ଓଡିଶା

୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ

ଭୁବନେଶ୍ୱର:-ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ସୋନପୁର ପୁଣିଥରେ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି। ସୋନପୁରରେ ତାପମାତ୍ରା ୩୮.୬ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ମାଲକାନଗିରିରେ ତାପମାତ୍ରା ୩୭.୬ ଡିଗ୍ରୀ ରହିଛି। ତେବେ ଭୁବନେଶ୍ୱର ଏବଂ କଟକର ତାପାମାତ୍ରା ୩୫ ଡିଗ୍ରୀ ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ୧୫ ଓ ୧୬ ତାରିଖରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡି ହେବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button