ଅପରାଧ

ମହାଦେବ ବେଟିଙ୍ଗ୍‌ ଆପ୍‌ ମାମଲା: ସେଲିବ୍ରିଟି ମ୍ୟାନେଜର୍‌ଙ୍କ ଉପରେ ଚଢ଼ଉ, ୨.୫ କୋଟି ଟଙ୍କା ଜବତ – bajravana

[ad_1]

ନୂଆଦିଲ୍ଲୀ: ‘ମହାଦେବ ଆପ୍‌’ର ମାଲିକ ସୌରଭ ଚନ୍ଦ୍ରକରଙ୍କ ବାହାଘର ଉତ୍ସବ ପାଇଁ ଅର୍ଥ ବିନିମୟରେ ‘ବଲିଉଡ୍‌ ଷ୍ଟାର୍‌’ଙ୍କୁ ଆଣିଥିବା ‘ସେଲିବ୍ରିଟି ମ୍ୟାନେଜର୍‌’ମାନଙ୍କୁ ଟାର୍ଗେଟ୍‌ କରି ଚଢ଼ଉ କରିଥିବା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ପ୍ରାୟ ୨.୫ କୋଟି ନଗଦ ଟଙ୍କା ଜବତ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ଆର୍ଥିକ ଦୁର୍ନୀତି ଅଭିଯୋଗରେ ସମ୍ପ୍ରତି ସୌରଭ ଚନ୍ଦ୍ରକରଙ୍କ ଉପରେ ତଦନ୍ତ ଚାଲିଛି। ୨୦୨୩ରେ ଦୁବାଇରେ ଆଡ଼ମ୍ବରପୂର୍ଣ୍ଣ ବିବାହ ଉତ୍ସବ କରାଇ ଚନ୍ଦ୍ରକର ପ୍ରାୟ ନଗଦ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ବିବାହ ଉତ୍ସବରେ କେତେକ ‘ବଲିଉଡ୍‌ ସେଲି‌ବ୍ରିଟି’ ଅଂଶଗ୍ରହଣ କରିଥିଲେ।

ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ‘ଇଭେଣ୍ଟ୍‌ କମ୍ପାନି’ମାନେ ‘ହାୱଲା ଅପରେଟର୍‌’ଙ୍କ ଜରିଆରେ ‘ସେଲିବ୍ରିଟି ମ୍ୟାନେଜର୍‌’ମାନଙ୍କୁ ନଗଦ ଟଙ୍କା ଦେଇଥିଲେ। ସେହି ଅର୍ଥରୁ କିଛି ବିବାହ ଉତ୍ସବରେ ପ୍ରଦର୍ଶନ କରିଥିବା ଅଭିନେତା ଓ କଣ୍ଠଶିଳ୍ପୀମାନଙ୍କୁ ପ୍ରଦାନ କରାଯାଇଥିଲା।

ଦୁଇଚାରି ଦିନ ତ‌ଳେ ଆରମ୍ଭ ହୋଇଥିବା ଏହି ଚଢ଼ଉ ସମୟରେ ପ୍ରାୟ ୨.୫ କୋଟି ଟଙ୍କା ଜବତ କରାଯିବା ସହିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଉକ୍ତ ସେଲିବ୍ରିଟି ମ୍ୟାନେଜର୍‌’ମାନଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଖୁବ୍‌ ଶୀଘ୍ର ଜେରା ପାଇଁ ସେମାନଙ୍କ ପାଖକୁ ସମନ୍‌ ପଠାଯିବ।

ଏହାଛଡ଼ା, ପ୍ରବର୍ତ୍ତନ ନିର୍ଦେଶାଳୟ ‘ମହାଦେବ ଆପ୍‌’ ପ୍ରମୋଟର୍ସ ଟିକେଟିଙ୍ଗ୍‌ କରୁଥିବା କମ୍ପାନି ‘ରାପିଡ୍‌ ଟ୍ରାଭେଲ୍‌ସ୍‌’, ସେମାନଙ୍କ ପରିବାରବର୍ଗ, ବ୍ୟବସାୟିକ ସହଯୋଗୀଙ୍କ ଉପରେ ବି ଚଢ଼ଉ କରିଛି।

ସୂଚନାଯୋଗ୍ୟ, ଛତିଶଗଡ଼ର ଭିଲାଇ ବାସିନ୍ଦା ଚନ୍ଦ୍ରକର ଓ ଉପ୍ପଲ ହେଉଛନ୍ତି ‘ମହାଦେବ ବୁକ୍‌ ଆପ୍‌’ର ମୁଖ୍ୟ ‘ପ୍ରମୋଟର୍‌’ ଓ ସେମାନେ ଦୁବାଇରେ ରହି ଏହି ବ୍ୟବସାୟ ଚଳାନ୍ତି। ଏହି ‘ଆପ୍‌’ ‘ଅନ୍‌ଲାଇନ୍‌ କସିନୋ’ ଓ ‘ବେଟିଙ୍ଗ୍‌ ପ୍ଲାଟଫର୍ମ’ ଭଳି ବେଆଇନ କାର୍ଯ୍ୟ ପାଇଁ ସୁବିଧା ଯୋଗାଇ ଦିଏ। ଭାରତକୁ ଛାଡ଼ି ବାକି ସମସ୍ତ ଦେଶରେ ‘ମହାଦେବ ଆପ୍‌’ ତା’ର ବ୍ୟବସାୟ ଚାଲୁ ରଖିଛି।

‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ ଛତିଶଗଡ଼ ପୁଲିସ ଚନ୍ଦ୍ରକର ଓ ଉପ୍ପଲଙ୍କ ନାଁରେ ‘ଲୁକ୍‌ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button