ଓଡିଶା

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ – bajravana

[ad_1]

ଜୟପୁର: ସ୍ଥାନୀୟ ଅରବିନ୍ଦ ନଗରସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ରକ୍ଷାବନ୍ଧନ ମହସମାରୋହରେ  ପାଳିତ ହୋଇଯାଇଛି।  ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରେମାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦକ୍ଷିଣ ସମ୍ଭାଗଙ୍କ ସମିତି ସଦସ୍ୟା ତଥା ସାହିତ୍ୟିକା କବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ଷାବନ୍ଧନ ଉତ୍ସବର ପୌରାଣିକ, ସାମାଜିକ ଏବଂ ସାଂସ୍କୃତିକ ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପରିଚାଳନା ସମିତିର ସମ୍ପାଦକ ସତ୍ୟବାଦୀ ମିଶ୍ର  ଏବଂ କୋଷାଧ୍ୟକ୍ଷ ମିହିର କୁମାର ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ଅମିତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁପମା ମହାପାତ୍ର , ଭାଗବତ ଷଡ଼ଙ୍ଗୀ, ଶୁକଦେବ ସାହୁ, ହୃଷିକେଶ ପାଣିଗ୍ରାହୀ, ତ୍ରିପତୀ ସାହୁ, ପଦ୍ମିନୀ ମହାପାତ୍ର, ଅନିଲ ଶତପଥୀ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଜାତା ସାହୁ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପି . ସୁଶିଲା, ବବିତା ପାତ୍ର, ମୋନାଲିସା ଜେନା, ଏନ୍. ସବିତା, ସୁମିତା ପାଢ଼ୀ, ଶ୍ୟାମ ପାଙ୍ଗି, ବବିତା ମହାରଣା, ସନ୍ତୋଷିନୀ ପାତ୍ର, ସ୍ଵୀକୃତି ଦାଶ, ଶିବାନୀ ନାୟକ, ମୋନାଲିସା ସାହୁ, ମମତା ହୋତା, ଆଶା ପଟ୍ଟନାୟକ, ମୋନାଲିସା ବାହାଦୁର ତତ୍ତ୍ଵାବଧାନରେ ଗୋପବନ୍ଧୁ ଛାତ୍ରାବାସ ଏବଂ ବସ୍ତିର ଶିଶୁ ମାନଙ୍କୁ ରାଖି ବନ୍ଧା ଯାଇଥିଲା।  ସେଭଳି ଉପଖଣ୍ଡ ସ୍ବତନ୍ତ୍ର କାରାଗାରରେ ଥିବା ଅନ୍ତେବାସୀଙ୍କୁ ସେମାନଙ୍କ ଭଉଣୀ ମାନେ ଆସି ରାଖି ବାନ୍ଦିଥିବା ଦେଖିବାକୁ ମିଳିଥିଲା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button