ମନୋରଞ୍ଜନ

ବାପା ହେବା ଖୁସିରେ ବର୍ଷକ ପାଇଁ ଛୁଟି ନେବେ ରଣବୀର! – bajravana

[ad_1]

ନୂଆଦିଲ୍ଲୀ: ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଘରକୁ ଖୁବଅଳ୍ପ ଦିନ ମଧ୍ୟରେ ନୂଆ ଅତିଥିଙ୍କ ଆଗମନ ହେବ।

ଅନେକ ବର୍ଷ ଧରି ଡେଟିଂ କରିବା ପରେ ରଣବୀର ଓ ଦୀପିକା ପରସ୍ପରକୁ ୨୦୧୮ ନଭେମ୍ବର ୧୪ ତାରିଖରେ ଇଟାଲୀର କୋମୋ ହ୍ରଦର ଭିଲ୍ଲା ଡେଲ ବାଲବିୟାନେଲୋରେ ବିବାହ କରିଥିଲେ।

ଏହି ଷ୍ଟାର ଦମ୍ପତି ଖୁବଶୀଘ୍ର ବାପା ଓ ମା’ ହେବାକୁ ଯାଉଛନ୍ତି । ଉଭୟ ଏହାକୁ ନେଇ ବହୁତ ଖୁସି ଏବଂ ଉତ୍ସାହିତ ଅଛନ୍ତି। ଏହି ମୁହୂର୍ତ୍ତକୁ ରଣବୀର ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ପରିବାର ସହିତ ସମୟ କାଟିବା ପାଇଁ ରଣବୀର ଏକବର୍ଷ ପାଇଁ ବରତି ନେବାର ଯୋଜନା କରୁଛନ୍ତି।

ଏଥିସହିତ ନୂଆ ଅତିଥିର ସ୍ବାଗତ ପାଇଁ ଦୀପିକା ଓ ରଣବୀର ଦୁହେଁ ସେମାନଙ୍କ କାମକୁ ଧୀରେଧୀରେ ସାରିଦେବାକୁ ଚେଷ୍ଟା କରୁଛନ୍ତି। କାହିଁକି ନା ନୂଆ ଅତିଥିକୁ ସେମାନେ ଅଧିକରୁ ଅଧିକ ସମୟ ଦେଇ ପାରିବେ।

ତେବେ ରଣବୀର ଓ ଦୀପିକା ବାପା ଓ ମା’ ହେବା ଖବର ପାଇବା ପରେ ଷ୍ଟାର ଦମ୍ପତିଙ୍କ ଫ୍ୟାନ୍ସମାନେ ବି ଖୁବ ଖୁସି ହେବା ସହିତ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button