ମନୋରଞ୍ଜନ

‘ଟାଇଗର୍‌-୩’ରେ ନାଚୁଥିବା ବେଳେ କ୍ୟାଟ୍ରିନା କୈଫ୍‌ଙ୍କ ଭିଡିଓ ଭାଇରାଲ୍‌ – bajravana

[ad_1]

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ର ଦବଙ୍ଗ ବୟ ସଲ୍‌ମାନ ଖାନ୍‌। କାରଣ ନିକଟରେ ସୋସିଆଲ୍‌ ମିଡିଆରେ ତାଙ୍କ ‘ଟାଇଗର୍‌-୩’ର ଭିଡିଓ ପ୍ରଘଟ (ଲିକ୍‌) ହୋଇଯାଇଛି। ପୁଣି ଥରେ ସଲ୍‌ମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡ଼ି ବଡ଼ ପରଦାରେ ଧମାଲ ମଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ‘ଟାଇଗର୍‌-୩’ର ସୁଟିଂ ସେଟ୍‌ରେ ନିକଟରେ ସେ‌ାସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯାହାକୁ ଦେଖିବା ପରେ ଦର୍ଶକମାନଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ବଢ଼ିଯାଇଛି।

ଭାଇରାଲ୍‌ ହୋଇଥିବା ଭିଡିଓରେ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ନାଚୁଥିବା ନୃତ୍ୟଶିଳ୍ପୀମାନେ ଆଗ ନଜର ଆସୁଛନ୍ତି। ତାପରେ କ୍ୟାମେରା ଫୋକସ୍‌ କ୍ୟାଟ୍ରିନା କୈଫ୍‌ଙ୍କ ଉପରେ କରାଯାଉଛି। କ୍ୟାଟ୍‌ ଭିଡିଓରେ ଏକଦମ ମନକୁ ଖୁସି କଲା ପରି ନାଚୁଥିବା ବେ‌ଳେ ସଲ୍‌ମାନଙ୍କୁ ଦେଖିବାକୁ ମିଳିନାହିଁ।

ଭିଡିଓଟିକୁ ରେଡ୍ଡିଟ୍‌ରେ ଜଣେ ବ୍ୟବହାରକାରୀ ସେୟାର୍‌ କରିବା ପ‌ରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ପ୍ରଶଂସକମାନେ ଭିଡିଓକୁ ଦେଖିବା ପରେ ଅନୁମାନ ଲଗାଉଛନ୍ତି ଯେ କ୍ୟାଟ୍‌ ‘ମାସ୍‌ଲ୍ଲାହ’ ଗୀତରେ ନାଚୁଛନ୍ତି।

ଏହାକୁ ନେଇ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆପଣଙ୍କ ‘ଟାଇଗର୍‌-୩’ ଏପିକ୍‌ ଫିଲ୍ମ ହେବ’। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କ୍ୟାଟ୍ରିନା କୈଫ୍‌ଙ୍କ ପରି କେହି ବି ନାଚିପାରିବେ ନାହିଁ’।

ଏହାରି ଭିତରେ ସଲ୍‌ମାନଙ୍କ ନୂଆ ଲୁକ୍‌ ଭାଇରାଲ୍‌ ହୋଇଛି। ସଲ୍‌ମାନଙ୍କୁ ନୂଆ ଅବତାରରେ ଚନ୍ଦା ଭାବେ ଦେଖିବାକୁ ମିଳିଛି। ଏହି ଲୁକ୍‌‌ରେ ସେ ଖୁବ୍ ଭିନ୍ନ ଦିଶୁଛନ୍ତି। ପ୍ରଶଂସକମାନେ ସଲ୍‌ମାନଙ୍କ ଏହି ଲୁକ୍‌କୁ ବେଶ୍‌ ପସନ୍ଦ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button