ଓଡିଶା

ମହାତ୍ମା ରହିଥିଲେ ବୋଲି… ଘର ପାଲଟିଲା ମନ୍ଦିର – bajravana

[ad_1]

ଗାନ୍ଧୀ ଜୟନ୍ତୀରେ ଅଭୁଲା ସ୍ମୃତି

ବ୍ରହ୍ମପୁର: ଆଜି ସାରା ଦେଶ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରୁଥିବା ବେଳେ ରେଶମ ସହର ବ୍ରହ୍ମପୁର ଏଥିରୁ ବାଦ୍‌ ପଡ଼ିନି। ମହାତ୍ମା ଗାନ୍ଧୀଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତର ସ୍ମୃତିବହନ କରିଥିବା ମଧୁ ମନ୍ଦିର ସ୍ବାଧୀନତା ସଂଗ୍ରାମରେ ବ୍ରହ୍ମପୁରର ଯୋଗଦାନକୁ ଆଜି ବି ବଖାଣୁଛି। ପୁରୁଣା ଆମ୍ବବଜାର ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଶତାୟୁ ଅଟ୍ଟାଳିକାଟି ୧୯୧୮ମସିହାରେ ସ୍ଥାପନ ହୋଇଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ସ୍ବନାମଧନ୍ୟ ଆଇନଜୀବୀ ମଧୁସୂଦନ ପାଣିଗ୍ରାହୀଙ୍କ ଏହା ଆବାସ ଥିଲା। ଏସମ୍ପର୍କରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଦାୟାଦ ତଥା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନେବା ବେଳେ ସେ ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ପିଲାବେଳର କଥା ମନେ ପକାଇଥିଲେ। ସେ ଦିନେ ମା’ ଅନ୍ନପୂର୍ଣ୍ଣା (ସ୍ବର୍ଗତ ମଧୁସୂଦନ ପାଣିଗ୍ରାହୀଙ୍କ ପତ୍ନୀ)ଙ୍କୁ ମଧୁ ମନ୍ଦିରର ତାତ୍ପର୍ଯ୍ୟ ପଚାରିଥିଲେ।

ମା’ ଏହାର ଉତ୍ତର ରଖି କହିଥିଲେ, ଏଇ ଘରେ ଆସି ଥରେ ମହାତ୍ମା ଗାନ୍ଧୀ ରହିଥିଲେ। ସେତେବେଳେ ସାରା ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ସମାବେଶ ହୋଇଥିଲା। ବାରଣ୍ଡାରେ ଗାନ୍ଧୀଜୀ ବସି ସେମାନଙ୍କ ସହ ବିଚାରବିମର୍ଶ କରିଥିଲେ। ବଗିଚାର ତଳେ ବସି ଥିବା ନେତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ସ୍ବାଧୀନତା ସଂଗ୍ରାମ ଭଳି ମହାନ୍ କାର୍ଯ୍ୟ ସମ୍ପାଦନ ପାଇଁ ଏଠାରେ ଏକତ୍ରିତ ହୋଇଥିଲେ ବହୁ ‌ଯୋଗଜନ୍ମା। ତେଣୁ ଏହା ଆଉ କ’ଣ ଘର ହୋଇ ରହିଲା, ପାଲଟିଗଲା ମନ୍ଦିର। ଏଇ ମନ୍ଦିରକୁ ଯଥାବତ୍‌ ରଖିବା ପାଇଁ ମଧ୍ୟ ମା’ ପରାମର୍ଶ ଦେଇଥିଲେ। ସେଥିପାଇଁ ‌ସେ ଉଦ୍ୟମ ଜାରି ରଖିଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଏହି ଐତିହ୍ୟ ସମ୍ପନ୍ନ କୋଠାର ନକ୍ସା ଜଣେ ଜର୍ମାନ ସ୍ଥପତି ପ୍ରସ୍ତୁତ କରିଥିଲେ। କୋଠାଟି କାଳକ୍ରମେ ଜରାଜୀର୍ଣ୍ଣ ହୋଇପଡ଼ିଥିଲେ ମଧ୍ୟ ତାର ମୂଳ ସ୍ବରୂପକୁ ଯଥାବତ୍‌ ବଜାୟ ରଖିବା ପାଇଁ ଶ୍ରୀ ପାଣିଗ୍ରାହୀ ଚେଷ୍ଟିତ ଅଛନ୍ତି। ଏପରିକି ବାରଣ୍ଡା ଉପରେ ସେ ସମୟରେ ହୋଇଥିବା ଟାଇଲ୍‌ ଛପର ମଧ୍ୟ ଏପର୍ଯ୍ୟନ୍ତ ଅଛି। ବର୍ଣ୍ଣ ଆଣ୍ଡ୍‌ କୋ ଲିମିଟେଡ୍‌ କମ୍ପାନି ଦ୍ବାରା ପ୍ରସ୍ତୁତ ସେହି ଟାଇଲ୍‌ ଏବେବି ମଜଭୂତ ଅଛି। ଅଳ୍ପ କିଛି ଭାଂଗି ଯାଇଥିବା ବେଳେ ତାର ମରାମତି କରିଛନ୍ତି। ମହାତ୍ମା ଗାନ୍ଧୀ ଆସି ଏଇ ଘରେ ରହିଥିବା ବେଳେ ଯେଉଁ ପଲଙ୍କ ବ୍ୟବହାର କରିଥିଲେ, ତାହା ମଧ୍ୟ ଏପର୍ଯ୍ୟନ୍ତ ଯଥାବତ୍ ରହିଛି। ଏଇ ପଲଙ୍କର ମଧ୍ୟ ଏକ ଇତିହାସ ରହିଛି। ଆସିକା ଚିନିକଳ ପ୍ରତିଷ୍ଠାତା ଭିଭିଆନ୍ ମିନ୍‌ଚିନ୍ ଏଇ ପଲଙ୍କ ବ୍ୟବହାର କରୁଥିଲେ। ତାଙ୍କ ଦେହାନ୍ତ ପରେ ସେ ଆସିକାରେ ରହିବା ବେଳେ ବ୍ୟବହାର କରୁଥିବା ଆସବାବପତ୍ର ନିଲାମ କରାଯାଇଥିଲା। ସେତେବେଳେ ସ୍ବର୍ଗତ ମଧୁସୂଦନ ପାଣିଗ୍ରାହୀ ପଲଙ୍କ ସହ କିଛି, ଟେବୁଲ୍ ଚେୟାର୍‌ କିଣି ଆଣି ଏଇ ମଧୁ ମନ୍ଦିରରେ ରଖିଥିଲେ। ଗାନ୍ଧୀଙ୍କୁ ଆତିଥ୍ୟ ପ୍ରଦାନ କରିବା ବେଳେ ସେହି ପଲଙ୍କ ଗାନ୍ଧୀଙ୍କ ସେବାରେ ଲାଗିଥିଲା। ତେବେ ଗାନ୍ଧୀଙ୍କ ସ୍ମୃତି ବହନ କରିଥିବା ଏହି ମଧୁ ମନ୍ଦିର ପ୍ରତିଷ୍ଠାର ଶହେବର୍ଷ ପୂର୍ତ୍ତି ଅବସରରେ ଡାକ ବିଭାଗ ପକ୍ଷରୁ ଏକ ଡାକ ଟିକେଟ ପ୍ରଚଳନ ହୋଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାର ଉନ୍ମୋଚନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button