ଓଡିଶା

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – bajravana

[ad_1]

ମେଷ: ବିଗତ ଦିନର ଭୁଲ୍‌ରୁ ଶିକ୍ଷା ହାସଲ କରି ଆଗକୁ ବଢ଼ିବେ। ଆପଣ ମନ ଚାହୁଁଥିବା ଜିନିଷ ପାଇବେ। ନିଜର କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହିବେ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ବୃଷ: ଆରମ୍ଭ କରିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ। ସନ୍ତାନର କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ।

ମିଥୁନ: ଅଧୁରା ଥିବା କାମ ସଂପୂର୍ଣ୍ଣ କରିଦେବେ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହୋଇ ଆପଣଙ୍କ ସହ ମିଶିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ମାଆଙ୍କୁ କିଛି ଉପହାର ଦେବେ।

କର୍କଟ: କଳା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ବେପାରରେ ଦିଗୁଣା ବୃଦ୍ଧିର ଯୋଗ ଅଛି। ଆର୍ଥିକ ପକ୍ଷ ମଜଭୁତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ସିଂହ: ଆପଣଙ୍କୁ ବଡ଼ ସଫଳତା ମିଳିପାରେ। କୌଣସି ବନ୍ଧୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ଅଫିସରେ ଉତ୍ତମ ପ୍ରଦର୍ଶନ ନେଇ ଆପଣଙ୍କୁ ପୁରସ୍କୃତ କରାଯିବ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: କାମ କରିବାର ନୂଆ କୌଶଳ ବିଷୟରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ସାମାଜିକ ସମାରୋହରେ ଆପଣଙ୍କର ଭାଗୀଦାରି ରହିବ। ବିଲଡର୍ସଙ୍କ ଲାଗି ଦିନଟି ଭଲ।

ତୁଳା: ବାଦ ବିବାଦ ଠାରୁ ଦୂରରେ ରହି ନିଜ କାମରେ ମନ ଲଗାନ୍ତୁ। ବେପାରୀଙ୍କର ଆର୍ଥିକ ସ୍ଥିତିରେ ସୁଧାର ହେବ। ଛାତ୍ରଛାତ୍ରୀ କଲେଜରେ ନୂଆ ସାଙ୍ଗ ବନାଇବେ।

ବିଛା: ଲକ୍ଷ୍ୟ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ନୂଆ ପ୍ରକଳ୍ପ ମିଳିବ। କଠିନ ପରିସ୍ଥିତିରେ ଅନେକ ଲୋକଙ୍କର ସାହାଯ୍ୟ ପାଇବେ।

ଧନୁ: ଏକାନ୍ତରେ ଅଧିକ ସମୟ କାଟିବାକୁ ପସନ୍ଦ କରିବେ। କୌଣସି ବଡ଼ ଆଉ ଅଭିନବ କାମ କରିବା ପାଇଁ ଚିନ୍ତା କରିବେ। ଜୀବନସାଥୀଙ୍କୁ ଖୁସି ରଖିବାକୁ ଚେଷ୍ଟା କରିବେ।

ମକର: ବି‌ଶେଷ କାମ ଭଲରେ ପୂରା ହୋଇଯିବା ଯୋଗୁଁ ମନୋବଳ ବଢ଼ିବ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

କୁମ୍ଭ: ଟଙ୍କାପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଚାକିରିରେ ଭଲ ସଂକେତ ମିଳିବାର ଯୋଗ ଅଛି।

ମୀନ: ପ୍ରେମୀଯୁଗଳ ଅତି ଦୂର ସ୍ଥାନକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଲାଭର ଭଲ ଯୋଗ ଅଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button