ଅପରାଧ

ନିର୍ବାଚନ ପୂର୍ବରୁ ଟଙ୍କା ବିଡ଼ା ଭର୍ତ୍ତି ଥିବା ବାକ୍ସ ଜବତ – bajravana

[ad_1]

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଚରଣ ସଂହିତା ଲାଗୁ କରାଯାଇଛି। ତେଣୁ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଅର୍ଥ ବ୍ୟବହାରରୁ ଦୂରେଇ ରଖିବା ପାଇଁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି।

ଇନ୍ଦୋର ପୁଲିସ ପକ୍ଷରୁ କ୍ରମାଗତ ଭାବେ ଗାଡ଼ି ତନଖି କରାଯାଉଛି। ଏହି କ୍ରମରେ ପୁଲିସ ଏବଂ ଆଚରଣ ସଂହିତା ମନିଟରିଂ କରୁଥିବା ଦଳ ଏଫଏସଟିକୁ ଗତରବିବାର ରାତିରେ ଏକ ବଡ଼ ସଫଳତା ମିଳିଛି।

ଆଗାମୀ ଲୋକସଭା ନିର୍ବାଚନକୁ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଇନ୍ଦୋରର ପୁଲିସ କମିଶନର ରାକେଶ ଗୁପ୍ତା ବେଆଇନ ମଦ, ବେଆଇନ ଡ୍ରଗ୍ସ ଏବଂ ବେଆଇନ ନଗଦଟଙ୍କା ପରିବହନକୁ ରୋକିବା ପାଇଁ କଡା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଗାଡ଼ି ଯାଞ୍ଚ କରାଯାଉଥିବା ବେଳେ ରାଜେନ୍ଦ୍ର ନଗର ପୁଲିସ ଷ୍ଟେସନ ଦେଇ ଯାଉଥିବା ଫର୍ଚୁନର କାର ନମ୍ବର ଏମପି୦୯ଜେଡ୫୯୫୯୪କୁ ପୁଲିସ ଅଟକାଇଥିଲା।

ଗାଡି ଭିତ‌ରେ ଖୋଜାଖୋଜି କରିବା ପରେ ପୁଲିସ ଦଳ ଏକ ବ୍ୟାଗ ଏବଂ ଦୁଇଟି କାର୍ଟୁନ୍ ପାଇଥିଲେ। ଏଥି‌ରେ ନଗଦ ଟଙ୍କା ମିଳିଥିଲା। ଯାହାର ପରିମାଣ ପାଖାପାଖି ୬୫ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଗାନ୍ଧିନଗର ବିଭାଗର ସହକାରୀ ପୁଲିସ କମିଶନର ରୁବି ମିଜୱାନି କହିଛନ୍ତି, ପୁଲିସ ଟିମ୍ ଏହି ଘଟଣାର ତଦନ୍ତ କରୁଛି ଏବଂ ୫୬ ଲକ୍ଷ ଟଙ୍କାର ମାଲିକ କିଏ? ଟଙ୍କାକୁ କୌଣସି ବ୍ୟବସାୟ ନା ନିର୍ବାଚନ ହେତୁ ବ୍ୟବହାର ପାଇଁ ନିଆ ଯାଉଥିଲା ସେନେଇ ତଦନ୍ତ କରାଯାଉଛି। ଉକ୍ତ ଗାଡ଼ିର ଚାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏଥିସହ ଏହି ଟଙ୍କା କେଉଁଠାକୁ ନିଆଯାଉଥିଲା ସେଦିଗରେ ବି ତଦନ୍ତ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button