ଅପରାଧ

ତିନି ଗୋରୁ ବୋଝେଇ ଗାଡ଼ି ଜାଳିଦେଲେ – bajravana

[ad_1]

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା-ବାଲିଆପାଳ ରାସ୍ତାର ବାଇଗଣବାଡିଆ ଉଲୁଡା ମଝି ସ୍ଥାନରେ ଗତକାଲି ବିଳମ୍ବିତ ରାତିରେ ୩ ଟି ପିକପ୍ କୁ ଦୃର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଏହି ସବୁ ପିକପଗୁଡ଼ିକରେ ଗୋରୁ ବୋଝେଇ ହୋଇ କମର୍ଦ୍ଦା ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ଅଢେଇଟା ସମୟରେ କିଛି ଦୃର୍ବୃତ୍ତ ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଏହାପରେ ଗାଡ଼ିର ଚାଳକ, ହେଲପରକୁ ତଳକୁ ଡାକି ଆଣିବା ସହ ବନ୍ଧା ଅବସ୍ଥାରେ ଥିବା ଗୋରୁଗୁଡ଼ିକୁ ମୁକୁଳାଇ ଦେଇଥିଲେ। ତାପରେ ପିକପଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।

ଖବର ପାଇ ଆଜି ଭୋର ସମୟରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଥିବା ବେଳେ ନାମ୍ପୋ ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ କାହିଁକି ପିକପଗୁଡ଼ିକରେ ନିଆଁ ଲଗାଇଲା, ଏହାର କାରଣ ଅସ୍ପଷ୍ଟ ରହିଛି। ଗୋ ଚାଲାଣକୁ ନେଇ ଗତ ୩ ସପ୍ତାହ ମଧ୍ୟରେ ଜଳେଶ୍ଵର ଥାନା ଇଲାକାରେ ଗୋ ଚାଲାଣକାରୀ ଓ ଗୋଚାଲାଣକୁ ବିରୋଧ କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିବା ବେଳେ ଆଜି ପିକପରେ ନିଆଁ ଲଗାଇ ଦେବା କେବଳ ଗୋ ଚାଲାଣକାରୀ ନୁହେଁ ପୁଲିସ ପାଇଁ ମଧ୍ୟ ଖୋଲା ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button