ଓଡିଶା

ଅଦିନିଆ ବର୍ଷାରେ ବେହାଲ କଳାହାଣ୍ଡି ଚାଷୀ: ୩୦ ରୁ ୪୦ ପ୍ରତିଶତ ପିଆଜ ଚାଷ ନଷ୍ଟ ଆଶଙ୍କା – bajravana

[ad_1]

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ୨ ଦିନ ଧରି ଅଦିନିଆ ବର୍ଷା ଯୋଗୁଁ କଳାହାଣ୍ଡି ଚାଷୀ ବେହାଲ ହୋଇ ପଡ଼ିଛନ୍ତି। ଡାଲି ଜାତୀୟ ଶସ୍ୟ, ପନିପରିବା ଓ ପିଆଜ ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୩୦ରୁ ୪୦ ପ୍ରତିଶତ ପିଆଜ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ବୁଧବାର ଭବାନୀପାଟଣା ସଦର ବ୍ଲକ୍‌ରେ ୧୨ ମିମି, କେସିଙ୍ଗା ବ୍ଲକ୍‌ରେ ୩୩.୬ ମିମି, କର୍ଲାମୁଣ୍ଡା ବ୍ଲକ୍‌ରେ ୩୮ ମିମି, ମଦନପୁର ରାମପୁର ବ୍ଲକ୍‌ରେ ୪୬ ମିମି, ନର୍ଲା ବ୍ଲକ୍‌ରେ ୩୫ ମିମି, ଲାଞ୍ଜିଗଡ଼ ବ୍ଲକ୍‌ରେ ୨୫.୮ ମିମି, ଥୁଆମୂଳ ରାମପୁର ବ୍ଲକ୍‌ରେ ୪ ମିମି, ଧର୍ମଗଡ଼ ବ୍ଲକ୍‌ରେ ୧୨ ମିମି, ଜୁନାଗଡ଼ ବ୍ଲକ୍‌ରେ ୨୩.୬ ମିମି, କଲମପୁର ବ୍ଲକ୍‌ରେ ୧୩.୨ ମିମି, ଜୟପାଟଣା ବ୍ଲକରେ ୪ ମିମି, କୋକସରା ବ୍ଲକ୍‌ରେ ୧୭ ମିମି ଓ ଗୋଲାମୁଣ୍ଡା ବ୍ଲକ୍‌ରେ ୪୩.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ଭେଣ୍ଡି, ଜହ୍ନି, କୋବି ସମେତ ବିଭିନ୍ନ ପନିପରିବା କ୍ଷତି ହୋଇଛି। ସେହିଭଳି ପିଆଜ ଚାଷୀମାନେ ପ୍ରାୟ ୩୦ରୁ ୪୦ ପ୍ରତିଶତ ନଷ୍ଟ ହୋଇଥିବା ଆଶଙ୍କା କରୁଛନ୍ତି। ଡାଲି ଜାତୀୟ ଶସ୍ୟ ପାଇଁ ଅମଳ ହୋଇଥିବା ମୁଗ, ବିରି ଖଳାରେ ଥିବା ବେଳେ ଗଜା ହେବାର ଆଶଙ୍କା ରହିଛି। ଉଭୟ ପନିପରିବା ଓ ପିଆଜ ଚାଷୀ ବାରମ୍ବାର ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି।

ଗତବର୍ଷ ପିଆଜ ମୂଲ୍ୟ କମ୍‌ ଥିବା ଯୋଗୁଁ ଚାଷୀ କମ୍‌ ପରିମାଣର ଚାଷ କରିଥିଲେ। ଭବାନୀପାଟଣା ସଦର ବ୍ଲକ ମାଟିଆ ଗ୍ରାମର ଚାଷୀ ଗୋପବନ୍ଧୁ ସାହୁଙ୍କ କହିବା ଅନୁଯାୟୀ ଗତଥର ପିଆଜ ମୂଲ୍ୟ କମ୍‌ ଥିବା ଯୋଗୁଁ ଏଥର ୨୦୦ ହେକ୍ଟର ଜମିରେ ପିଆଜ ଚାଷ କରିଛି। ଅଦିନିଆ ବର୍ଷା ଯୋଗୁଁ ପ୍ରାୟ ୩୦ରୁ ୪୦% ପିଆଜ ଏବଂ ପନିପରିବା ଚାଷ ନଷ୍ଟ ହୋଇଛି ବୋଲି କହିଥିଲେ। ଧାନ ଚାଷ ପରିବର୍ତ୍ତେ ପନିପରିବା ଓ ଅନ୍ୟ ଚାଷ ପ୍ରତି ଆକୃଷ୍ଟ ହୋଇଥିବା ଚାଷୀ ବର୍ତ୍ତମାନ ପ୍ରକୃତିର ଦାଉ ସାଧିବା ଯୋଗୁଁ ଅଡୁଆରେ ପଡ଼ିଛନ୍ତି। ଏନେଇ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ କିଶୋର ମହାଲିଙ୍ଗକୁ ପଚାରିବାରୁ ବର୍ତ୍ତମାନ କର୍ମଚାରୀମାନେ ନିର୍ବାଚନ ତାଲିମରେ ଥିବା ଯୋଗୁଁ ସବିଶେଷ ରିପୋର୍ଟ ‌ଆସିପାରି ନାହିଁ ଗୁରୁବାର ପ୍ରାଥମିକ ରିପୋର୍ଟ ଆସିବ ବୋଲି କହିଥିଲେ। ସେହିଭଳି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପଚାରିବାରୁ ଡାଲି ଜାତୀୟ ଶସ୍ୟ କ୍ଷୟକ୍ଷତି ନେଇ ରିପୋର୍ଟ ଏପର୍ଯ୍ୟନ୍ତ ଆମର ହସ୍ତଗତ ହୋଇନାହିଁ ବୋଲି କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button