ଅପରାଧ

୫୫ କେଜି ଗଞ୍ଜେଇ ଜବତ : ଜଣେ ଗିରଫ – bajravana

[ad_1]

ଭୁବନେଶ୍ୱର, ୯/୧୨ : ଶନିବାକ ସକାଳେ ମୋହନଗିରିରୁ ମଦନପୁର ରାମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ତୁଜୁଙ୍ଗ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ । ୩ ବସ୍ତା ଗଞ୍ଜେଇ ଜବତ କରିବା ସହ ଅବକାରୀ ବିଭାଗ ସହ ଜଣକୁ ଗିରଫ କରିଛି । ଚଢ଼ାଉ ସମୟରେ ଓଆର୦୮ଏଚ୍‌୮୩୭୭ ନମ୍ବର ବିଶିଷ୍ଟ ଏକ ନାଲି କାର୍‌ରେ ତିନି ବସ୍ତା ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇର ଆନୁମାନିକ ଓଜନ ୫୫ କେଜି ହେବ । ଯାହାର ଅନୁମାନିକ ମୂଲ୍ୟ ୫,୫୦,୦୦୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲା ସଚିନ ଛତ୍ରିଆ । ତାଙ୍କ ଘର ରାୟପୁର ବୋଲି ଜଣାପଡ଼ିଛି । ମିଳିଥିବା ଗାଡ଼ିର ନମ୍ବରଟି ମଧ୍ୟ ନକଲି ବୋଲି ଜଣାପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button