ଓଡିଶା

ଲକ୍ଷ୍ମୀପ୍ରିୟା ନାୟକଙ୍କୁ ନେଇ ପୁଣି ବିଜେଡିରେ ବିଦ୍ରୋହ: ଚିତ୍ରକୋଣ୍ଡା ଟିକଟ ଦେଲେ ବିରୋଧ ଚେତାବନୀ – bajravana

[ad_1]

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ପୁଣି ନେଲାଣି ତୀବ୍ର ରୂପ। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପିଲାକୁସୁମ ନିଟକରେ ମେଳି ହୋଇଛନ୍ତି କିଛି ଜନ ପ୍ରତିନିଧି। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡି ଟିକଟ ଲକ୍ଷ୍ମୀପ୍ରିୟା ନାୟକ ପାଇବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ବିଜେଡିର ଗୋଟିଏ ଗୋଷ୍ଠୀ। କିଛି ବ୍ଲକ ଚେୟାରମ୍ୟାନ, ସମିତି ସଭ୍ୟ, ସରପଞ୍ଚ, ପଞ୍ଚାୟତ ସଭାପତି ଏକତ୍ରିତ ହୋଇ ଲକ୍ଷ୍ମୀପ୍ରିୟାକୁ ବିରୋଧ କରିବା ସହ ଲକ୍ଷ୍ମୀ ପ୍ରିୟା ବିରୋଧରେ ନାରାବାଜି କରିଥିଲେ। ଦଳ ଯଦି ଲକ୍ଷ୍ମୀପ୍ରିୟାକୁ ଟିକଟ ଦିଏ ତେବେ ଏହି ଗୋଷ୍ଠୀ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।ଆଜି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ଦୁଇଟି ଆସନରୁ ମାଲକାନଗିରି ଘୋଷଣା ହୋଇଥିବା ବେଳେ ଚିତ୍ରକୋଣ୍ଡା ଝୁଲନ୍ତା ଅବସ୍ଥାରେ ରହିଛି।

ପ୍ରକାଶ ଥାଉକି କିଛି ଦିନ ପୂର୍ବେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ମୀପ୍ରିୟାକୁ ବିରୋଧ କରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଅଧିକାଂଶ ସରପଞ୍ଚ, ସମସ୍ତ ବ୍ଲକ ଚେୟାରମ୍ୟାନ ପରି ବିଜେଡିର ଅନେକ ନେତା ଲକ୍ଷ୍ମୀପ୍ରିୟାକୁ ଟିକଟ ଦିଆନଯାଉ ବୋଲି ଲିଖିତ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀପ୍ରିୟା କଂଗ୍ରେସରୁ ଆସିଥିବାରୁ ବିଜେଡିର ଏକ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା କୁହାଯାଇଛି। ସେ ବିଜେଡିର କର୍ମୀଙ୍କୁ ପଚାରୁନଥିବା ସହ ଲୋକ ସଂପର୍କ ରଖୁନଥିବା ଅଭିଯୋଗ ହୋଇଥିଲା। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀଙ୍କ ସଂଖ୍ୟା ବଢୁଛି। ଗୋଟିଏ ପଟେ ବାପା ପୂର୍ଣ୍ଣଚନ୍ଦ୍ର ବାକା ନହେଲେ ପୁଅ ମୁକେଶ ବାକା ଟିକଟ ପାଉ ବୋଲି କିଛି ଗୋଷ୍ଠୀ ଚାହୁଁଥିବା ବେଳେ ଆଉ କିଛି ଗୋଷ୍ଠୀ ଡମ୍ବରୁ ଶିଶାଙ୍କୁ ପୁଣି ଟିକଟ ଦେବାକୁ ଅଡି ବସିଛନ୍ତି।

ସେହିପରି ଲକ୍ଷ୍ମୀପ୍ରିୟାଙ୍କୁ କିଛି ଗୋଷ୍ଠୀ ସମର୍ଥନ କରୁଥିବା ବେଳେ କିଛି ଗୋଷ୍ଠୀ ପୂର୍ବତନ ବିଜେଡି ସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବର୍ଗତ ପଦ୍ନିନୀ ମୁଦୁଲିଙ୍କ ପୁଅ ବଣ୍ଟି ମୁଦୁଲିଙ୍କୁ ମଧ୍ୟ ଟିକଟ ଦେବାକୁ ଲବି କରୁଥିବା ଜଣାପଡିଛି। ତେବେ ଏତେ ସବୁ କନ୍ଦଳ ଭିତରେ ଚିତ୍ରକୋଣ୍ଡାକୁ ଆଜି ଝୁଲନ୍ତା ଅବସ୍ଥାରେ ରଖିଦିଆଯାଇଛି।ଏନେଇ ଲକ୍ଷ୍ମୀପ୍ରିୟାଙ୍କୁ ପଚାରିବାରୁ ସେ ଏ ସଂପର୍କରେ କିଛି ଜାଣିନଥିବା କହିବା ସହ ଆମେ ଦଳର ଶୃଙ୍ଖଳିତ କର୍ମୀ, ଦଳ ଯାହାକୁ ଟିକଟ ଦେବ ତାକୁ ଆମେ ହୃଦୟର ସହ ଗ୍ରହଣ କରିବୁ ବୋଲି ସେହ କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button