଫଳ ହେବା ଓ ମାଡ଼ ଖାଇବା ଭଳି ଦୁଇ ଦୁଇଟି କଥାରେ ପ୍ରତିଶୋଧପରାୟଣ ହୋଇପଡ଼ିଥିଲା ଦିଲୁ।
ସେହିଭଳି ଦିଲୁର ବାପା କାଳନ୍ଦୀ ମଧ୍ୟ ପୁଅକୁ ମାଡ଼ ମାରିଥିବା ଅଖୁକୁ ପାନେ ଦେବାକୁ ମନସ୍ଥ କରିଥିଲା। ତେଣୁ ଅଭିଯୁକ୍ତମାନେ ବାଳକାଟି ଗଣ୍ଡଗୋଳ ପରଠୁ ଅଖୁକୁ ପିଛା କରୁଥିଲେ। ତାକୁ ରାତିରେ ଏକୁଟିଆ ପାଇବା ସୁଯୋଗକୁ ଉଣ୍ଡି ରହିଥିଲେ। ରବିବାର ରାତି ପ୍ରାୟ ୯ଟା ବେଳେ ଅଖୁ ତା’ ଘରଠୁ ଅନତି ଦୂରରେ ନୂଆସାହି ବଜାର ପାଖ ସାର ଗୋଦାମ ନିକଟରେ ଏକ ନିଛାଟିଆ ସ୍ଥାନରେ ଏକୁଟିଆ ବସିଥିଲା। ଏତିକିବେଳେ ଦିଲୁ ଓ ତା’ ବାପା କାଳନ୍ଦୀର ସମର୍ଥକମାନେ ସଂଘବଦ୍ଧ ଭାବେ ତାକୁ ଘେରି ଯାଇଥିଲେ। ଅତର୍କିତ ଆକ୍ରମଣ ଯୋଗୁଁ ଅଖୁ ଚିତ୍କାର କରିବାକୁ ବି ସମୟ ପାଇନଥିଲା।
[ad_2]